www.samajalive.in
Thursday, December 11, 2025
14.1 C
Bhubaneswar

ସାରନଗରୀରେ ମହାଷ୍ଟମୀ ପୂଜା

ସାରନଗରୀ : ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ସମେତ ଆଖପାଖ ଅଂଚଳର ବିଭିନ୍ନ ଦୁର୍ଗାପୂଜା ମଣ୍ଡପରେ ବୁଧବାର  ମା’ଦଶଭୂଜାଙ୍କ ପବିତ୍ର ମହାଷ୍ଟମୀ ପୂଜା କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ସାରନଗରୀ ସ୍ଥିତ ସାମୁଦାୟିକ କେନ୍ଦ୍ର(କମ୍ୟୁନିଟି ସେଂଟର) ଠାରେ ରିତିନିତୀ ଅନୁଯାୟୀ ପୂଜକ, କର୍ତା ସମେତ ୭ ଜଣଙ୍କ ଉପସ୍ଥିତିରେ ଦେବୀଙ୍କ ଆବାହନ ରିତିନିତୀ ଅନୁଯାୟୀ କରାଯାଇଥିଲା । ସେହିପରି ବାଲିଯୋଡ଼ି, ଆଇଡ଼ିଏଲ, ତରକେରା, ଦେଓଗାଁ, ଜଲଦା, ମଡର୍ଣ୍ଣ ଇଣ୍ଡିଆ, କନ୍‌ଷ୍ଟ୍ରକସନ କଲୋନୀ ଠାରେ ବିଭିନ୍ନ ପୂଜା କମିଟି ପକ୍ଷରୁ  ମହାଷ୍ଟମୀ ପୂଜା ନିରାଡମ୍ବର ଭାବେ ସମ୍ପନ୍ନ ହୋଇଛି । ଅନ୍ୟପକ୍ଷେ ସାରନଗରୀର ମା’ ମଙ୍ଗଳା, ମା’ ତାରିଣୀ ଆଦି ଦେବୀ ମନ୍ଦିରରେ ପୀଠେ ମହାନବମୀ ପୂଜାର ଆୟୋଜନ କରାଯାଇଥିଲା । ଦକ୍ଷିଣ ରାଉରକେଲା କିଛି ପୂଜା ପେଣ୍ଡାଲରେ କିଛି ଶ୍ରଦ୍ଧାଳୁ ଉପସ୍ଥିତ ରହି ମହାଷ୍ଟମୀ ପୂଜାରେ ସାମିଲ ହୋଇଥିବା ବେଳେ, ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁ ଭକ୍ତଙ୍କୁ  ପେଣ୍ଡାଲ ନିକଟକୁ ଆସି ଦେବୀ ଦର୍ଶନ କରିବା ଲାଗି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶାନାମା ପୂର୍ବରୁ ଜାରି ହୋଇ ସାରିଛି ।  ସାରନଗରୀ ଓ ଆଖପାଖ ଅଂଚଳର ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ମାନେ ପ୍ରାତଃ କାଳରେ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ଆଜି ବୁଧବାର ପୂଜା ପେଣ୍ଡାଲ ଗୁଡ଼ିକରେ ମା’ଙ୍କ ଅଷ୍ଟମୀ ପୂଜା ଆୟୋଜନ କରାଯାଇଥିବା ବେଳେ, ଗୁରୁବାର ମହାନବମୀ ପୂଜା କୋଭିଡ଼ ମାର୍ଗଦର୍ଶିକା ଅନୁଯାୟୀ ବିଭିନ୍ନ ପୂଜା କମିଟି ଆୟୋଜନ ପକ୍ଷରୁ କରାଯିବ ବୋଲି ସୂଚନା ମିଳିଛି । ମହାଷ୍ଟମୀ ଉପଲକ୍ଷେ ଦକ୍ଷିଣ ରାଉରକେଲା ସମେତ ସାରନଗରୀର ବିଭିନ୍ନ ପୂଜା ସାମଗ୍ରୀ ଦୋକାନରେ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଥିଲା ।  ସେହିପରି  ଗୁରୁବାର ମୁଣ୍ମୟୀ  ମା’ଦୁର୍ଗାଙ୍କ ପବିତ୍ର ମହାନବମୀ ପୂଜା ପାଳିତ ହେବା ସହ ବିଭିନ୍ନ ଦେବୀ ମନ୍ଦିର ଗୁଡ଼ିକରେ ପୀଠେ ଦଶହରା ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories