www.samajalive.in
Tuesday, December 9, 2025
15.1 C
Bhubaneswar

ଏକ କେଜିରୁ ଅଧିକ ବ୍ରାଉନସୁଗାର ଜବତ ; ୬ ଗିରଫ

କଟକ : କଟକରୁ ଏକ କେଜି ୧୫୯ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏହି ଘଟଣାରେ ୬ଜଣଙ୍କୁ ଗିରଫ କରାଯାଇଛି । ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ।
ସୂଚନା ଯୋଗ୍ୟ, କୌଣସି ବିଶେଷ ସୂତ୍ରରୁ ଖବର ପାଇ ରବିବାର ଅପରାହ୍ନରେ କଟକ ଲାଲବାଗ ଥାନା ପୁଲିସ ଓ ସ୍ପେଶାଲ ସ୍କ୍ୱାଡର ଏକ ମିଳିତ ଦଳ ଚଢାଉ କରି ଏହି ବ୍ରାଉନସୁଗାର ଜବତ କରିଛି ।
ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାଁରେ ଅନ୍ୟାନ୍ୟ ମାମଲା ମଧ୍ୟ ରହିଛି । ଅଭିଯୁକ୍ତମାନେ ଜବତ ବ୍ରାଉନସୁଗାରକୁ ଜଗତସିଂହପୁର ଓ ପୁରୀ ଭଳି ଅନ୍ୟ କେତେକ ସ୍ଥାନକୁ ପଠାଇଥାଆନ୍ତେ । ଏହାସହ ସେମାନେ ଜଳେଶ୍ୱରରୁ ବ୍ରାଉନସୁଗାର ଆଣି କେନ୍ଦ୍ରାପଡା, ଜଗତସିଂହପୁର ଓ ପୁରୀ ଆଦି ଅଞ୍ଚଳକୁ ପଠାଇଥାଆନ୍ତି । ଏହି ଘଟଣାରେ ଅଧିକ ତଦନ୍ତ କରାଯିବ ବୋଲି ମଧ୍ୟ ପୁଲିସ କମିଶନର କହିଛନ୍ତି । ଏତେ ପରିମାଣରେ ବ୍ରାଉନସୁଗାର ଜବତ ହେବା ଏକ ବଡ ସଫଳତା ବୋଲି ମଧ୍ୟ କହିଛନ୍ତି । ଗତ ୫ ମାସ ମଧ୍ୟରେ ୪ କେଜି ୨୮୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଟ୍ୱିନ ସିଟିରୁ ପ୍ରାୟ ୬ କେଜି ୩୦୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । କଟକ ଓ ଭୁବନେଶ୍ୱରକୁ ବ୍ରାଉନସୁଗାର ମୁକ୍ତ କରିବା ପାଇଁ କମିଶନରରେଟ ପୁଲିସର ଏଭଳି ଅଭିଯାନ ଜାରି ରହିବ ବୋଲି ମଧ୍ୟ କହିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories