www.samajalive.in
Saturday, December 6, 2025
16.1 C
Bhubaneswar

ମହାନିର୍ବାଣୀ ଆଖଡା ମୁଖ୍ୟ ସ୍ୱାମୀ କପିଳ ଦେବ ଦାସଙ୍କ ପରଲୋକ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ରୁତ ସଂକ୍ରମଣ ସମୟରେ କୁମ୍ଭମେଳା ଆୟୋଜନ ଏବଂ ସେଥିରେ ସାଧୁସନ୍ଥ ତଥା ଶ୍ରଦ୍ଧାଳୁଙ୍କୁ ଯୋଗଦେବାକୁ ଅନୁମତି ଦେବା ଏବେ ମହଙ୍ଗା ପଡିଛି। ଏଥିରେ ଯୋଗଦେଇଥିବା ଶତାଧିକ ଶ୍ରଦ୍ଧାଳୁ ଓ ସାଧୁସନ୍ଥ, ଆଖଡା ମୁଖ୍ୟମାନେ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କରୋନା ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବା ମହାନିର୍ବାଣୀ ଆଖଡା ମୁଖ୍ୟ ସ୍ୱାମୀ କପିଳ ଦେବ ଦାସଙ୍କର ପରଲୋକ ଘଟିଛି। ଉତ୍ତରାଖଣ୍ଡର ହରିଦ୍ୱାରଠାରେ ଆୟୋଜିତ ହେଉଥିବା କୁମ୍ଭମେଳା ଦାୟିତ୍ୱରେ ଥିବା ଅଧିକାରୀ ଏହି ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ ଯେ ସାଂପ୍ରତିକ ମହାମାରୀ ପରିସ୍ଥିତିରେ କୁମ୍ଭମେଳା ଆୟୋଜନ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଗଭୀର ଚିନ୍ତା ପ୍ରକଟ କରିଥିଲେ। ସେମାନେ କହିଥିଲେ ଯେ ଏହା ‘ସୁପର ସ୍ପ୍ରେଡର’ ହୋଇପାରେ। କାରଣ ଶ୍ରଦ୍ଧାଳୁମାନେ କୁମ୍ଭରେ ଯୋଗଦେଇ ସେମାନଙ୍କ ନିଜ ଘର, ସହର ଓ ଗ୍ରାମକୁ ଫେରିବା ପରେ ସେମାନଙ୍କ ଯୋଗୁ କରୋନା ବ୍ୟାପିବ। କିନ୍ତୁ ସରକାର ସେଥିପ୍ରତି କର୍ଣ୍ଣପାତ କରିନଥିଲେ। ତାହା ଏବେ ସତ ହୋଇଛି।
ଚଳିତ ସପ୍ତାହ ପ୍ରଥମ ଭାଗରେ ମହାନିର୍ବାଣୀ ଆଖଡା ମୁଖ୍ୟ ୬୫ ବର୍ଷ ବୟସ୍କ ମହାମଣ୍ଡଳେଶ୍ୱର କପିଳ ଦେବ ଦାସ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଏକ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ତାଙ୍କର ପରଲୋକ ଘଟିଛି। ସେହିଭଳି ନିରଞ୍ଜନି ଆଖଡାର ସେକ୍ରେଟାରୀ ମହନ୍ତ ରବିନ୍ଦ୍ର ପୁରୀ ମଧ୍ୟ କରୋନା ସଂକ୍ରମିତ ହୋଇ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। କେବଳ ଗତକାଲି କୁମ୍ଭ ପରିସରରେ ୨୪ଜଣ ସାଧୁ ସନ୍ଥ କୋଭିଡ ପଜିଟିଭି ଚିହ୍ନଟ ହୋଇଥିଲେ। କୋଭିଡର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଥମେ ନିରଞ୍ଜନି ଆଖଡା ଏବଂ ତପୋନିଧି ଶ୍ରୀ ଆନନ୍ଦ ଆଖଡା କୁମ୍ଭମେଳାରୁ ଓହରି ଯାଇଥିବାବେଳେ ଏଥିରେ ଯୋଗ ଦେଇଥିବା ଅନ୍ୟ ୧୧ଟି ଆଖଡା ମଧ୍ୟ ଶେଷରେ ଓହରି ଯାଇଥିବା ଖବର ମିଳିଛି।  ଏବେ ମଧ୍ୟ ଦୈନିକ ପ୍ରାୟ ୨୫ହଜାର ଶ୍ରଦ୍ଧାଳୁ କୁମ୍ଭମେଳା ସ୍ଥଳକୁ ଆସିବାରେ ଲାଗିଛନ୍ତି ଏବଂ ଚଳିତ ମାସ ୨୭ ତାରିଖ ଶେଷ ମହାସ୍ନାନ ଅବସରରେ ହରିଦ୍ୱାରରେ ପ୍ରାୟ ୨୦ରୁ ୩୦ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାବେଶ ହେବା ଆଶା କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories