www.samajalive.in
Monday, December 15, 2025
27.1 C
Bhubaneswar

ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସରୁ ଉଠିଲା ହକି

ଭୁବନେଶ୍ବର: ରାଜ୍ୟ ସରକାର ହକିକୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ହକି ପାଇଁ ଏକାଧିକ ଭିତ୍ତିଭୂମି ସୃଷ୍ଟି କରୁଛନ୍ତି। ତୃଣମୂଳସ୍ତରରୁ ହକି ପ୍ରତିଭା ସୃଷ୍ଟିକରିବା ଲକ୍ଷ୍ୟରେ ବିଭିନ୍ନ ଜିଲାରେ ହକି ଟର୍ଫ ବିଛାଯିବା ନେଇ ମଧ୍ୟ କାର୍ଯ୍ୟଚାଲିଛି। ଏଭଳି ସ୍ଥଳେ ଉପକୂଳ ଓଡ଼ିଶାର ଏକମାତ୍ର କ୍ରୀଡ଼ା ଛାତ୍ରାବାସ ଭାବେ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସରେ ରହିଥିବା ସିନିୟର ହକି ବିଭାଗକୁ ଉଠାଇ ଦିଆଯାଇଛି। କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ୨ଟି ବିଶ୍ବସ୍ତରୀୟ ହକି ଗ୍ରାଉଣ୍ଡ ଥିବା ସତ୍ତ୍ବେ ସେଠାରେ ହକି ପ୍ରଶିକ୍ଷଣ ଓ ଅଭ୍ୟାସ ପାଇଁ ସମସ୍ତ ସୁବିଧା ରହିଛି। ଏହାସତ୍ତ୍ବେ ଦେଶର କ୍ରୀଡ଼ା ରାଜଧାନୀ କୁହା ଯାଉଥିବା ଭୁବନେଶ୍ବରର ରାଜ୍ୟ ସରକାରଙ୍କ କ୍ରୀଡ଼ା ଛାତ୍ରାବାସରୁ ହକିକୁ ଉଠାଇ ଦିଆଯିବା ହକିପ୍ରେମୀଙ୍କୁ ଆଶ୍ଚର୍ଯ୍ୟ ଓ କ୍ଷୁବ୍‌ଧ କରିଛି।
ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଦ୍ବାରା ପରିଚାଳିତ କଟକର ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ କିଛି ବର୍ଷ ତଳେ ସିନିୟର ପୁରୁଷ ଓ ମହିଳା ହକି ରହିଥିଲା। ଭୁବନେଶ୍ବରରେ ସିନ୍ଥେଟିକ ଟର୍ଫ ହେବା ପରେ ୨୦୧୪ରେ ସିନିୟର ପୁରୁଷ ଓ ମହିଳା ହକି ବିଭାଗକୁ କଟକରୁ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସକୁ ଉଠାଇ ନିଆ ଯାଇଥିଲା। କଳିଙ୍ଗ ଷ୍ଟାଡିୟମରେ ବିଶ୍ବସ୍ତରୀୟ ହକି କ​‌େ​‌ମ୍ପ୍ଲକ୍ସ ନିର୍ମିତ ହେବା ପରେ କ୍ରୀଡ଼ା ଛାତ୍ରାବାସର ହକି ପ୍ରଶିକ୍ଷାର୍ଥୀଙ୍କ ଅଭ୍ୟାସ ପାଇଁ ଏହା ବେଶ୍‌ ସହାୟକ ହୋଇଥିଲା। ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସରେ ସିନିୟର ପୁରୁଷ ଓ ମହିଳା ବର୍ଗରେ ୩୦ ଜଣ ଲେଖାଏଁ ଖେଳାଳି ରହିବାର ସୁବିଧା ଥିଲା। କ୍ରୀଡ଼ା ଛାତ୍ରାବାସର ହକି ପ୍ରଶିକ୍ଷକ କାଳୁଚରଣ ଚୌଧୁରୀ ଅବସର ନେବା ପ​‌େ​‌ର ଜଣେ ମାତ୍ର ପ୍ରଶିକ୍ଷକ ପୁରୁଷ ଓ ମହିଳା ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଥିଲେ। ଏବେ ଉକ୍ତ କ୍ରୀଡ଼ା ଛାତ୍ରାବାସରୁ ହକି ଖେଳାଳିଙ୍କୁ ଅକ୍ଟୋବର ୧ରୁ ସୁନ୍ଦରଗଡ଼ର ପାନପୋଷ କ୍ରୀଡ଼ା ଛାତ୍ରାବାସକୁ ସ୍ଥାନାନ୍ତର କରି ଦିଆଯାଇଛି। ପାନପୋଷ କ୍ରୀଡ଼ା ଛାତ୍ରାବାସରେ ପୂର୍ବରୁ ସବ୍‌ଜୁନିୟର ଓ ଜୁନିୟର ବର୍ଗରେ ବାଳକ ଓ
ବାଳିକା ଖେଳାଳି ରହୁଥିବା ବେଳେ ଏବେ ସିନିୟର ପୁରୁଷ ଓ ମହିଳା ହକି ଖେଳାଳି ସାମିଲ ହୋଇଛନ୍ତି। ଗୋଟିଏ ସ୍ଥାନରେ ସବୁ ବର୍ଗର ହକି ଖେଳାଳି ଏକଜୁଟ ହୋଇଛନ୍ତି। ରାଜ୍ୟ କ୍ରୀଡ଼ା ବିଭାଗର ଏପରି ନିଷ୍ପତ୍ତି ପରେ ଉପକୂଳ ଜିଲାମାନଙ୍କରେ ହକି ପ୍ରଶିକ୍ଷଣ ନିଶ୍ଚିହ୍ନ ହୋଇଯାଇଛି। ଭୁବନେଶ୍ବରରେ ହକି ବିଶ୍ବକପ୍‌ ସହ ସମସ୍ତ ଆନ୍ତର୍ଜାତିକ ହକି ପ୍ରତିଯୋଗିତା ଖେଳାଯିବ। ହେଲେ ଏଠାରେ ଥିବା ଛାତ୍ରାବାସରେ ହକି ଖେଳାଳିଙ୍କ ପ୍ରଶିକ୍ଷଣ ପାଇଁ ସୁବିଧା ନାହିଁ। ଏହାକୁ କ୍ରୀଡ଼ାନୁରାଗୀ ସହଜରେ ଗ୍ରହଣ କରି ପାରୁନାହାନ୍ତି।
ସୁନ୍ଦରଗଡ କ୍ରୀଡ଼ା ଛାତ୍ରାବାସରେ ନବାଗତ ବାଳିକାଙ୍କ ଲାଗି ପ୍ରଶିକ୍ଷଣର ସୁବିଧା ରହିଛି। ରାଜ୍ୟର ହକି ଖେଳାଳିଙ୍କ ପାଇଁ ଏବେ ସୁନ୍ଦରଗଡ଼ର ଦୁଇ କ୍ରୀଡ଼ା ଛାତ୍ରାବାସ ହିଁ ଭରସା। ଉପକୂଳରେ ଏକମାତ୍ର କ୍ରୀଡ଼ା ଛାତ୍ରାବାସ ଭାବେ ଭୁବନେଶ୍ବରେ ହକି ରହିଥିବାରୁ ଉପକୂଳ ଜିଲାମାନଙ୍କର ଖେଳାଳିଙ୍କ ପାଇଁ ଏଠାରେ ତାଲିମ ନେବାରେ ସୁବିଧା ହେଉଥିଲା। କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ନାଭାଲ ଟାଟା ହକି ଉତ୍କର୍ଷ କେନ୍ଦ୍ର ନିର୍ମିତ ହୋଇଛି। ଏଥିରେ ଉଭୟ ବାଳକ ଓ ବାଳିକା ଖେଳାଳି ରହିବାର ସୁବିଧା ଉପଲବ୍ଧ। ଓଡ଼ିଶା ସରକାର ଓ ଟାଟାର ମିଳିତ ସହଯୋଗରେ ପରିଚାଳିତ ହେଉଛି। ଏଠାରେ ରାଜ୍ୟ ଓ ରାଜ୍ୟ ବାହାରର ବଛାବଛା ପିଲାମାନେ ପ୍ରଶିକ୍ଷଣ ନେଉଛନ୍ତି। କିନ୍ତୁ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସରେ କେବଳ ରାଜ୍ୟର ଖେଳାଳି ରହିବାର ସୁଯୋଗ ପାଉଥିଲେ। ଏବେ ଏହି ସୁଯୋଗ ସେମାନେ ପାଇବାରୁ ବଞ୍ଚିତ ହେବେ। ପାନପୋଷ କ୍ରୀଡ଼ା ଛାତ୍ରାବାସକୁ ହକିର ଉତ୍କର୍ଷ କେନ୍ଦ୍ର କରିବା ସ୍ବାଗତଯୋଗ୍ୟ। ସୁନ୍ଦରଗଡ଼ ଜିଲା ହେଉଛି ହକିର ଗଡ଼। ଏଠାରେ ସବୁ ବର୍ଗଙ୍କ ହକି ପାଇଁ ସୁବିଧାସୁଯୋଗ ଉପଲବ୍ଧ ହେବା ବହୁତ ଭଲ। କିନ୍ତୁ ଗୋଟିଏ କ୍ରୀଡ଼ା ଛାତ୍ରାବାସରେ ରହିଥିବା କ୍ରୀଡ଼ାକୁ ଅନ୍ୟତ୍ର ଉଠାଇ ଦେବାର କୌଣସି ଯଥାର୍ଥତା ନାହିଁ ବୋଲି ହକିପ୍ରେମୀମାନେ କହିଛନ୍ତି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories