www.samajalive.in
Monday, December 15, 2025
26.1 C
Bhubaneswar

ଘରୋଇ ଉପଚାରରେ ତ୍ୱଚା ଚର୍ଚ୍ଚା

ତ୍ୱଚାର ଚମକ ବୃଦ୍ଧି ପାଇଁ ବିଶେଷ କରି ଯୁବତୀ ଓ ମହିଳାମାନେ ଦାମୀ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାଆନ୍ତି। ମାତ୍ର ତ୍ୱଚାର ଚମକ ବୃଦ୍ଧି କରିବା ପାଇଁ ଏପରି ଏକ ସାଧାରଣ ଓ ସହଜ ଘରୋଇ ଉପାୟ ରହିଛି ଯାହାକୁ ଆପଣାଇବା ଦ୍ୱାରା ତ୍ୱଚା ସୁନ୍ଦର, କୋମଳ ଓ ଏହାର ଚମକ ମଧ୍ୟ ବୃଦ୍ଧି ପାଇଥାଏ।
କଦଳୀକୁ ଚକଟି ଏଥିରେ କ୍ଷୀର ମିଶାନ୍ତୁ। ଏହି ମିଶ୍ରଣକୁ ତ୍ୱଚାରେ ଲଗାନ୍ତୁ। ଯେଉଁ ସମୟରେ ଏହା ଭଲ ଭାବେ ଶୁଖିଯିବ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ୨ ରୁ ୩ଥର ଏହାକୁ ବ୍ୟବହାର କଲେ ମୁହଁ କୋମଳ ଓ ଗୋରା ହୋଇଥାଏ।
୨ ଚାମଚ ପୁଦିନା ରସରେ ଅଧ ଚାମଚ ଲେମ୍ବୁରସ ମିଶାନ୍ତୁ। ଏହାକୁ ମୁହଁ ଓ ବେକରେ ଲଗାଇ ୧୫ ମିନିଟ ରଖି ଧୋଇ ଦିଅନ୍ତୁ। ତ୍ୱଚା ପାଇଁ ଏହା ଖୁବ ଲାଭଦାୟକ।
୧ ଚାମଚ ମହୁରେ ୨ ଚାମଚ ବାଦାମ ଗୁଣ୍ଡ ମିଶାନ୍ତୁ। ଏଥିରେ ଲେମ୍ବୁ ରସ ମଧ୍ୟ ମିଶାନ୍ତୁ। ଏହାକୁ ମୁହଁରେ ଓ ବେକରେ ଲଗାଇ ଭଲ ଭାବେ ମାଲିସ କରନ୍ତୁ। ଏହାପରେ ମୁହଁ ଧୋଇ ଦିଅନ୍ତୁ। ଏହା ମୁହଁର ଚମକ ବୃଦ୍ଧି ସହ କୋମଳ ଓ ଗୋରା ହୋଇଥାଏ।
ବେସନରେ ଲେମ୍ବୁ ରସ ଓ ଖିର ମିଶାଇ ଫେସ ପ୍ୟାକ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। ସମ୍ପୂର୍ଣ୍ଣ ଶୁଖିଯିବା ପରେ ମୁହଁ ଧୋଇ ଦିଅନ୍ତୁ।
ମୁହଁକୁ ଗୋରା କରିବା ପାଇଁ , ବିଭିନ୍ନ ଦାଗ ଦୂର ପାଇଁ , ବ୍ରଣ ସମସ୍ୟା ଦୂର ପାଇଁ ମେଥି ପତ୍ରକୁ ପେଷି ଏହାକୁ ମୁହଁରେ ଲଗାନ୍ତୁ। ୧୦ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ।
ମୂଳାକୁ ପେଷି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାନ୍ତୁ। କିଛି ସମୟ ମୁହଁରେ ରଖି ଏହି ଫେସ ପ୍ୟାକକୁ ଧୋଇ ଦିଅନ୍ତୁ।
– ବେସନରେ କ୍ଷୀର, ଲେମ୍ବୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ରଖନ୍ତୁ। ପରେ ଧୋଇ ଦିଅନ୍ତୁ। ଏହାକୁ ନିୟମିତ ବ୍ୟବହାର କଲେ ନିଜେ ଏହାର ଚମତ୍କାରିତା ଅନୁଭବ କରି ପାରିବେ।
– ଏକ ଅଣ୍ଡା, ୨ ଚାମଚ ସୋୟାବିନ ଗୁଣ୍ଡ, ୨ ଚାମଚ ମହୁ , ୧ ଚାମଚ କ୍ଷୀର ସରକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ। ଶୀତ ଦିନେ ଏହା ମୁହଁ ପାଇଁ ଆଶୀର୍ବାଦ ଠାରୁ କମ ନୁହେଁ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories