www.samajalive.in
Monday, December 8, 2025
14.1 C
Bhubaneswar

ଋଷିକୁଲ୍ୟା ୯ ନମ୍ବର କେନାଲରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ମୋହନାପଲ୍ଲୀ ଗ୍ରାମ ନିକଟସ୍ଥ ଋଷିକୁଲ୍ୟା ୯ନଂ କେନାଲରୁ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ଜଣକ ହିଞ୍ଜିଳି ଥାନା ଅଧିନ ଦୁର୍ବନ୍ଧ ଗ୍ରାମର କୃଷ୍ଣଚନ୍ଦ୍ର ସାହୁ(୪୫) ବୋଲି ଜଣାପଡ଼ିଛି। ସେ ଗୋପାଳପୁର ଅଞ୍ଚଳରେ ମାଲବାହି ଟ୍ରାକ୍ଟର ଚଳାଉଥିଲେ। ଗୁରୁବାର ସନ୍ଧ୍ୟା ସମୟରେ କୃଷ୍ଣ ମୋହନାପଲ୍ଲୀ କେନାଲ ନିକଟରେ ବୁଲୁଥିବାର କିଛି ଲୋକ ଦେଖିଥିଲେ। ଆଜି ସକାଳୁ କେନାଲ କଲଭର୍ଟର ଅଣଓସାରିଆ ଜଳ ନିର୍ଗମନ ସ୍ଥଳରେ ଏକ ମୃତଦେହ ଥିବା ଦେଖି ଗ୍ରାମବାସୀ ହିଞ୍ଜିଳି ଥାନାକୁ ଜଣାଇଥିଲେ। ହିଞ୍ଜିଳି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ପରେ ତାଙ୍କ ପରିଚୟ କୃଷ୍ଣଚନ୍ଦ୍ର ସାହୁ ବୋଲି ଜଣାପଡିଥିଲା। ପୁଲିସ ଶବ ବ୍ୟବଚ୍ଛେଦ ନିମନ୍ତେ ମୃତଦେହକୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଛି। ହିଞ୍ଜିଳି ଆଇଆଇସି ଶ୍ରୀନିବାସ ସେଠୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ହିଞ୍ଜିଳି ଥାନାରେ ୨୨/୨୦୨୩ ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି। ତେବେ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories