www.samajalive.in
Saturday, December 6, 2025
19.1 C
Bhubaneswar

ଦେଶରେ ବିଭିନ୍ନ ସ୍ଥାନରେ ଟ୍ରକ ଧର୍ମଘଟ ; ନୂଆ ହିଟ୍ ଆଣ୍ଡ ରନ୍ ଆଇନର ବିରୋଧ

ନୂଆଦିଲ୍ଲୀ : ଦେଶରେ ବିଭିନ୍ନ ସ୍ଥାନରେ ଟ୍ରକ ଧର୍ମଘଟ ହୋଇଛି। ନୂଆ ହିଟ୍ ଆଣ୍ଡ ରନ୍ ଆଇନର ଟ୍ରକ ଓ ଡମ୍ଫର ଚାଳକ ବିରୋଧ କରିଛନ୍ତି। ନୂଆ ଆଇନ ଅନୁଯାୟୀ, ଏବେ ଟ୍ରକ ଏବଂ ବସ୍ କାହକୁ ଧକ୍କା ଦେଇ ଫେରାର ହେଲେ ଚାଳକଙ୍କୁ ୧୦ ବର୍ଷ ଜେଲ୍ ଏବଂ ୭ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡିବ।
ଉତ୍ତରପ୍ରଦେଶ ସମେତ ସମଗ୍ର ଦେଶରେ କେନ୍ଦ୍ର ସରକାରଙ୍କ ନୂତନ ହିଟ୍ ଆଣ୍ଡ ରନ୍‌‌ ଆଇନକୁ ତୀବ୍ର ବିରୋଧ କରାଯାଇଛି। ଏହି ନିୟମକୁ ବିରୋଧ କରିବାକୁ ଅନେକ ସଂଗଠନ ରାସ୍ତାକୁ ଓହ୍ଲାଇଛନ୍ତି। ଏହି ଆଇନକୁ ବିରୋଧ କରି ସାରା ଦେଶରେ ଟ୍ରକ ଓ ଡମ୍ଫର ଚାଳକ ଚକା ଜାମ୍‌‌ କରିଛନ୍ତି। ଏହି ଆଇନକୁ ଫେରାଇ ନେବା ପାଇଁ ଦାବି କରିବା ସହ ମୁମ୍ବଇ, ଇନ୍ଦୋର ଠାରୁ ଆରମ୍ଭ କରି ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ ସମେତ ଅନେକ ସ୍ଥାନରେ ଚାଳକ ମାନେ ଟ୍ରକକୁ ରାସ୍ତା ଉପରେ ରଖି ବିକ୍ଷୋଭ କରିଛନ୍ତି।
କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ୩ ନୂଆ ଅପରାଧ ଆଇନ ମଧ୍ୟରେ ଟ୍ରକ କିମ୍ବା ଡମ୍ଫର ଚାଳକ ଦୁର୍ଘଟଣା ଘଟାଇ ଫେରାର ହେଲେ ୧୦ ବର୍ଷ ଜେଲ ଦଣ୍ଡ, ୭ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ରହିଛି। ପୂର୍ବରୁ ଥିବା ଆଇନ ଅନୁଯାୟୀ, ହିଟ୍‌‌ ଆଣ୍ଡ ରନ୍‌‌ ମାମଲାରେ ଫସିଥିବା ଚାଳକ ଖୁବ କମ୍‌‌ ଦିନରେ ଜାମିନ୍‌‌ ମିଳିଯାଉଥିଲା। ଜେଲ୍‌‌ ଦଣ୍ଡ ମଧ୍ୟ ୨ ବର୍ଷ ପାଇଁ ବ୍ୟବସ୍ଥା ଥିଲା।

 

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories