www.samajalive.in
Friday, December 12, 2025
14.1 C
Bhubaneswar

ଶୀତଦିନେ ଶୁଷ୍କ ତ୍ଵଚାକୁ ନେଇ ଚିନ୍ତିତ? ଘରୋଇ ଉପାୟରେ ପ୍ରସ୍ତୁତ କରନ୍ତୁ ଲୋଶନ

ଶୀତ ଋତୁ ଆସିବା ମାତ୍ରେ ତ୍ଵଚାକୁ ନେଇ ଚିନ୍ତା ଆରମ୍ଭ ହୋଇଯାଏ। ଏହି ଦିନରେ ତ୍ଵଚା ଶୁଷ୍କ ହେବା ଫଳରେ ଚମକ ହ୍ରାସ ପାଇବା ସହ ଆହୁରି ଅନେକ ସମସ୍ୟା ଦେଖା ଦେଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଆମେ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ଲୋଶନ୍‌ ଆଦି ଆଣି ବ୍ୟବହାର କରିଥାଉ। କିନ୍ତୁ ଏହା ଅପେକ୍ଷା ଘରୋଇ ଉପାୟରେ ପ୍ରସ୍ତୁତ ଲୋଶନ୍‌ ଆପଣଙ୍କ ପାଇଁ ଅଧିକ ଲାଭଦାୟକ ଏବଂ ଖାସ୍‌ କଥା ହେଉଛି ଏଥିରେ କୌଣସି ପାର୍ଶ୍ବ ପ୍ରତିକ୍ରିୟାର ଭୟ ମଧ୍ୟ ନ ଥାଏ। ତେବେ ଆସନ୍ତୁ ଜାଣିବା ଘରୋଇ ଉପାୟରେ ଲୋଶନ କିପରି ତିଆରି କରିବା –

ଆବଶ୍ୟକ ସାମଗ୍ରୀ:

- Advertisement -

ଗ୍ଲିସେରିନ୍‌- ୧ ଚାମଚ
ବାଦାମ ତେଲ- ୧ ଚାମଚ
ନଡ଼ିଆ ତେଲ- ୧ଚାମଚ
ଗୋଲାପ ଜଳ- ୨ ଚାମଚ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ୧ ଚାମଚ ବାଦାମ ଏବଂ ନଡିଆ ତେଲ ପକାଇ ଗରମ କରନ୍ତୁ। ପରେ ଏହାକୁ ଥଣ୍ଡା କରନ୍ତୁ ଏବଂ ଏଥିରେ ଗ୍ଲିସେରିନ୍‌ ଏବଂ ଗୋଲାପ ଜଳ ପକାଇ ଭଲଭାବେ ମିଶାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଲୋଶନ। ଏହାକୁ ପ୍ରତିଦିନ ୨ ଥର ବ୍ୟବହାର କରିପାରିବେ। ରାତିରେ ଶୋଇବା ପୂର୍ବରୁ ଏହାକୁ ଲାଗଇବା ଦ୍ବାରା ଅଧିକ ଲାଭ ମିଳିଥାଏ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories