www.samajalive.in
Saturday, December 6, 2025
19.1 C
Bhubaneswar

ଦିନକରେ ୪୪୪୫ ପଜିଟିଭ, ସୁନ୍ଦରଗଡ଼ରୁ ସର୍ବାଧିକ ୭୨୨

ଭୁବନେଶ୍ଵର: ରାଜ୍ୟରେ କରୋନା ଭୂତାଣୁ ଭୟଙ୍କର ରୂପ ନେଉଛି। ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୪୪୪୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୨୫୭୪ ଜଣ ଚିହ୍ନଟ ହୋଇଥିବାବେଳେ ୧୮୭୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ମୋଟ ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୭୨୨ ଜଣ ଚିହ୍ନଟ ହୋଇଛନ୍ତି। ଏହାପଛକୁ ଖୋର୍ଦ୍ଧା ଜିଲାରୁ ୫୮୭ ଏବଂ ନୂଆପଡ଼ାରୁ ୪୩୭ ଜଣ ଠାବ ହୋଇଛନ୍ତି। ସେହିପରି କଳାହାଣ୍ଡିରୁ ୨୭୩, କଟକରୁ ୨୫୧, ପୁରୀରୁ ୨୧୯, ସମ୍ବଲପୁରରୁ ୨୪୧, ଝାରସୁଗୁଡ଼ାରୁ ୨୩୧, ବରଗଡ଼ରୁ ୧୭୮, ବାଲେଶ୍ଵରରୁ ୧୨୩, ନବରଙ୍ଗପୁରରୁ ୧୨୭ ଓ ଷ୍ଟେଟ ପୁଲ ୧୨୫ ରହିଛି। ଏହାବ୍ୟତୀତ ମୟୂରଭଞ୍ଜରୁ ୧୦୦, ଅନୁଗୋଳ ୮୭, ଭଦ୍ରକ ୪୩, ବଲାଙ୍ଗୀର ୧୬୮, ବୌଦ୍ଧ ୨୧, ଦେବଗଡ଼ ୩୫, ଢେଙ୍କାନାଳ ୨୦, ଗଜପତି ୧୦, ଗଞ୍ଜାମ ୬୨, ଜଗତସିଂହପୁର ୩୩, ଯାଜପୁର ୫୮, କନ୍ଧମାଳ ୨୯, କେନ୍ଦ୍ରାପଡ଼ା ୩୫, କେନ୍ଦୁଝର ୭୫, କୋରାପୁଟ ୨୧, ମାଲକାନଗିରି ୯, ନୟାଗଡ଼ ୫୦, ରାୟଗଡ଼ା ୫୩, ସୋନପୁରରୁ ୨୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

- Advertisement -

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୭୨ ହଜାର ୭୦୩ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୪୬ ହଜାର ୧୩୪ ଜଣ ସୁସ୍ଥ ହୋଇଥିବାବେଳେ ୨୪ ହଜାର ୫୬୮ ସକ୍ରିୟ ରୋଗୀ ରହିଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories