ମଙ୍ଗଳବାର ରାଶିଫଳ (୧୪.୦୩.୨୦୨୩)

ମେଷ : ଧାର୍ମିକ ସମାବେଶରେ ଅରୁଚି ଓ ନୀତିହୀନ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଅନାଦର ହୋଇପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସତର୍କରେ ଚଳିବାକୁ ପଡ଼ିବ।

ବୃଷ : ଧାର୍ମିକ ଚେତନାରେ ସାମାଜିକ ଏକତା ସମ୍ଭବ ହେବ। ବାଣିଜ୍ୟ କାରବାର ଲାଭଦାୟକ ହୋଇପାରେ। ସମାଜସେବାରେ ଦିବ୍ୟ ଚେତନା ପ୍ରାପ୍ତ ହେବେ। ପୁଣ୍ୟପ୍ରଭା ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।

ମିଥୁନ : ଋଣ ପରିଶୋଧ ପାଇଁ ସମୟର ତାଡ଼ନା ନିକଟବର୍ତ୍ତୀ ହେବାରୁ ବାହ୍ୟ ଖର୍ଚ୍ଚକୁ ସୀମିତ ରଖିବାକୁ ବାଧ୍ୟ ହେବେ। ଭାଇମାନଙ୍କ ସହଯୋଗ ମିଳିବ। ଚାକିରି କ୍ଷେତ୍ରରେ ପ୍ରତିବଦ୍ଧତା ଯୋଗୁଁ ପ୍ରଶଂସାର ପାତ୍ର ହେବେ।

କର୍କଟ :  ଧନଲକ୍ଷ୍ମୀଙ୍କ ଉପାସକ ହୋଇପାରନ୍ତି। ଦୈବୀଶକ୍ତି ସମ୍ପନ୍ନ କନ୍ୟାରତ୍ନ ପାଇଁ ଗର୍ବ ଅନୁଭବ କରିବେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ପ୍ରବାହିତ ହେବ। ଧାର୍ମିକ ତେଜସ୍ବୀ ଓ ଆଦର୍ଶ ବ୍ୟକ୍ତିତ୍ବଯୁକ୍ତ ହେବେ।

ସିଂହ : ଆଦର୍ଶ କୃଷି ବିଶାରଦ ଭାବେ ଆଞ୍ଚଳିକ କୃଷି ଉନ୍ନୟନ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଦାନ-ଧ୍ୟାନ ଉପରେ ଗୁରୁତ୍ବ ଦେବେ। ଯାନବାହନ ସୁଖ ମିଳିବ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି।

କନ୍ୟା : ଈଶ୍ବର ବିଶ୍ବାସରୁ ଶାଶ୍ବତ ଶାନ୍ତିର ସନ୍ଧାନ ପାଇବେ। ଆଧ୍ୟାତ୍ମିକ ଜିଜ୍ଞାସା ପରିପୂର୍ଣ୍ଣ କରିପାରନ୍ତି। ସତ୍‌ସେବାରୁ ଶାନ୍ତି ଓ ତୃପ୍ତିର ସୂତ୍ର ମିଳିବ। ଭାଷା ଋଚିପୂର୍ଣ୍ଣ ଓ ବ୍ୟବହାର ବିନୀତ ସ୍ବଭାବର ହେବ।

ତୁଳା : ନମ୍ରତାର ପ୍ରତୀକ ହୋଇପାରନ୍ତି। କାର୍ଯ୍ୟ ଫଳପ୍ରସୂ ହେବ। ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହେବେ। ଶାନ୍ତିପ୍ରିୟ, ସହନଶୀଳ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ଭାଗ୍ୟରେ ପରିବର୍ତ୍ତନ ଘଟିପାରେ।

ବିଛା :  ଶ୍ରୀଚନ୍ଦ୍ର ଭୋଗ ହୋଇଥିବାରୁ ସହକର୍ମୀମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇପାରନ୍ତି। ପ୍ରଶଂସନୀୟ ଉଦ୍ୟମ ବଳରେ ଅସାଧ୍ୟ ସାଧନ କରିପାରନ୍ତି। ମୋକଦ୍ଦମାରେ ବିଜୟୀ ହେବେ। ଧନପ୍ରାପ୍ତିର ସୂଚନା ମିଳୁଛି।

ଧନୁ : ଏକାନ୍ତରେ ମୌନ ରହି ସାମୟିକ ଭାବେ ତପ-ସାଧନାରେ ଭକ୍ତି, ରସ ଓ ପ୍ରେମର ଅଧିକାରୀ ହୋଇପାରନ୍ତି। ନିଷ୍କପଟ ହୃଦୟରେ ଓ ନିର୍ଲାଭର ଦାନ-ଧ୍ୟାନର ନେତୃତ୍ବ ନେବେ। ଅତିଥି ସତ୍କାରରେ ବ୍ୟୟାଧିକ ହୋଇପାରେ।

ମକର : ଆୟୁଷ୍ମାନ ହେବେ। ମନରେ ଲଗାମ ଦେଇ ସମର୍ପିତ ଜୀବନଯାପନ ପାଇଁ ପ୍ରୟାସୀ ହେବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରୁ ଅର୍ଥପ୍ରାପ୍ତି ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ଯାନବାହନ ସୁଖ ମିଳିବ।

କୁମ୍ଭ : ପ୍ରତ୍ୟେକ କ୍ଷେତ୍ରରେ ବଂଶ ମର୍ଯ୍ୟାଦା ରକ୍ଷା କରିବା ଆପଣଙ୍କର ଧ୍ୟେୟ ହେବ। ପରିବର୍ତ୍ତନର ଶୁଭାରମ୍ଭ ନିଜଠାରୁ କରି ଅନ୍ୟମାନଙ୍କର ଆଦର୍ଶ ହେବେ। ଜ୍ଞାନର ପ୍ରଦୀପ ଜଳାଇ ଜନସାଧାରଣଙ୍କ ଅନ୍ଧକାରକୁ ଆଲୋକିତ କରନ୍ତୁ।

ମୀନ : ନିଜ ଭାଗ୍ୟକୁ ନିଜେ ନିୟନ୍ତ୍ରଣ କରିବା ପୌରୁଷପଣିଆ ଆପଣଙ୍କର ରହିଛି। ଆଶା ଭରସାର ଆଶ୍ରୟଦାତା ହୋଇପାରନ୍ତି। ଶ୍ରଦ୍ଧା ଓ ବିଶ୍ବାସରେ ଅନୁବନ୍ଧିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

Comments are closed.