ହିମାଚଳ ପ୍ରଦେଶରେ ସ୍କୁଲ ବସ୍‌ ପାଇଁ ମାର୍ଗଦର୍ଶିକା ଜାରି

0

ସିମଳା : ହିମାଚଳ ପ୍ରଦେଶ ସରକାର ଛାତ୍ରଛାତ୍ରୀଙ୍କୁ ନେଇ ଚଳାଚଳ କରୁଥିବା ବସ୍‌ଗୁଡ଼ିକ ପ୍ରତି ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି। ବସ୍‌ଗୁଡ଼ିକରେ ଜିପିଏସ୍‌ ବ୍ୟବସ୍ଥା ସହ ସିସିଟିଭିକୁ ବାଧ୍ୟତାମୂଳକ କରାଯାଇଛି। ବସ୍‌ର ବେଗ ଘଣ୍ଟା ପ୍ରତି ସର୍ବାଧିକ ୪୦କିମି ହେବା ଉଚିତ ବୋଲି ଏଥିରେ କୁହାଯାଇଛି। ଏହାଛଡ଼ା ଏହାର ଚାଳକଙ୍କ ବୟସ ସୀମା ସର୍ବାଧିକ ୬୦ ଧାର୍ଯ୍ୟ କରାଯାଇଛି। ଚାଳକଙ୍କର ସ୍କୁଲ ବସ୍‌ ଚଳାଇବାର ସର୍ବନିମ୍ନ ୫ବର୍ଷ ଅଭିଜ୍ଞତା ଥିବା ଦରକାର ବୋଲି ଏଥିରେ ଉଲ୍ଲେଖ ରହିଛି। ଜିଲା ଓ ଉପଖଣ୍ଡସ୍ତରରେ ନିୟମିତ ତନଖି ପାଇଁ କମିଟି ଗଢ଼ାଯାଇଛି ଓ ପ୍ରତି ତିନି ମାସରେ ତନଖିକୁ ବାଧ୍ୟତାମୂଳକ କରାଯାଇଛି। ନିକଟରେ ଏକ ସ୍କୁଲ ବସ୍‌ ଦୁର୍ଘଟଣାରେ ୩୦ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରିପ୍ରେକ୍ଷୀରେ ଏହି ମାର୍ଗଦର୍ଶିକା ଜାରି କରାଯାଇଛି।

Leave A Reply