www.samajalive.in
Saturday, December 13, 2025
21.1 C
Bhubaneswar

ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର

ଡେସ୍କ: ଅପରେସନ ସିନ୍ଦୁର ପରେ ସାଂସଦ ମାନଙ୍କୁ ନେଇ ଗଠିତ ଏକ ପ୍ରତିନିଧିମଣ୍ଡଳ ଗସ୍ତ ସମଯ଼ରେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ତାଙ୍କୁ କୁଏତରେ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି।

କୁଏତ ଗସ୍ତ କରୁଥିବା ଏକ ବହୁପକ୍ଷୀଯ଼ ପ୍ରତିନିଧିମଣ୍ଡଳର ଅଂଶବିଶେଷ ହୋଇଥିବା ଗୁଲାମ ନବୀ ଆଜାଦଙ୍କୁ ଗତକାଲି ଯାତ୍ରା ମଝିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରୋଗ୍ରେସିଭ୍ ଡେମୋକ୍ରାଟିକ୍ ଆଜାଦ ପାର୍ଟି (ଡିପିଏପି)ର ଅଧ୍ୟକ୍ଷ ଗୁଲାମ ନବୀ ଆଜାଦଙ୍କୁ ମଙ୍ଗଳବାର ଦିନ ସମସ୍ତ ଦଳର ଏକ ପ୍ରତିନିଧି ଦଳ କୁଏତ ଗସ୍ତ ସମଯ଼ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

- Advertisement -

ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପ୍ରତିନିଧି ଦଳର ଅଧ୍ୟକ୍ଷ ସାଂସଦ ବୈଜଯ଼ନ୍ତ ପଣ୍ଡା ଏହା ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି ଯେ ପ୍ରତିନିଧିମଣ୍ଡଳର ପରବର୍ତ୍ତୀ ପର୍ଯ୍ୟାୟରେ ସେ ସାମିଲ ହେବେ।

ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ବୈଜଯ଼ନ୍ତ ପଣ୍ଡା କହିଛନ୍ତି, ଆମର ପ୍ରତିନିଧିମଣ୍ଡଳ ଗସ୍ତର ଅଧାରେ ଗୁଲାମ ନବୀ ଆଜାଦଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଛି। ଡାକ୍ତରୀ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି। ବାହାରିନ ଏବଂ କୁଏତରେ ଶ୍ରୀ ଆଜାଦଙ୍କ ଭାରତର ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ସମ୍ପର୍କରେ ଉପସ୍ଥାପନା ଅତ୍ୟନ୍ତ ଚମତ୍କାର ଥିଲା ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories