ନୂଆଦିଲ୍ଲୀ : ହିରୋ ମୋଟୋକର୍ପର ଇଲେକ୍ଟ୍ରିକ୍ ସ୍କୁଟର ଭିଡା ୧ ଜୁଲାଇ ୨୦୨୫ରେ ଲଞ୍ଚ୍ ହେବ । ଏହା ହିରୋ ଭିଡା ଭିଏକ୍ସ୨ ହେବ ଯାହା ଭିଡା ୨ର ଲାଇନଅପରେ ରଖାଯାଇଛି । ତେବେ ଲଞ୍ଚ୍ ପୂର୍ବରୁ ହିରୋ ଭିଡା ଭିଏକ୍ସ୨ର ଫଟୋ ଅନଲାଇନରେ ଲିକ୍ ହୋଇଯାଇଛି । ହିରୋ ଭିଡା ଭିଏକ୍ସ୨ ଶୋରୁମରେ ପହଞ୍ଚିବାରେ ଲାଗିଛି ।
ହିରୋ ଭିଡା ଭିଏକ୍ସ୨କୁ ପ୍ରଥମ ଲୁକ୍ ସାମ୍ନାକୁ ଆସିସାରିଛି । ଏହା ମ୍ୟାଟ୍ ୟେଲୋ ଶେଡ୍ ଓ ସାଇଡ୍ ବଡି ପ୍ୟାନେଲରେ ଭିଏକ୍ସ୨ ବ୍ୟାଜ୍ ସହିତ ନଜର ଆସୁଛି । ଏଥିରେ ପ୍ଲସ୍ ବ୍ୟାଜ୍ ମଧ୍ୟ ମିଳୁଛି । ଏହା ଲାଇଟ୍, ପ୍ଲସ୍ ଓ ପ୍ରୋ ୩ଟି ଭାରିଆଣ୍ଟରେ ବଜାରକୁ ଆସିପାରେ ।
ଏହାର ଏକ୍ସ ଶୋରୁମ୍ ଦାମ୍ ୬୫ ହଜାର ଟଙ୍କାରୁ ଆରମ୍ଭ ହୋଇପାରେ । ଏଲଇଡି ପ୍ରୋଜେକ୍ଟର ହେଡଲାଇଟ୍ସ, ଏଲଇଡି ଟେଲ୍ ଲାଇଟ୍ସ, ଇଣ୍ଡିକେଟର, ୧୨ ଇଞ୍ଚର ଡୁଆଲ ଟୋନ୍ ଆଲୟ ହ୍ବିଲ୍ସ ଓ ଫ୍ରଣ୍ଟ ଡିସ୍କ ବ୍ରେକ୍ ସହିତ ପ୍ରିମିୟମ୍ ନଜର ଆସିବ । ଏହା ପ୍ରାୟ ୧୬୫ କିଲୋମିଟର ରେଞ୍ଜ ଦେବ ବୋଲି ଅନୁମାନ କରାଯାଉଛି । ଜୁଲାଇ ୧ରେ ଏହାକୁ ଲଞ୍ଚ୍ କରିବ କମ୍ପାନୀ ।
ଭିଡିଓ ଦେଖିଲେ ଭୟ ଲାଗିବ; ଜନବସତିରେ ପଶି କୁକୁରକୁ ଟାଣି ନେଲା ବାଘ, ବଞ୍ଚିଗଲେ ସିକ୍ୟୁରିଟି ଗାର୍ଡ



