www.samajalive.in
Saturday, December 6, 2025
19.1 C
Bhubaneswar

ମେଦିନପୁରରୁ ମମତାଙ୍କୁ ଟାର୍ଗେଟ କଲେ ଶାହା, କହିଲେ ନିର୍ବାଚନ ସମୟକୁ ଏକୁଟିଆ ହୋଇଯିବେ ଦିଦି

କଳକାତା : ପଶ୍ଚିମବଙ୍ଗ ମେଦିନପୁରରେ ଗୃହମନ୍ତ୍ରୀ ଅମିତ ଶାହା ବିଶାଳ  ଜନସଭାକୁ ସମ୍ବୋଧିତ କରିବା ଅବସରରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସିର ମୂଖ୍ୟ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ।ଅମିତ ଶାହ କହିଛନ୍ତି ଯେ ଆଜି ସବୁ ଦଳର ଭଲ ଲୋକ ବିଜେପିକୁ ଆସିଛନ୍ତି ।ମୋଦୀ ସରକାରଙ୍କ ଉନ୍ନୟନ ମୂଳକ ଏବଂ ଜନମଙ୍ଗଳ କାର୍ଯ୍ୟ ଦେଖି ଆଜି ଟିଏମସିର ଜଣେ ସାଂସଦ, ୬ ଜଣ ବିଧାୟକଙ୍କ ସମେତ ଅନେକ ନେତା ବିଜେପିରେ ଯୋଗ ଦେଇଛନ୍ତି । ଅମିତ ଶାହ କହିଛନ୍ତି ଯେ ବିଜେପିରେ ଟିଏମସି ନେତା ଯୋଗା ଦେବା ଏବେ ଆରମ୍ଭ ହୋଇଛି । ନିର୍ବାଚନ ସମୟକୁ କେବଳ ମମତା ଦିଦି ଏକୁଟିଆ ଟିଏମସିରେ ରହିଥିବେ ।


ପଶ୍ଚିମବଙ୍ଗ ମେଦିନପୁରରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସଭାରେ ଆଜି ତୃଣମୂଳ କଂଗ୍ରେସର ପ୍ରମୁଖ ନେତା ଶୁଭେନ୍ଦୁ ଅଧିକାରୀ ଦଳ ଛାଡି ବିଜେପିରେ ମିଶିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହଙ୍କ ରାଲିରେ ଶୁଭେନ୍ଦୁଙ୍କ ସହ ତୃଣମୂଳ କଂଗ୍ରେସର ୬, କଂଗ୍ରେସ ୧, ସିପିଆଇର ୧, ସିପିଏମର ୨ ସମେତ ୧୧ ବିଧାୟକ ବିଜେପିରେ ମିଶିଥିଲେ । ମମତା ବାନାର୍ଜୀ ଏହା ଏକ ବହୁତ ବଡ ଝଟକା ଭାବେ ବିବେଚନା କରାଯାଉଛି । ବିଧାୟକ ତାପସୀ ମଣ୍ଡଳ, ଅଶୋକ ଦିଣ୍ଡା, ସୁଦୀପ ମୁର୍ଖାଜୀ, ସୈକାତ ପାଞ୍ଝା, ଶୀଳଭଦ୍ର ଦତ, ଦୀପାଳି ବିଶ୍ୱାସ, ସୁକ୍ରା ମୁଣ୍ଡା, ଶ୍ୟାମପଦ ମୁର୍ଖାଜୀ, ବିଶ୍ୱଜିତ କୁଣ୍ଡୁ ଏବଂ ବନଶ୍ରୀ ମୈତ୍ରୀ ଦଳ ଛାଡିଛନ୍ତି ।ତେବେ ଆଗକୁ ଆହୁରି ତୃଣମୂଳ କଂଗ୍ରେସର ନେତା ବିଜେପିରେ ମିଶିବେ ବୋଲି ଶାହା ସଭାରେ କହିଛନ୍ତି ।

- Advertisement -


ଅମିତ ଶାହ ଆହୁରୀ ମଧ୍ୟ କହିଛନ୍ତି ଯେ ଆଜି ଯେଉଁମାନେ ଟିଏମସି ଛାଡି ବିଜେପିରେ ଯୋଗ ଦେଇଛନ୍ତି କେବଳ ପରିବାରବାଦ ପାଇଁ । କାରଣ ସେମାନେ ମା ମାଟି ମଣିଷଙ୍କ ପାଇଁ କାମ କରିବାକୁ ଟିଏମସିକୁ ଆସିଥିଲେ । ହେଲେ ଦିଦି ଏହାକୁ ପରିବାରବାଦରେ ପରିଣତ କରିଛନ୍ତି । ସେହିପରି ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି ମଧ୍ୟରେ ଲାଗି ରହିଥିବା ଛକା ପଞ୍ଝା ମଧ୍ୟରେ ୩୦୦ରୁ ଅଧିକ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଏଥିରୁ ହାରି ଯିବୁ ନାହିଁ ବରଂ ଯେତିକି ଆକ୍ରମଣ କରାଯିବ ଆମେ ସେତିକି ଶକ୍ତ ହେବୁ ବୋଲି ଶାହା କହିଛନ୍ତି ।

ମେଦିନପୁରର ଜନସମାବେଶରୁ ଶାହା ବେଙ୍ଗଲର ଯୁବ ଗୋଷ୍ଠୀଙ୍କୁ ପ୍ରଶ୍ନ କରି ପଚାରିଛନ୍ତି ଯେ କ’ଣ ଆପଣ ମାନଙ୍କର ଭୁଲ? କାହିଁକି ବେଙ୍ଗଲରେ ବିକାଶ ହୋଇପାରୁ ନାହିଁ? ମୁଁ ବେଙ୍ଗଲର ଚାଷୀଙ୍କୁ ପଚାରିବାକୁ ଚାହୁଁଛି, କାହିଁକି ସେମାନେ ପ୍ରଧାନମନ୍ତ୍ରୀ ମୋଦି ପଠାଉଥିବା ବାର୍ଷିକ ୬ ହଜାର ଟଙ୍କା ପାଉନାହାନ୍ତି? କାରଣ ଏଠାରେ ଶାସନ କରୁଥିବା ଟିଏମସି ବା ମମତା ପଶ୍ଚିମବଙ୍ଗକୁ ନିଜ ସମ୍ପତି ଭାବୁଛନ୍ତି, ତାଙ୍କ ଇଚ୍ଛାରେ ଲୋକମାନେ ଚାଲନ୍ତିୁ ବୋଲି ଚାହୁଁଛନ୍ତି । ଆଜି ଯେଉଁମାନେ ଟିଏମସି ଛାଡୁଛନ୍ତି ଏହାର ମୁଖ୍ୟକାରଣ ମମତା ବାନାର୍ଜୀଙ୍କ ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣ ନୀତି । ଦିଦି ମନେ ରଖନ୍ତୁ ଟିଏମସି ନେତା ବିଜେପିରେ ମିଶିବା ଏହା କେବଳ ଆରମ୍ଭ । ନିର୍ବାଚନ ବେଳକୁ ଆପଣ ଏକାକୀ ହିଁ ରହିଥିବେ ବୋଲି ଶାହା କହିଛନ୍ତି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories