ନୂଆଦିଲ୍ଲୀ: ଏସିଆ କପ୍ ଲାଗି ପ୍ରସ୍ତୁତ ହେବା ଲାଗି ୨୪ ଜଣିଆ ଭାରତୀୟ ପୁରୁଷ ହକି ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯିବ। ଏହି ଗସ୍ତ ପାଇଁ ହରମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳରେ ଓଡ଼ିଶାରୁ ୩ ଜଣ ଖେଳାଳି ଡିଫେଣ୍ଡର ଅମିତ ରୋହିଦାସ, ନୀଲମ୍ ସଞ୍ଜୀପ ଖେସ୍ ଓ ଫରୱାର୍ଡ ଶିଳାନନ୍ଦ ଲାକ୍ରା ସ୍ଥାନ ପାଇଛନ୍ତି। ଅଗଷ୍ଟ ୧୫ରୁ ୨୧ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ପର୍ଥରେ ଭାରତୀୟ ହକି ଦଳ ୪ଟି ଟେଷ୍ଟ ମ୍ୟାଚ୍ ଖେଳିବ। ବିହାରର ରାଜଗିରିଠାରେ ଅଗଷ୍ଟ ୨୯ରୁ ଏସିଆ କପ୍ ଖେଳାଯିବ। ଏହାର ଚମ୍ପିଆନ୍ ଦଳ ସିଧାସଳଖ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିବ। ଅଗଷ୍ଟ ୮ରେ ଭାରତୀୟ ଦଳ ପର୍ଥ ଯାତ୍ରାକରିବ।
Popular Categories



