www.samajalive.in
Saturday, December 6, 2025
26.1 C
Bhubaneswar

କମିଶନରେଟ୍‌ ପୁଲିସର ନୋଟିସ, ଭୁବନେଶ୍ବର ରାସ୍ତାକଡ଼ରୁ ହଟିବ ଦଦରା ଗାଡ଼ି

ଭୁବନେଶ୍ବର: ସର୍ବ ସାଧାରଣ ସ୍ଥାନରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ଗାଡ଼ି ପାଇଁ କମିଶନରେଟ୍‌ ପୁଲିସ ନୋଟିସ୍ ଜାରି କରିଛି। ନିଜ ନିଜ ଗାଡ଼ିକୁ ନେଇ ଯିବାକୁ କମିଶନରେଟ୍‌ ପୁଲିସ ନୋଟିସ ମାଧ୍ୟମରେ ନିର୍ଦେଶ ଦେଇଛି।
କମିଶନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି ଯେ ରାଜଧାନୀ ରାସ୍ତାକଡ଼ରେ ଦୀର୍ଘଦିନ ଧରି ପଡ଼ି ରହିଥିବା ଦଦରା ଗାଡ଼ିଗୁଡ଼ିକୁ ହଟାଇବା ପାଇଁ ଗାଡ଼ି ମାଲିକଙ୍କୁ ଫୋନ୍‌ କିମ୍ବା ମାଇକ୍‌ ଯୋଗେ ସତର୍କ କରାଯିବ। ଗାଡ଼ିକୁ ହେପାଜତରେ ନେବାକୁ ଗାଡ଼ି ମାଲିକଙ୍କୁ ସମୟ ଦିଆଯିବ। ଖିଲାପ କଲେ ସେମାନଙ୍କ ଗାଡ଼ି ଟଣା ହେବ। ତେବେ କମିଶନରେଟ୍‌ ପୁଲିସ ଗାଡ଼ି ଟାଣିଲେ ସମ୍ପୃକ୍ତ ଗାଡ଼ିର ମାଲିକ ଜରିମାନା ସହ ଗାଡ଼ି ଟଣା ଖର୍ଚ୍ଚ ଦେବାକୁ ପଡ଼ିବ। ଗାଡ଼ି ଟଣା ସମୟରେ କୌଣସି କ୍ଷତି ହେଲେ ଗାଡ଼ି ମାଲିକ ଦାୟୀ ରହିବେ।

ରାଜଧାନୀ ରାସ୍ତା କଡରୁ ପୁରୁଣା ଗାଡି ଗୁଡିକୁ ହଟାଇବା ପାଇଁ ଆଜିଠୁ ଏକ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି ଟ୍ରାଫିକ ପୁଲିସ। ଭୁବନେଶ୍ୱରର ବରମୁଣ୍ଡା, ରସୁଲଗଡ ଏବଂ କଳ୍ପନାରେ ଆଜି ଟ୍ରାଫିକ ପକ୍ଷରୁ ଗାଡି ଗୁଡିକୁ ଉଠାଯାଇଛି। ଟ୍ରାଫିକ ସମସ୍ୟା ଏବଂ ଦୁର୍ଘଟଣା ଯୋଗୁଁ ବାରମ୍ବାର ଅଭିଯୋଗ ପରେ ଆଜି କମିଶନରେଟ୍‌ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଗକୁ ଭୁବନେଶ୍ୱରର ସମସ୍ତ ଅଞ୍ଚଳରେ ରାସ୍ତକଡ଼ରୁ ଦଦରା ଗାଡ଼ି ହଟାଇବା ଡ୍ରାଇଭ କରାଯିବ ବୋଲି ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର ପ୍ରକାଶ କରିଛନ୍ତି। ଯଦି କୌଣସି ଅଞ୍ଚଳରେ ବେଆଇନ ଭାବେ ପୁରୁଣା ଦଦରା ଗାଡି ରାସ୍ତାକଡ଼ରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ଦେଖନ୍ତି, ତାହେଲେ ୧୦୦ ନମ୍ବରକୁ କଲ୍ କରି ମଧ୍ୟ ଅଭିଯୋଗ କରିପାରିବେ। ଭୁବନେଶ୍ୱରର ରାସ୍ତା କଡରେ ପୁରୁଣା ଓ ଅବ୍ୟବହୃତ ଗାଡି ବର୍ଷ ବର୍ଷ ଧରି ପଡି ରହୁଛି। ଗାଡି ମାଲିକମାନେ ସେହି ଗାଡିକୁ ନେଉନାହାନ୍ତି କିମ୍ବା ନଷ୍ଟ ମଧ୍ୟ କରୁନାହାନ୍ତି। ଟ୍ରାଫିକ୍‌ ସମସ୍ୟାକୁ ସ୍ବାଭାବିକ କରିବା ଓ ଦୁର୍ଘଟଣା ରୋକିବା ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ରାସ୍ତାକଡ଼ରେ ଦୀର୍ଘଦିନ ଧରି ପଡ଼ି ରହିଥିବା ଦଦରା ଗାଡ଼ି ହଟାଇବା ଅଭିଯାନ ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories