ହୋଣ୍ଡା ଆଣିଲା ନୂଆ ହୋଣ୍ଡା ଆମେଜ

ଭୁବନେଶ୍ୱର : ହୋଣ୍ଡା କାର୍‍ସ ଇଣ୍ଡିଆ ପାର୍ବଣ ଋତୁ ଆରମ୍ଭ ପୂର୍ବରୁ ଶୁକ୍ରବାର ନୂଆ ଆମେଜ ବଜାର ପ୍ରବେଶ କରାଇଛି। ପରିବର୍ଦ୍ଧିତ ଲୁକ୍‍, ପ୍ରିମିୟମ ବାହ୍ୟଭାଗ ଷ୍ଟାଇଲିଂ ଏବଂ ଅଧିକ ସୁବିଧା ସୁଯୋଗ ଥିବା ଆଭ୍ୟନ୍ତରୀଣ ଭାଗ ସହିତ ଏହା ଆସୁଛି। ଏହା ଗର୍ବର ସହିତ ଜୀବନ ଜିଇବା ଚିନ୍ତାଧାରାକୁ ନେଇ ବଜାରକୁ ଆସିଛି ଏବଂ ନିଜର ସଦ୍ୟତମ ଅବତାରରେ ସଂପୂର୍ଣ୍ଣ ନୂଆ ଭାବଧାରା ଏବଂ ତାଜା ଆସ୍ଥାଭାବ ପ୍ରଦର୍ଶିତ କରୁଛି। ଭୁବନେଶ୍ୱର, ପଟିଆ, କଟକ କ୍ୟାଣ୍ଟନମେଣ୍ଟ ରୋଡ, ପାଣିକୋଇଲି, ବାଲେଶ୍ୱର ଆଦି ସ୍ଥାନରେ ଥିବା ହୋଣ୍ଡା ଶୋ ରୁମ୍‍ଗୁଡିକରେ ଏହାକୁ ଓଡ଼ିଶା ବଜାରରେ ପ୍ରବେଶ କରାଯାଇଛି। ହାଇୱେ ହୋଣ୍ଡାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପରିଚାଳନା ନିର୍ଦେଶକ ଆଦିତ୍ୟ ପାତ୍ର ଏବଂ ଜିଏମ୍‍ ରାଜୀବ ପଣ୍ଡା ଉପସ୍ଥିତ ଥିଲେ। ସେହିଭଳି ସେଣ୍ଟ୍ରାଲ ହୋଣ୍ଡାରେ ମଧ୍ୟ ନୂଆ ହୋଣ୍ଡା ଆମେଜ ଶୁକ୍ରବାର ଉନ୍ମୋଚିତ ହୋଇଥିଲା।

Comments are closed.