ରେଙ୍ଗାଲି : ଗତ ୮ତାରିଖ ଦିନ ଜିଲ୍ଲାପାଳ ଙ୍କ ଦ୍ୱାରା ପ୍ରକାଶିତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସ୍ଥାନ ସଂରକ୍ଷଣକୁ ନେଇ କତରବଗା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାର ପରିବର୍ତ୍ତନ କରାଯାଇ ଏହି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପଦ ଅଣ ସଂରକ୍ଷିତ କରାଯିବାକୁ ଜିଲ୍ଲାପାଳଙ୍କ ଠାରେ ଦାବୀ କରାଯାଇଥିବାର ଜଣାପଡିଛି । ଅଭିଯୋଗରୁ ଜଣାପଡିଛି ଯେ ବିଗତ ନିର୍ବାଚନରେ ଉଭୟ ସରପଞ୍ଚ ଏବଂ ସମିତି ସଭ୍ୟ ମହିଳା ମାନଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ଏହାର ପରିବର୍ତ୍ତନ କରା ନଯାଇ ସରପଞ୍ଚ ଓ ସମିତିସଭ୍ୟ ପଦ ପୁଣି ମହିଳା ମାନଙ୍କ ପାଇଁ ସଂରକ୍ଷିତ କରାଯାଇଛି । କ୍ରମାଗତ ଦୁଇଟି ନିର୍ବାଚନରେ ସରପଞ୍ଚ ଏବଂ ସମିତି ସଭ୍ୟ ପଦ ମହିଲା ମାନଙ୍କ ପାଇଁ ସଂରକ୍ଷିତ ରଖିବା ଦ୍ୱାରା ଅନ୍ୟବର୍ଗର ଲୋକେ ନିର୍ବାଚନ ଲଢିବା ସୁଯୋଗରୁ ବଞ୍ଚିତ ହେବା ସହିତ ପଞ୍ଚାୟତର ଉନ୍ନତିରେ ବାଧା ସୃଷ୍ଟି ହେଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏଥିପ୍ରତି ଦୃଷ୍ଟିଦେଇ ପ୍ରକାଶିତ ସ୍ଥାନ ସଂରକ୍ଷଣ ପ୍ରକ୍ରିୟାରେ ସଂଶୋଧନ କରାଯାଇ ଉଭୟ ସରପଞ୍ଚ ଏବଂ ସମିତି ସଭ୍ୟ ପଦ ଅଣସଂରକ୍ଷିତ ରଖାଯାଉ ବୋଲି ପଞ୍ଚାୟତର ବିଭିନ୍ନ ଗ୍ରାମ ଲୋକଙ୍କ ସ୍ୱାକ୍ଷରଥିବା ଦାବୀପତ୍ର ଜିଲ୍ଲାପାଳଙ୍କୁ ଦିଆଯାଇଛି ।
Popular Categories



