www.samajalive.in
Saturday, December 6, 2025
26.1 C
Bhubaneswar

ଭାରତୀୟ ବଜାରକୁ ଆସିଲା ‘ଅନର ବ୍ୟାଣ୍ଡ-୪’

ନୂଆଦିଲ୍ଲୀ : ୱାୱେର ସବ-ବ୍ରାଣ୍ଡ ଅନର ଭାରତରେ ‘ଅନର ବ୍ୟାଣ୍ଡ-୪’ ଲଞ୍ଚ କରିଛି। ପୂର୍ବରୁ ‘ଅନର ବ୍ୟାଣ୍ଡ-୪’, ଅନର-୮ସି ସହିତ ଲଞ୍ଚ ହେବାର ଖବର ଥିଲା। ମାତ୍ର ଏମିତି ହେଲାନାହିଁ। ବର୍ତ୍ତମାନର ସୂଚନା ଅନୁସାରେ, ଏହି ବ୍ୟାଣ୍ଡ ଡିସେମ୍ବର ୧୮ରୁ ଆମାଜନ ଇଣ୍ଡିଆରେ ଉପଲବ୍ଧ ହେବ। ଯାହାର ମୂଲ୍ୟ ୨,୫୯୯ଟଙ୍କା। ଏହି ବ୍ୟାଣ୍ଡର ଟକ୍କର ଜିଓମୀର ଏମଆଇ ବ୍ୟାଣ୍ଡ-୩ ସହିତ ହେବ।
‘ଅନର ବ୍ୟାଣ୍ଡ-୪’ ବିଶେଷତ୍ୱ ବିଷୟରେ କହିଲେ, ଏଥିରେ ୱାଟର ରେସିଷ୍ଟେଣ୍ଟ ସହିତ ହର୍ଟରେଟ ସେନସର ମଧ୍ୟ ଦିଆଯାଇଛି। ଏଥିରେ ୦.୯୫ଇଞ୍ଚର ଏମୋଲେଡ ଟଚ୍‍ ସ୍କ୍ରିନ୍ ଡିସପ୍ଲେ ରହିଛି। ଯେଉଁଥିରେ ୨.୫ଡି କର୍ଡ ଗ୍ଳାସ ପ୍ରୋଟେକ୍ସନ ରହିଛି। ଏଥିରେ ଗୋଟିଏ ଗୋଲାକାର ହୋମ ବଟନ ଦିଆଯାଇଛି। ଏହି ବ୍ୟାଣ୍ଡ ୫୦ଲିଟର ପାଣିରେ ପଡିବା ଦ୍ୱରା ମଧ୍ୟ ଠିକ ଠାକ୍‍ କାମ କରିବାର କ୍ଷମତା ରଖିଥାଏ। ‘ଅନର ବ୍ୟାଣ୍ଡ-୪’ରେ ୧୦୦ଏମ୍‍ଏଚର ବ୍ୟାଟେରୀ ରହିଛି। ଯାହା ୧୭ଦିନର ବ୍ୟାଟେରୀ ବ୍ୟାକ୍‍ଅପ୍‍ ଦେବ। ଏଥିରେ ହୁୱାୱେର ଟ୍ରୁ ସ୍ଲିପ ୨.୦ଦିଆଯାଇଛି। ଯାହା ସାହାଯ୍ୟରେ ଆପଣ ଶୋଇବା ସମୟ ଜାଣିପାରିବେ। ଏହାର ସଂଯୋଗ ବିଷୟରେ କହିଲେ ଏଥିରେ ୱାୱେ ସ୍ୱାସ୍ଥ୍ୟ ଆପ୍‍ ଏବଂ ପେମେଣ୍ଟ ପାଇଁ ଏନଏଫସିର ସପୋର୍ଟ ଦିଆଯାଇଛି। ଏହାର ଓଜନ ୨୩ଗ୍ରାମ। ‘ଅନର ବ୍ୟାଣ୍ଡ-୪’ ଅନଲାଇନ ନମ୍ବରକୁ ଚିହ୍ନିପାରିବାର କ୍ଷମତା ରଖିଥାଏ ଏବଂ ଏହା ଦ୍ବାରା କଲ ମଧ୍ୟ ଉଠାଇପାରିବେ ଏବଂ ମେସେଜର ନୋଟିଫିକେସନ ମଧ୍ୟ ପଢିପାରିବେ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories