www.samajalive.in
Thursday, December 11, 2025
14.1 C
Bhubaneswar

ଓକିଲଙ୍କ କାର୍ଯ୍ୟବନ୍ଦ ଯୋଗୁଁ ଅଦାଲତ ଅଚଳ ପ୍ରସଙ୍ଗରେ ହାଇକୋର୍ଟ ପୂର୍ଣ୍ଣପୀଠର ନିଷ୍ପତ୍ତି; ପାଖ ଅଦାଲତରେ ମାମଲାର ଶୁଣାଣି ହେବ

– ତାଲିକା ପ୍ରସ୍ତୁତ, ମାମଲା ସହ କର୍ମଚାରୀ/ଅଧିକାରୀ ବି ଯିବେ
– ସୁପ୍ରିମକୋର୍ଟ ଦେଇଥିଲେ ପୂର୍ବରୁ ନିର୍ଦେଶ
– ଅଦାଲତ ଅବମାନନା ମାମଲାର ଶୁଣାଣି ୨୯କୁ ଧାର୍ଯ୍ୟ

କଟକ: ଆଇନଜୀବୀଙ୍କ ଅନିର୍ଦ୍ଦିଷ୍ଟ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଦୀର୍ଘଦିନ ଧରି ବହୁ ସଂଖ୍ୟାରେ ଓଡ଼ିଶାର ଜିଲା ଓ ତଳ କୋର୍ଟ ଗୁଡିକର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଫଳରେ ମହକିଲମାନେ ଅଯଥା ହଇରାଣ ହରକତ ହେଉଛନ୍ତି। ଅନେକ ମାମଲାର ଶୁଣାଣି ହୋଇପାରୁନାହିଁ। ଏନେଇ ଆଗତ ଏକାଧିକ ଆବେଦନ ଉପରେ ସୁପ୍ରିମକୋର୍ଟ ପୂର୍ବ ଆଦେଶରେ କଠୋର ଆଭିମୁଖ୍ୟ ଗ୍ରହଣକରି ଏଥିପାଇଁ ଜିଲା ସ୍ତରରେ ବିଚାର ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ଲାଗି ଓଡ଼ିଶା ହାଇକୋର୍ଟଙ୍କୁ ଯେଉଁ ନିର୍ଦେଶ ଦେଇଥିଲେ ତାହା ଉପରେ ଏବେ ନିଷ୍ପତ୍ତି ନିଆଯାଇଛି। ଯେଉଁ କୋର୍ଟ ଗୁଡିକରେ କାର୍ଯ୍ୟ ଅଚଳ ହେଉଛି ଏବଂ ତା’ର ନିକଟସ୍ଥ ଯେଉଁ ସବୁ କୋର୍ଟ ସ୍ବାଭାବିକ ଚାଲୁଛି ତାହାର ଏକ ତାଲିକା ପ୍ରସ୍ତୁତ କରି ତଦନୁଯାୟୀ ମାମଲା ସ୍ଥାନାନ୍ତର କରିବାକୁ ଗତ ୬ ଡିସେମ୍ବର ୨୦୧୯ରେ ସୁପ୍ରିମକୋର୍ଟ ଓଡ଼ିଶା ହାଇକୋର୍ଟଙ୍କୁ ନିର୍ଦେଶ ଦେଇଥିଲେ। ଅଚଳ ତଥା କାର୍ଯ୍ୟବାଧିତ କୋର୍ଟ ଗୁଡିକରୁ ମାମଲା ଗୁଡିକୁ ନିକଟସ୍ଥ ସଚଳ ତଥା ସ୍ବାଭାବିକ ଚାଲୁଥିବା ଅଦାଲତ ଗୁଡିକୁ ମାମଲା ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ଏପରିକି ଯେଉଁ କୋର୍ଟ ଅଚଳ ରହୁଛି ସେଠାରୁ ଆବଶ୍ୟକ ସଂଖ୍ୟକ କର୍ମଚାରୀ/ଅଧିକାରୀଙ୍କୁ ମଧ୍ୟ ସଚଳ କୋର୍ଟକୁ ସ୍ଥାନାନ୍ତର କରି ବିଚାର ବ୍ୟବସ୍ଥାକୁ ତ୍ବରାନ୍ବିତ କରିବାକୁ ସୁପ୍ରିମକୋର୍ଟ ହାଇକୋର୍ଟଙ୍କୁ କହିଥିଲେ।
ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ହାଇକୋର୍ଟ। ଏନେଇ ସୋମବାର ହାଇକୋର୍ଟଙ୍କ ପୂର୍ଣ୍ଣପୀଠ ବସି ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ବାରା ଯେଉଁ ଜିଲା ଓ ନିମ୍ନ ଅଦାଲତ ଗୁଡିକର ସଂପୂର୍ଣ୍ଣ କିମ୍ବା ଆଶଂିକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ତାହାର ଏକ ତାଲିକା ପ୍ରସ୍ତୁତ ହୋଇଛି। ଏପରିକି ଏସବୁ କୋର୍ଟ ନିକଟସ୍ଥ ଯେଉଁ ସବୁ କୋର୍ଟଗୁଡିକ ସ୍ବାଭାବିକ ଭାବେ କାର୍ଯ୍ୟ କରୁଛି ତାହାର ଏକ ତାଲିକା ହାଇକୋର୍ଟଙ୍କ ଦ୍ବାରା ପ୍ରସ୍ତୁତ କରାଯାଇସାରିଛି। ଜିଲା ଓ ତଳ ସ୍ତରରେ ଅଦାଲତ କାର୍ଯ୍ୟକୁ ସ୍ବାଭାବିକ କରିବା ଲାଗି ସଂପୃକ୍ତ ଅଚଳ କୋର୍ଟରୁ ସଚଳ କୋର୍ଟ ଗୁଡିକୁ ମାମଲା ସହିତ କର୍ମଚାରୀ ଓ ଅଧିକାରୀଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇ ଶୁଣାଣି କରିବାକୁ ହାଇକୋର୍ଟ ଆଜି ସମ୍ମତ ହୋଇଛନ୍ତି। କେଉଁ ଅଚଳ କୋର୍ଟ ଗୁଡିକର ମାମଲାର ଶୁଣାଣି ନିକଟସ୍ଥ କେଉଁ ସବୁ ସଚଳ କୋର୍ଟରେ କରାଯିବ ସେହି ତାଲିକାରେ ହାଇକୋର୍ଟଙ୍କ ପୂର୍ଣ୍ଣପୀଠ ଚୂଡାନ୍ତ ମୋହର ଲଗାଇଥିବା ସୂଚନା ମିଳିଛି। ଉଭୟ ଦେୱାନୀ ଓ ଫୌଜଦାରୀ ମାମଲା ଗୁଡିକର ଏସବୁ କୋର୍ଟରେ ଶୁଣାଣି କରାଯିବା ଲାଗି ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ଗତ ୧୦ ତାରିଖ ଆଦେଶରେ ସ୍ପଷ୍ଟ କରିଥିଲେ। ତାହାକୁ ମଧ୍ୟ ଗ୍ରହଣ କରିଛନ୍ତି ହାଇକୋର୍ଟ।
ସୂଚନାଯୋଗ୍ୟ ସୁପ୍ରିମକୋର୍ଟରେ ‘ପିଏଲଆର ପ୍ରୋଜେକ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌’ ବନାମ୍‌ ‘ମହାନଦୀ କୋଲ୍‌ ଫିଲ୍ଡ ଲିମିଟେଡ’ ମାମଲା ଓ ଅନ୍ୟ କେତେକ ଆବେଦନ ହୋଇଥିବାବେଳେ ଖୋଦ୍ ହାଇକୋର୍ଟ ରେଜିଷ୍ଟ୍ରାର (ଜେନେରାଲ)ଙ୍କ ପକ୍ଷରୁ ମଧ୍ୟ ଏନେଇ ଓଡ଼ିଶା ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ଦାୟର ହୋଇଥିଲା। ଏନେଇ ୬୮ଟି ବାର ଆସୋସିଏସନ୍‌ଙ୍କୁ ମଧ୍ୟ ନୋଟିସ ଜାରି କରି ଏହା ଉପରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଥିଲା। ୫୧ଟି ବାର ଆସୋସିଏସନ୍‌ ହାଜର ହୋଇ ସତ୍ୟପାଠ ଦାଖଲ କରିଥିବାବେଳେ ୧୭ଟି ଓକିଲ ସଙ୍ଘ ଅନୁପସ୍ଥିତ ଥିଲେ। ଏହାସତ୍ତ୍ବେ ବି ଓକିଲମାନେ କାର୍ଯ୍ୟବନ୍ଦ କରୁଥିବା ନଜରକୁ ଆସିଥିଲା। ପୂର୍ବରୁ ଶୁଣାଣି କରି ଓକିଲ ଆନ୍ଦୋଳନ ଯୋଗୁଁ ଓଡ଼ିଶାରେ କୋର୍ଟ କାର୍ଯ୍ୟ ବାଧିତ ହେଉଥିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ବାରମ୍ବାର ନିର୍ଦେଶ ସତ୍ତ୍ବେ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବାରୁ ଏହାକୁ ନେଇ ଉଭୟ ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟ ଅସନ୍ତୋଷ ବ୍ୟକ୍ତ କରି ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଲାଗି ଉପରୋକ୍ତ ନିଷ୍ପତ୍ତି ନେଇଥିଲେ। ତେବେ ୬୮ ବାର ଆସୋସିଏସନ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଚାଲିଥିବା ଅଦାଲତ ଅବମାନନା ମାମଲା ଉପରେ ଗତମାସ ୧୬ ତାରିଖରେ ହାଇକୋର୍ଟରେ ଶୁଣାଣି କରାଯାଇ ଜାନୁୟାରୀ ୨୭କୁ ପରବର୍ତ୍ତୀ ତାରିଖ ଧାର୍ଯ୍ୟ ହୋଇଛି।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories