www.samajalive.in
Saturday, December 6, 2025
14.1 C
Bhubaneswar

ଥଇଥାନ ଅପେକ୍ଷାରେ ହୀରାକୁଦ ବିସ୍ଥାପିତ ଠାକୁର ଦେବତା

ପିତାପାଲି: ସ୍ୱାଧୀନୋତ୍ତର ଭାରତର ବହୁମୁଖୀ ବିକାଶ ପାଇଁ ସରକାର କାର୍ୟ୍ୟକାରୀ କଲେ ହିରାକୁଦ ନଦୀ ବନ୍ଧ ଯୋଜନା। ଜଳମଗ୍ନ ହେଲା ୨୯୪ଟି ରାଜସ୍ୱ ଗାଁ। ଜଳ ସମାଧି ନେଇଥିବା ୨୯୪ ଟି ରାଜସ୍ୱ ଗ୍ରାମ ମଧ୍ୟରୁ ପିତାପାଲି ଗ୍ରାମ ଅନ୍ୟତମ। ସାଂସ୍କୃତିକ ଐତିହ ଏବଂ ପରମ୍ପରାରେ ସମ୍‍ୃଦ୍ଧ ପିତାପାଲି ଗ୍ରାମ ନଦୀବନ୍ଧ ଯୋଜନାରେ ଜଳସମାଧି ହେବାଫଳରେ ଗ୍ରାମବାସୀ ବିସ୍ଥାପିତ ହେବା ସହିତ ଏହି ଗ୍ରାମରେ ଆବହମାନ କାଳରୁ ପୂଜା ପାଉଥିବା ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା ତିନିଠାକୁର ମଧ୍ୟ ବିସ୍ଥାପନ ସମସ୍ୟାର ସମ୍ମୁଖିନ ହେଲେ। ଗାଁ ର ଲୋକେ ଯିଏ ଯେଉଁ ଆଡେ ପାରି ଛିନ୍ନଛତ୍ର ହୋଇ ପୁନର୍ବସତି ସ୍ଥାପନ କଲେ। ନଦୀବନ୍ଧ ଯୋଜନାରେ ବିସ୍ଥାପିତ ଜନ ସାଧାରଣ ସମତେ ଗାଁ ମାନଙ୍କରେ ଥିବା ଦେବୀଦେବତା ମାନଙ୍କୁ ଉପଯୁକ୍ତ ଥଇଥାନ କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସରକାର ଦେଇଥିବା ପ୍ରତିଶ୍ରୁତି ପାଣି ଫୋଟକା ସଦ୍‍ୃଶ ହୋଇଛି। ଜଳମଗ୍ନ ଗାଁ ପିତାପାଲି ଗ୍ରାମ ର ଆରଧ୍ୟ ଦେବତା ଜଗନ୍ନାଥ,ବଳଭଦ୍ର ଏବଂ ସୁଭଦ୍ରା ଏହାର ଜ୍ୱଳନ୍ତ ଉଦାହରଣ ଅଟନ୍ତି। ଗତ ୬୪ ବର୍ଷ ହେଲା ଏହି ତିନିଠାକୁର ରେଙ୍ଗାଲି ବ୍ଲକ୍‍ ର ବାରଡୁଙ୍ଗୁରି ଗ୍ରାମ ରେ ପୁର୍ନବସତି ସ୍ଥାପନ କରିଥିବା ପିତାପାଲି ଗୌନ୍ତିଆଙ୍କ ଢବାଘର ଉପରେ ରହି ପୂଜାପାଇ ଆସୁଛନ୍ତି। ନଦୀବନ୍ଧଯୋଜନା ରେ ବିସ୍ଥାପିତ ହେବାର ୬୪ ବର୍ଷ ବିତିଗଲାଣି ହେଲେ ଠାକୁର ଙ୍କ ମନ୍ଦିର ନିର୍ମାଣ ଏପର୍ୟ୍ୟନ୍ତ ହୋଇପାରିନାହିଁ।

ଉଲ୍ଲେଖେଯୋଗ୍ୟ ଯେ ପିତାପାଲି ଗ୍ରାମର ଗୌନ୍ତିଆ ବାଲୁଙ୍କେଶ୍ୱର ବିଶ୍ୱାଲ ଙ୍କ ପୂର୍ବପୁରୁଷ ଙ୍କ ଦ୍ୱାରା ମନ୍ଦିର ନିର୍ମାଣ କରାଯାଇ ଜଗନ୍ନାଥ,ବଳଭଦ୍ରଏବଂ ସୁଭଦ୍ରା ତିନିଠାକୁରଙ୍କୁ ଅଧିଷ୍ଠିତ କରାଯାଇଥିଲ। ଠାକୁର ମାନଙ୍କ ପୂଜାବିଧି କାର୍ୟ୍ୟତୁଲାଇବା ପାଇଁ ପୂଜକ ନିଯୁକ୍ତି କରି ଭୋଗଜମିର ମଧ୍ୟ ବ୍ୟବସ୍ଥା କରାଯାଇଥିଲା।ପ୍ରତିବର୍ଷ ରଥଯାତ୍ରା,ଜନ୍ମାଷ୍ଟମୀ,କାର୍ତ୍ତିକ ପୂର୍ଣମୀ,ଚନ୍ଦନଯାତ୍ରା ଆଦି ବିଭିନ୍ନ ପର୍ବପର୍ବାଣୀ ପିତାପାଲି ଗ୍ରାମ ରେ ଧୁମଧାମରେ ପାଳନ କରାଯାଉଥିଲା ବୋଲି ଗ୍ରାମର ପୁରୁଖା ଲୋକେ ବିସ୍ଥାପନ ପୂର୍ବର ସ୍ମ୍ମୃତିକୁ ମନେପକାଇ ଅବଶୋଷ ପ୍ରକଟ କରି ନଦୀବନ୍ଧ ଯୋଜନା ରେ ସବୁ ଛିନ୍ନଛତ୍ର ହୋଇ ଓଳଟପାଳଟ ହୋଇଗଲା ବୋଲି ଦୁଃଖପ୍ରକାଶ କରିଥାନ୍ତି। ପିତାପାଲି ଗାଁ ରେ ଜନ୍ମ ଗ୍ରହଣ କରିଥିବା ଓଡିଶା ସାହିତ୍ୟ ଜଗତ ର ଖ୍ୟାତନାମା ସାରସ୍ୱତ ସାଧକ ମଙ୍ଗଳୁ ଚରଣ ବିଶ୍ୱାଲ, ପଶ୍ଚିମ ଓଡିଶା ର ପ୍ରଥମ ସିନେ ନିର୍ମାତା ତୋଫାନ ତ୍ରିପାଠି, ସମ୍ବଲପୁରୀ ଭାଷା ରେ ଗୀତା ଏବଂ ଭାଗବତ ଲେଖିଥିବା କବି ବିରଞ୍ଚି ନାରାୟଣ ଧର ଖ୍ୟାତନାମା ସଙ୍ଗୀତଜ୍ଞ ଶ୍ରୀବତ୍ସ ବିଶ୍ୱାଲ ପିତାପଲି ଗାଁ ର ଗୌରବ। ଏବେ ମନ୍ଦିର ନାହିଁ କି ପୂଜକନାହାନ୍ତି। ଠାକୁରଙ୍କ ଭୋଗ ଜମି ବି ନାହିଁ। ଗୌନ୍ତିଆ ପରିବାରର ଉତ୍ତରାଧିକାରୀ ଠାକୁରଙ୍କୁ ପୂଜା ଅର୍ଚ୍ଚନା କରୁଛନ୍ତି।

- Advertisement -

ନଦୀବନ୍ଧ ଯୋଜନାର କାମଆରମ୍ଭ ହେବାପରେ ୧୯୫୬ମସିହାରେ ପିତାପାଲି ଗ୍ରାମର ତତ୍କାଳିନ ଗୌନ୍ତିଆ ହ୍‍ୃଷିକେଶ ବିଶ୍ୱାଳ ସପରିବାର ତିନିଠାକୁରଙ୍କୁ ଧରି ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ର ବାରଡୁଙ୍ଗୁରି ଗ୍ରାମରେ ପୁର୍ନବସତି ସ୍ଥାପନ କରିରହିଲେ। ପୁର୍ନବସତି ଗ୍ରାମରେ ମନ୍ଦିର ନିର୍ମାଣ କରାଯିବା ସହିତ ଠାକୁରଙ୍କ ପାଇଁ ଭୋଗଜମିର ବ୍ୟବସ୍ଥା କରାଯିବା ଏବଂ ରଥଯାତ୍ରା ର ଖର୍ଚ୍ଚ ଦିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କୌଣସି ପ୍ରତିଶ୍ରୁତି କାର୍ୟ୍ୟକାରୀ ହେଉନାହିଁ। ଜଳସମାଧି ନେଇଥିବା ପିତାପାଲି ଗ୍ରାମର ଜଗନ୍ନାଥ ମନ୍ଦିରର କ୍ଷତିପୂରଣ ଟଙ୍କା ସରକାରୀ ତହବିଲ୍‍ ରେ ଜମା ହୋଇ ରହିଛି।ଇତିମଧ୍ୟ ରେ ହ୍‍ୃଷିକେଶ ବିଶ୍ୱାଳ ଇହଧାମ ତ୍ୟାଗ କରି ତାଙ୍କପୁତ୍ର ହରିବୋଲ ବିଶ୍ୱାଳ ମଧ୍ୟ ଆରପାରିକୁ ଚାଲିଗଲେଣି କିନ୍ତୁ ମନ୍ଦିର ନିର୍ମାଣ କାମ ସଂପୂର୍ଣ ହୋଇପାରିନାହିଁ। ବର୍ତ୍ତମାନ ହରିବୋଲ ବିଶ୍ୱାଳଙ୍କ ପୁତ୍ର ସଞ୍ଜୟ ବିଶ୍ୱାଳ ତାଙ୍କ ଢବା ଘରେ ଅଧିଷ୍ଠିତ ଥିବା ପିତାପାଲି ଗ୍ରାମର ତିନିଠାକୁରଙ୍କୁ ନିୟମିତ ପୂଜା ଅର୍ଚ୍ଚନାକରି ପ୍ରତି ବର୍ଷ ରଥଯାତ୍ରାର ଆୟୋଜନ ମଧ୍ୟ କରୁଛନ୍ତି। ପିତାପାଲି ଗାଁ ର ସଂଚାର, ସଂପ୍ରଦା, କିର୍ତ୍ତନର ବହୁତ ଖ୍ୟାତି ଥିଲା। ଏହି ଗାଁ ରେ ୬୦ ଘର ବଜନିଆଁ ସଂପ୍ରଦାୟ ର ଲୋକେ ବସବାସ କରୁଥିଲେ। ପିତାପାଲିର ଦୁଳଦୁଳି ବାଜାର ଏକ ସ୍ୱତନ୍ତ୍ର ପରିଚୟ ଏବଂ ଖ୍ୟାତି ଥିଲା ବୋଲି କହନ୍ତି ପୁରୁଣା ପିତାପାଲି ଗ୍ରାମ ର ବାସିନ୍ଦା ଖ୍ୟାତନାମା ସ୍ୱନାମଧନ୍ୟ ସାରସ୍ୱତ ସାଧକ ତଥା ପିତାପାଲି ଗୌନ୍ତିଆଙ୍କ ବଂଶଜ ମଙ୍ଗଳୁଚରଣ ବିଶ୍ୱାଳ। ଗାଁ ର ରଥଯାତ୍ରା ଏବଂ କାର୍ତ୍ତିକ ପୂର୍ଣମୀ ଖୂବ୍‍ ଯାକଜମକ ରେ ଆୟୋଜିତ ହେଉଥିଲା। ଜଳ ଭଣ୍ଡାର ରେ ଗାଁ ର ସବୁ ସଂସ୍କତି ପରମ୍ପରା ହଜିଗଲା ବୋଲି ପିତାପାଲି ଗ୍ରାମରେ ବିତାଇଥିବା ଅତିତ ର ସ୍ମୃତି କୁ ମନେପକାଇ ଦୁଃଖ ପ୍ରକାଶ କରନ୍ତି ଗୌନ୍ତିଆ ପଡରିବାର ବୋହୂ କୃଷ୍ଣପ୍ରିୟା ବିଶ୍ୱାଳ।

ନେତା ଏବଂ ପ୍ରଶାସନର ଅବହେଲା ଏବଂ ଅଧାଗଢା ଦେଉଳ …….

ସଂଗୃହୀତ ତଥ୍ୟ ଅନୁଯାୟୀ ୧୯୮୨ ମସିହାରେ ପିତାପାଲି ଜଗନ୍ନାଥ ମନ୍ଦିରର ପୁନଃନିର୍ମାଣ କାମ ବାରଡୁଙ୍ଗୁରୀ ଗ୍ରାମ ରେ କରିବା ପାଇଁ ସରକାରି ତହବିଲ୍‍ ରେ ଜମାଥିବା କ୍ଷତିପୂରଣ ରାଶି ରୁ ମାତ୍ର ୨୪ଶହଟଙ୍କା ମଞ୍ଜୁର କରାଯାଇଥିଲା ଯାହାକି ସମୁଦ୍ର କୁ ଶଙ୍ଖେ ସଦ୍ରୁଶ ଥିଲା।ତଥାପି ସେ ସମୟରେ ଜିବିତ ଥିବା ପିତାପାଲି ଗୋନ୍ତିଆ ହରିବୋଲ ବିଶ୍ୱାଲ ଉକ୍ତ ଟଙ୍କା ରେ ମନ୍ଦିର ନିର୍ମାଣ କାମ ଆରମ୍ଭ କରିଥିଲେ। ମାତ୍ର ଏହା ପରେ ଆଉ ଟଙ୍କା ଦିଆ ନଯିବାରୁ ମନ୍ଦିର ଅଧାପାନ୍ତରିଆ ରେ ପଡିରହିଲା। ଦୀର୍ଘ ବର୍ଷଧରି ଅର୍ଦ୍ଧ ନିର୍ମିତ ଅବସ୍ଥା ରେ ମନ୍ଦିର ଟି ପଡିରହିବା ପରେ ୨୦୧୧/୧୨ ମସିହା ରେ ତତ୍କାଳିନ ରେଙ୍ଗାଲି ବିଧାୟକ ଦୁର୍ୟୋଧନ ଗର୍ଡିଆ ଙ୍କୁ ମନ୍ଦିର ସଂକ୍ରାନ୍ତରେ ଦ୍‍ୃଷ୍ଟି ଆକର୍ଷଣ କଲାପରେ ବିଧାୟକ ଅନୁଦାନ ପାଣ୍ଠିରୁ ଶ୍ରୀଗର୍ଡିଆ ୫୦ହଜାର ଟଙ୍କା ଅନୁଦାନ ଦେଲାପରେ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରିହିଥିବା ନିର୍ମାଣ କାମ ପୁଣି ଆରମ୍ବ କରାଯାଇଥିଲା ସତ କିନ୍ତୁ ୫୦ହଜାର ଟଙ୍କା ରେ ମଧ୍ୟ ମନ୍ଦିର ନିର୍ମାଣ କାମ ସମ୍ପୂର୍ଣ ହୋଇପାରିନାହିଁ। ଏଥିପାଇଁ ଆହୁରି ପ୍ରାୟ ୩ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି ବୋଲି ଅନୁମାନ କରାଯାଉଛି। ଇତିମଧ୍ୟ ରେ ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ଙ୍କ ପ୍ରତିନିଧି କିରଣ ବେହେରା ଙ୍କୁ ଏହି ମନ୍ଦିର ସମ୍ପର୍କ ରେ ଅବଗତ କରାଯିବା ପରେ ଶ୍ରୀ ବେହେରା ମନ୍ଦିର ନିର୍ମାଣ ପାଇଁ ୩ଲକ୍ଷ ଟଙ୍କା ସାସଂଦ ପାଣ୍ଠିରୁ ଦେବାକୁ ସାଂସଦଶ୍ରୀ ପ୍ରଧାନ ଙ୍କୁ ଅନୁରୋଧ ତଥା ସୁପାରିଶ କରିଥିଲେ। ସାସଂଦ ପାଣ୍ଠିରୁ ଟଙ୍କା ଅନୁଦାନ ମିଳିବା ପରେ ମନ୍ଦିର ନିର୍ମାଣକାମ ପୁଣି ଆରମ୍ଭ ହେଲା ସତ କିନ୍ତୁ ନିର୍ମାଣ ବାବଦ ର ବିଲ୍‍ ବ୍ଳକ୍‍ ରେ ପାସ୍‍ ହେନଥିବାରୁ ନିର୍ମାଣ କାମ କରିଥିବା ବ୍ୟକ୍ତି ବ୍ଲକ୍‍ କୁ ଧାଁ ଦୌଡ କରି ନୟନାନ୍ତ ହୋଇପଡିଲେଣି। ଫଳ ରେ ଏବେ ମଧ୍ୟ ମନ୍ଦିର ନିର୍ମାଣ କାମ ଅଧାପନ୍ତରିଆ ରେ ପଡି ରହିଛି। କାର୍ୟ୍ୟ ସମ୍ପାଦନକାରୀ ଧାରକରଜ କରି ନିର୍ମାଣ କାମ କରିଥିବା ବେକ୍ୱେ୍‍କ୍‍ କର୍ତ୍ତୃପକ୍ଷ କାମର ବିଲ୍‍ ପାସ୍‍ କରି ଟଙ୍କା ଦେରବାରେ ଟାଳଟୁଳ ନୀତି ଅବଳମ୍ବନ କରୁଛନ୍ତି। ଫଳ ରେ ମନ୍ଦିର ନିର୍ମାଣ କାମ ଅଧା ରେ ଅଟକିଛି। କାମ ସମ୍ପର୍ଣ ହେବାକୁ ଆହୁରୁ ୨ଲକ୍ଷ ଟଙ୍କା ଦରକାର ହେବ ବୋଲି ବିଶେଷଜ୍ଞ ମାନେ କହୁଛନ୍ତି।ସରକାର ନୁତନ ମନ୍ଦିର ନିର୍ମାଣ କରିବା ସହିତ ବିସ୍ଥାପିତ ଦେବୀଦେବତା ମାନଙ୍କ ପାଇଁ ଭୋଗଜମି ଆଦି ର ବ୍ୟବସ୍ଥା କରିବା ପାଇଁଁ ସାମାନ୍ୟତମ ପ୍ରଚେଷ୍ଟା କରୁ ନଥିବା ରୁ ୬୪ ବର୍ଷ ହେଲା ପିତାପାଲିରୁ ବିସ୍ଥାପିତ ହୋଇଥିବା ତିନିଠାକୁର ଢବାଘରେ ରହି ପୂଜାପାଉଛନ୍ତି।ଢବାଘର ହିଁ ଠାକୁରଙ୍କ ଶ୍ରୀମନ୍ଦିର ଏବଂ ମାଉସୀ ମା ମନ୍ଦିର ପାଳଟିଯାଇଛି। ପ୍ରାଚୀନ କିର୍ତ୍ତିରାଜି ସାଂସ୍କୃତିକ ଐତିହ ପରମ୍ପରାର ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଡେଙ୍ଗୁରା ବାଜୁଥିବା ବେଳେ ଢବାଘରେ ୬୪ ବର୍ଷଧରି ତିନିଠାକୁର ପୂଜାପାଇବା ତଥାକଥିତ ପ୍ରତିବଦ୍ଧତା ପ୍ରତି ସରକାର କେତେ ଯତ୍ନବାନ ତାହା ସହଜେ ଜଣାପଡୁଛି ବୋଲି ସଚେତନ ନାଗରିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories