ହଂକଂ: ଭାରତରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ହଂକଂ କର୍ତ୍ତୃପକ୍ଷ ଭାରତରୁ ସମସ୍ତ ବିମାନ ସେବା ଉପରେ କଟକଣା ଜାରି କରିଛନ୍ତି। ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଭାରତ ସମେତ ପାକିସ୍ତାନ ଓ ଫିଲିପାଇନ୍ସରୁ ବିମାନ ସେବା ଉପରେ ମଧ୍ୟ କଟକଣା ଲଗାଇଛନ୍ତି ହଂକଂ କର୍ତ୍ତୃପକ୍ଷ। ଏହାଦ୍ୱାରା ସଂପ୍ରତି କ୍ୟାଥେ ପ୍ୟାସିଫିକ, ହଂକଂ ଏୟାରଲାଇନ୍ସ, ଭିସ୍ତ।।ରା ଏବଂ ସେବୁ ପ୍ୟାସିଫିକ ଆଦି କମ୍ପାନୀର ବିମାନ ଏହି ରାଷ୍ଟ୍ରଗୁଡିକୁ ଉଡାଣ କରିବନାହିଁ। ଏହି ତିନିଟି ରାଷ୍ଟ୍ରରୁ ଯାଉଥିବା ଯାତ୍ରୀମାନେ ହଂକଂରେ କୋଭିଡ ପଜିଟିଭ ଚିହ୍ନଟ ହେବା ଏବଂ ଗତ ୧୪ ଦିନ ମଧ୍ୟରେ ସେମାନଙ୍କ ସଂଖ୍ୟା ମାତ୍ରାଧିକ ବୃଦ୍ଧିପାଇବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ହଂକଂ ସରକାର ଭାରତ, ପାକିସ୍ତାନ ଓ ଫିଲିପାଇନ୍ସକୁ କୋଭିଡ ସଂକ୍ରମଣ ଦୃଷ୍ଟିରୁ ‘ଏକ୍ସଟ୍ରିମଲି ହାଇ ରିସ୍କ’ ବର୍ଗରେ ରଖିଛନ୍ତି।
Popular Categories



