www.samajalive.in
Saturday, December 6, 2025
15.1 C
Bhubaneswar

ଦୁଇ ଦିନ ହାଇକୋର୍ଟ ବନ୍ଦ

କଟକ : କରୋନା ସଂକ୍ରମିତ ସଂଖ୍ୟା ବଢିବାରୁ ଦୁଇ ଦିନ ପାଇଁ ହାଇକୋର୍ଟ ବନ୍ଦ ରହିବ। ହାଇକୋର୍ଟ ଆସନ୍ତା ସେପ୍ଟେମ୍ବର ୨୧ ଓ ୨୨ ତାରିଖ ଦିନ ବନ୍ଦ୍ ରହିବ। ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ହାଇକୋର୍ଟର କେତେକ ବିଭାଗରେ କରୋନା ରୋଗୀଙ୍କ ସଂଖ୍ୟା ବଢିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଏହି ଛୁଟି ଦିନରେ ହାଇକୋର୍ଟ ପରିସରକୁ ବିଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୧ ତାରିଖ ପାଇଁ ପ୍ରକାଶିତ କଜ୍ ଲିଷ୍ଟରେ ତାଲିକାଭୁକ୍ତ ମାମଲା ଗୁଡ଼ିକ ୨୩ ତାରିଖ ଦିନ ଶୁଣାଣି ହେବ। ୨୨, ୨୩, ୨୪, ୨୫ ତାରିଖ ପାଇଁ ପ୍ରକାଶିତ ରିଜର୍ଭ ଲିଷ୍ଟର ଜାମିନ ଆବେଦନ ଗୁଡ଼ିକ ଯଥାକ୍ରମେ ଆସନ୍ତା ୨୪, ୨୫, ୨୮ ଓ ୨୯ ତାରିଖ ଦିନ ଶୁଣାଣି କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories