www.samajalive.in
Thursday, December 11, 2025
16.1 C
Bhubaneswar

ଉଚ୍ଚଶିକ୍ଷା ବିଭାଗର ଗତି କୁଆଡେ, ୬ ବର୍ଷ ପରେ ୨୦୧୫ ରାୟର ପୁନଃବିଚାର ପାଇଁ ଆବେଦନ

କଟକ: ଏକ ଚର୍ଚ୍ଚିତ ଘଟଣାକ୍ରମରେ ଉଚ୍ଚଶିକ୍ଷା ବିଭାଗ ୨୦୧୫ରେ ଉଚ୍ଚନ୍ୟାୟାଳୟର ଜଣିକିଆ ବିଚାରପତି ପ୍ରଦାନ କରିଥିବା ରାୟକୁ ୨୦୨୧ରେ ଚାଲେଞ୍ଜ କରିବାକୁ ନିଷ୍ପତ୍ତି ନେଇଛି। କଳାହାଣ୍ଡି ଜିଲା ଜୟପାଟଣାସ୍ଥିତ ଇନ୍ଦ୍ରାବତୀ ମହାବିଦ୍ୟାଳୟର କର୍ମଚାରୀଙ୍କୁ ୧୯୯୪ ଗ୍ରାଣ୍ଟ୍-ଇନ୍-ଏଡ୍ ଅନୁସାରେ ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ ପ୍ରଦାନ ପ୍ରସଙ୍ଗରେ ୨୦୧୫, ଏପ୍ରିଲ ୧୬ରେ ଉଚ୍ଚନ୍ୟାୟାଳୟ ନିର୍ଦେଶ ଦେଇଥିଲେ। ଉଚ୍ଚନ୍ୟାୟାଳୟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ପୀଠ ପ୍ରଦାନ କରିଥିବା ଏହି ରାୟକୁ ଦୁଇ ଜଣିଆ ଖଣ୍ଡପୀଠରେ ପୁନଃବିଚାର ଆବେଦନ ଦ୍ବାରା ଚାଲେଞ୍ଜ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ୨୦୨୧, ଜୁନ୍ ୮ରେ ପୁନଃବିଚାର ଦାଖଲ ପ୍ରସଙ୍ଗ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଡଭୋକେଟ ଜେନେରାଲଙ୍କୁ ଚିଠି କରାଯାଇଛି।

୨୦୧୫, ଏପ୍ରିଲ ୧୬ର ନିର୍ଦେଶ ସଂପର୍କିତ ଅଦାଲତ ଅବମାନନା ମାମଲାରେ ୨୦୨୧, ଫେବୃଆରୀ ୫ରେ ଉଚ୍ଚନ୍ୟାୟାଳୟ ପ୍ରଦାନ କରିଥିବା ନିର୍ଦେଶ ପ୍ରସଙ୍ଗରେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉଲ୍ଲେଖ କରାଯାଇଛି। ନିୟମ ଅନୁସାରେ ପୁନଃବିଚାର ଆବେଦନରେ ଜଣିକିଆ ବିଚାରପତି ପ୍ରଦାନ କରୁଥିବା ରାୟ ବିରୋଧରେ ୩୦ ଦିନ ଭିତରେ ଉଚ୍ଚନ୍ୟାୟାଳୟରେ ପୁନଃବିଚାର ଆବେଦନ ଦାୟର କରାଯାଇ ପାରିବ; କିନ୍ତୁ ୨୦୧୫, ଏପ୍ରିଲ ୧୬ରେ ଜଣିକିଆ ବିଚାରପତିଙ୍କୁ ନେଇ ଖଣ୍ଡପୀଠ ପ୍ରଦାନ କରିଥିବା ରାୟ ବିରୋଧରେ ୨୦୨୧ରେ ପୁନଃବିଚାର ଆବେଦନ ଦାଖଲ ପାଇଁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ୬ ବର୍ଷ ହେଲା ଉଚ୍ଚଶିକ୍ଷା ବିଭାଗ ଏହି ରାୟକୁ କାହିଁକି ଚାଲେଞ୍ଜ କରୁ ନ ଥିଲା, ଏବେ କାହିଁକି ପୁନଃବିଚାର ଆବେଦନ ଦାୟର କରିବାକୁ ନିଷ୍ପତ୍ତି ହୋଇଛି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଏତେ ବର୍ଷ ପରେ କଣ ପାଇଁ ଉଚ୍ଚଶିକ୍ଷା ବିଭାଗ ନିଦ ଭାଙ୍ଗି ନଥିଲା। ଏତେ ବିଳମ୍ବରେ ପୁନଃବିଚାର ଆବଦେନ ଦାଖଲ କରିବା ନିଷ୍ପତ୍ତି ପଛରେ କ’ଣ କାରଣ ରହିଛି, ବିଳମ୍ବ ପାଇଁ କିଏ ଦାୟୀ ତାହା ତର୍ଜମା କରାଯିବା କଥା ବୋଲି ମତ ପ୍ରକାଶ ପାଇଛି। ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଏପରି ବିଳମ୍ବରେ ଓ ନିର୍ଦ୍ଧାରିତ ସମୟସୀମା ବାହାରେ ବିନା କୌଣସି ଯୁକ୍ତିଯୁକ୍ତ କାରଣରେ ଦାୟର କରାଯାଉଥିବା ଅପିଲ ‌ଅନେକ ସମୟରେ ସର୍ବୋଚ୍ଚନ୍ୟାୟାଳୟ ଓ ଉଚ୍ଚନ୍ୟାୟାଳୟରେ ଖାରଜ ହେଉଥିବା ଦେଖିବାକୁ ମିଳୁଛି।

- Advertisement -

ଗତ ୨୦୨୧, ଜୁନ୍ ୧୧ରେ ଏପରି ବିଳମ୍ବରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟର ଏକ ପୁନଃବିଚାର ଆବେଦନକୁ ଉଚ୍ଚନ୍ୟାୟାଳୟ ଖାରଜ କରିଛନ୍ତି। ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୧୭, ଜୁନ୍ ୨୩ରେ ପ୍ରଦାନ କରିଥିବା ରାୟ ବିରୋଧରେ ନିର୍ଦ୍ଧାରିତ ସମୟସୀମାର ୧୮୬ ଦିନ ପରେ ସରକାର ରିଟ୍ ଅପିଲ ଦାଖଲ କରିଥିଲେ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଖାରଜ କରିଛନ୍ତି। ବିଳମ୍ବରେ ରିଟ୍ ଅପିଲ ଦାଖଲ ପାଇଁ ସରକାର ଉପଯୁକ୍ତ କାରଣ ଦର୍ଶାଇ ନ ପାରିବାରୁ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଥିଲେ। ୨୦୨୧, ଜାନୁଆରି ୧୧ରେ ସର୍ବୋଚ୍ଚନ୍ୟାୟଳୟ ଓଡ଼ିଶା ସରକାର ବନାମ ସୁନନ୍ଦା ମହାକୁଡ଼ ମାମଲାରେ ପ୍ରଦାନ କରିଥିବା ରାୟ ପ୍ରସଙ୍ଗରେ ଉଚ୍ଚନ୍ୟାୟାଳୟଙ୍କ ନିର୍ଦେଶରେ ଉଲ୍ଲେଖ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏସଏଲପି ଦାଖଲ ପାଇଁ ହୋଇଥିବା ବିଳମ୍ବ ଲାଗି ଉପଯୁକ୍ତ କାରଣ ଦର୍ଶାଯାଇ ନ ପାରିବାରୁ ସର୍ବୋଚ୍ଚନ୍ୟାୟଳୟ ୨୫ ହଜାର ଟଙ୍କା ଜରିମାନା କରିଥିଲେ ଓ ଏଥି ସହିତ ଏସଏଲପିକୁ ଖାରଜ କରିଥିଲେ। ଉଚ୍ଚନ୍ୟାୟାଳୟରେ ସରକାରଙ୍କ ପକ୍ଷରୁ ଦାୟର ପୁନଃବିଚାର ଆବେଦନର ପ୍ରତିପକ୍ଷ ବିଶ୍ବଜିତ ସାମନ୍ତରାୟଙ୍କ ତରଫରୁ ଆଇନଜୀବୀ ରଞ୍ଜନ କୁମାର ନାୟକ ମାମଲା ପରିଚାଳନା କରୁଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories