ହିରୋ ଜୁମ୍ ଆଣିଲା କମ୍ବାଟ୍ ଏଡିଶନ, ରହିଛି ନୂଆ ଫିଚର୍ସ
ନୂଆଦିଲ୍ଲୀ : ହିରୋ ମୋଟୋକର୍ପ ନିଜ ଲୋକପ୍ରିୟ ସ୍କୁଟର ଜୁମର ଏକ ନୂଆ ଭେରିଏଣ୍ଟ କମ୍ବାଣ୍ଟ ଏଡିଶନର ଭାରତରେ ବଜାର ପ୍ରବେଶ କରାଇଛି । ନୂଆ ସ୍କୁଟର ଏହାର ଟପ୍ ଭେରିଏଣ୍ଟ ଉପରେ ଆଧାରିତ ଏବଂ ଏହାର ଡିଜାଇନ ଫାଇଟର ଜେଟରୁ ଅନୁପ୍ରାଣିତ । ଏଥିରେ ରେଗୁଲାର ମଡେଲ ତୁଳନାରେ ସ୍ପୋର୍ଟି ଡିଜାଇନ ଏଲିମେଣ୍ଟ୍ସ ଦିଆଯାଇଛି ।
ହିରୋ ଜୁମ୍ କମ୍ବାଣ୍ଟ ଏଡିଶନକୁ ନୂଆ ମ୍ୟାଟ୍ ଗ୍ରେ କଲରରେ ଆଣିଛି କମ୍ପାନୀ । ସ୍କୁଟରର ଅନ୍ୟ ଭେରିଏଣ୍ଟର ୫ ରଙ୍ଗ ବିକଳ୍ପ ମିଳୁଛି । ଏହି ସ୍କୁଟର ହୋଣ୍ଡା ଡିଓ ଓ ଆକ୍ଟିଭା ସହିତ ମୁକାବିଲା କରିବ । କମ୍ପାନୀ ଏହାର ଦାମ୍ ୮୦,୯୬୭ ଟଙ୍କା(ଏକ୍ସ-ଶୋରୁମ୍) ରଖିଛି । କମ୍ପାନୀର କହିବାନୁସାରେ ଜୁମ୍ ୧୧୦ ସିସି ସେଗମେଣ୍ଟର ପ୍ରଥମ ସ୍କୁଟର ଯେଉଁଥିରେ କର୍ଣ୍ଣରିଂ ଲାଇଟ୍ ଦିଆଯାଇଛି । ଏହା ସହିତ ଟପ୍ ଭେରିଏଣ୍ଟ ଜେଡଏକ୍ସରେ ଏଲଇଡି ପ୍ରୋଜେକ୍ଟର ହେଡଲ୍ୟାମ୍ପ ମଧ୍ୟ ମିଳିବ ।
Comments are closed.