ଗୁରୁବାର ରାଶିଫଳ (୧୪/୧୦/୨୦୨୧)
ମେଷ : ସୁଖ-ସମ୍ମାନ ଲାଭ କରିପାରନ୍ତି। କୁଳପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ବିଦ୍ୟା ଅର୍ଜନ କରିବେ। ନୀତିନିଷ୍ଠଭାବେ ଶ୍ରେଷ୍ଠ ଆସନରେ ଆସୀନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ।
ବୃଷ : ସଦ୍ଭାବନାର ସହ ସାମାଜିକ ସ୍ଥିତିକୁ ଉଳମୟ କରିପାରନ୍ତି। ଭାଗ୍ୟଶାଳୀ ହେବେ। କ୍ରୋଧହୀନ ହେବେ। ଜ୍ଞାନ-ଗରିମାଯୁକ୍ତ ହେବେ। ପ୍ରଭାବଶାଳୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମିଥୁନ : ଅସୁସ୍ଥତା ଅନୁଭବ କରିପାରନ୍ତି। ଆଳସ୍ୟ ପରାୟଣ ହେବେ। ସ୍ବାଭିମାନୀ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଚୋର ଭୟ ଅଛି। ଜଳଯାତ୍ରା ନକରିବା ଭଲ। ସତର୍କରେ ଚଳିବାକୁ ପଡ଼ିବ।
କର୍କଟ : ସମ୍ବର୍ଦ୍ଧିତ ହୋଇପାରନ୍ତି। ସୁରେନ୍ଦ୍ର ପୂଜ୍ୟ ହେବେ। ଜିତେନ୍ଦ୍ରିୟ ହୋଇପାରନ୍ତି। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।
ସିଂହ : ଅନାବଶ୍ୟକ ବ୍ୟୟ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ। କିଛି ଶୁଭଫଳ ମିଳିପାରେ।
କନ୍ୟା : ମତିମାନ୍ ହେବେ। ଶ୍ରେଷ୍ଠ କବିଭାବେ ଖ୍ୟାତି ଅର୍ଜନ କରିବେ। ଶତ୍ରୁକୁ ପରାଜିତ କରି ସୁଖକର ନିମଗ୍ନ ହେବେ। ହଠାତ୍ କିଛି ଅର୍ଥ ମିଳିବ। ବ୍ୟବସାୟରୁ ପ୍ରଚୁର ଅର୍ଥ ପାଇ ଖୁସି ହେବେ। ସୁକର୍ମା ହେବେ।
Related Posts
Comments are closed.