www.samajalive.in
Saturday, December 6, 2025
16.1 C
Bhubaneswar

ରୁଙ୍ଗଟା କାରଖାନାରେ ବିସ୍ପୋରଣ

ହିନ୍ଦୋଳ: ହିନ୍ଦୋଳ ଉପଖଣ୍ଡ ଝାଡ଼ବନ୍ଧ ନିକଟରେ ଗଢି ଉଠିଥିବା ରୁଙ୍ଗଟା କାରଖାନାରେ ବିସ୍ପୋରଣ ଘଟି ୮ରୁ ଅଧିକ ଶ୍ରମିକ ଗୁରୁତର ହୋଇଛନ୍ତି। ଶୁକ୍ରବାର ସକାଳୁ ରୁଙ୍ଗଟା କାରଖାନାର ଏସ୍‌ଏମ୍‌ସି ଅଞ୍ଚଳରେ କମ୍ପାନୀ କର୍ମଚାରୀ ଓ କିଛି ଶ୍ରମିକ କାର୍ଯ୍ୟ କରୁଥିଲେ। ଏହି ସମୟରେ ବିସ୍ପୋରଣ ଘଟିଥିଲା। ନିକଟରେ ଥିବା କିଛି ଶ୍ରମିକ ଗୁରୁତର ଭାବେ ପୋଡ଼ି ଯାଇଥିବା ଜଣାପଡିଛି। ୮ରୁ ଅଧିକ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ଏଥିରେ ଅନ୍ୟ କେତେ ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡିଛି।

ଘଟଣା ଘଟିବା ପରେ କମ୍ପାନୀର ସମସ୍ତ ପ୍ରବେଶପଥକୁ ବନ୍ଦ କରି ଦିଆଯାଇଥିଲା। ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଇଥିବାବେଳେ ସତ୍ୟାସତ୍ୟ କମ୍ପାନୀରେ କାର୍ଯ୍ୟରତ ଅନ୍ୟ ଶ୍ରମିକଙ୍କଠାରୁ ଜଣାପଡିଥିଲା। କାରଖାନା ପ୍ରତିଷ୍ଠା ଦିନରୁ ବାରମ୍ବାର ବିସ୍ପୋରଣ ଘଟୁଥିବାବେଳେ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହାକୁ ଚପାଇ ଦିଆଯାଉଥିବା ଅଭିଯୋଗ ହୋଇଛି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories