କୁଦୃଷ୍ଟି ପ୍ରଭାବରୁ ଘରକୁ ରକ୍ଷା କରିବେ କିପରି!! ଜାଣନ୍ତୁ।
ଦୁନିଆରେ ତିନି ପ୍ରକାର ଶକ୍ତି କାମ କରିଥାଏ ଯଥା- ସକାରାତ୍ମକ,ନକାରାତ୍ମକ ଓ ଉଦାସୀନ। ଏହି ଶକ୍ତି ଆମର ବ୍ୟବହାର ଓ କଥାବାର୍ତ୍ତାରୁ ସୃଷ୍ଟି ହୋଇଥାଏ। ଆମ ଶରୀର ଉପରେ ଓ ଘରେ ମୁଖ୍ୟତଃ ସକାରାତ୍ମକ ଶକ୍ତି କାମ କରିଥାଏ। ସ୍ୱଭାବ ଓ ସମ୍ପର୍କରୁ ଆମ ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ ଏବଂ ଆମେ ଏହାକୁ ଖରାପ ଦୃଷ୍ଟି ପଡ଼ିବା ବା ନଜର ଲାଗିବା କହିଥାଉ। ଦୃଷ୍ଟି ପଡ଼ିଲେ ଆମର ଭାବନା ଓ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ିଥାଏ, ଯାହା ଦ୍ୱାରା କିଛି କ୍ଷଣ ପାଇଁ ଆମ ଜୀବନରେ ନକାରାତ୍ମକ ପ୍ରଭାବ ପଡ଼େ ବୋଲି ବିଶ୍ୱାସ ରହିଛି।
ଘର ଉପରେ କୁଦୃଷ୍ଟିର ପ୍ରଭାବ:
ଘରେ କୁଦୃଷ୍ଟି ପଡ଼ିଲେ ବିନା କାରଣରେ ଘର ଭାରି ଲାଗିଥାଏ ଓ ଅଲଗା ପ୍ରକାର ଲାଗେ।
ଘରର ଲୋକଙ୍କ ମଧ୍ୟରେ ବିନା କାରଣରେ ଝଗଡ଼ା ହୋଇଥାଏ।
ଘର ଲୋକଙ୍କ ଦେହ ଖରାପରେ ଅଧିକ ଖର୍ଚ୍ଚ ହୋଇଯାଏ।
ମୁଖ୍ୟତଃ ରୋଜଗାରରେ ଅବନ୍ନତି ଦେଖା ଦେଇଥାଏ।
ଉପାୟ:
ଘରେ ବିନା କାରଣରେ ଅଳିଆ ଆବର୍ଜନା ହେଉଥିବା ଜିନିଷ ରଖନ୍ତୁ ନାହିଁ।
ଘରେ ପୂଜା କଲାବେଳେ ସନ୍ଧ୍ୟା ସମୟରେ ଦୀପ ଜଳାନ୍ତୁ।
ସକାଳେ ଓ ସନ୍ଧ୍ୟା ସମୟରେ ଚନ୍ଦନର ଧୂପକାଠି ଲଗାଇ ରଖନ୍ତୁ।
ଘରର ସବୁ କବାଟ ଦ୍ୱାରରେ ଲାଲ ରଙ୍ଗର ସ୍ୱସ୍ତିକ ଚିହ୍ନ ଲଗାନ୍ତୁ।
ସପ୍ତାହରେ ଗୋଟିଏ ଦିନ ଘରେ ଭଜନ କରନ୍ତୁ।