www.samajalive.in
Saturday, December 6, 2025
26.1 C
Bhubaneswar

ଆଖି ପିଛୁଳାକେ ଇଲେକ୍ଟ୍ରିକ୍‌ ସ୍କୁଟର ହୋଇଯାଉଛି ତିନି ଚକିଆ; ଘଣ୍ଟା ପ୍ରତି ବେଗ ୬୦ କିମି

ନୂଆଦିଲ୍ଲୀ: ହିରୋ ଏପରି ଏକ ବୈଦ୍ୟୁତିକ ଯାନ ଲଞ୍ଚ୍‌ କରିଛି, ଯାହା ତିନି ଚକିଆ ଯାନରୁ ଦୁଇ ଚକିଆ ଇଲେକ୍ଟ୍ରିକ୍ ସ୍କୁଟରରେ ପରିଣତ ହୋଇଯିବ। ଏହା କ୍ରିଷ୍ଟୋଫର ନୋଲନଙ୍କ ଫିଲ୍ମ ‘ଡାର୍କ ନାଇଟ୍’ରେ ଦେଖିବାକୁ ମିଳିଥିବା ଗାଡ଼ି ପରି ହୋଇଛି, ଯେଉଁଥିରେ ବ୍ୟାଟ୍‌ମ୍ୟାନ୍‌ଙ୍କ କାର୍ ଏକ ବାଇକ୍‌ରେ ପରିଣତ ହୋଇଯାଏ। ହିରୋ ମୋଟୋକର୍ପର ଷ୍ଟାର୍ଟଅପ୍‌ ସର୍ଜ ଦ୍ବାରା ଏହାକୁ ପ୍ରସ୍ତୁତ କରାଯାଇଛି। ଏହାକୁ Surge S32 ନାଁରେ ବଜାର ପ୍ରବେଶ କରାଯାଇଛି।

Surge S32 ଏପରି ଏକ ନିଆରା ତିନିଚକିଆ ଯାନ, ଯାହା ମାତ୍ର ୩ ମିନିଟରେ ଇଲେକ୍ଟ୍ରିକ୍‌ ସ୍କୁଟରରେ ପରିଣତ ହୋଇଯାଏ। ଆରପିଜି ଗ୍ରୁପ୍‌ର ଚେୟାରମ୍ୟାନ୍‌ ହର୍ଷ ଗାଏଙ୍କା ମଧ୍ୟ ଏହାର ଭିଡିଓ ନିଜ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ହିରୋ Surge S32କୁ ଟୁ-ଇନ୍‌-ୱନ କନ୍‌ଭର୍ଟିବଲ୍‌ ଇଲେକ୍ଟ୍ରିକ୍‌ ଭେଇକିଲ୍‌ କୁହାଯାଇପାରିବ। ଏହା ଏକ ଇଲେକ୍ଟ୍ରିକ୍ ସ୍କୁଟର ଏବଂ ଏକ ଇଲେକ୍ଟ୍ରିକ୍ 3W ରିକ୍ସା ମଧ୍ୟ। ମାତ୍ର ୩ ମିନିଟ୍‌ରେ ଏହା ଏକ ରିକ୍ସାରୁ ସ୍କୁଟରକୁ ରୂପାନ୍ତର ହୋଇପାରେ।

- Advertisement -


Surge S32 ବୈଦ୍ୟୁତିକ ଯାନକୁ ଏକ କାର୍ଗୋ ଭେଇକିଲ୍‌ ମଧ୍ୟ କୁହାଯାଇପାରିବ। ଏଥିରେ ଆଗ ଯାତ୍ରୀ କ୍ୟାବିନ୍‌ ଦିଆଯାଇଛି। ଏଥିସହ ୱିଣ୍ଡ୍‌ସ୍କ୍ରିନ୍‌, ହେଡ୍‌ଲାଇଟ୍‌, ଟର୍ଣ୍ଣ ଇଣ୍ଡିକେଟର ଏବଂ ୱିଣ୍ଡ୍‌ ସ୍କ୍ରିନ୍‌ ୱାଇପର୍‌ ରହିଛି। ଯଦିଓ କମ୍ପାନୀ କାର୍ଗୋରେ ଡୋର୍‌ ସୁବିଧା ଦେଇନାହିଁ, କିନ୍ତୁ ଆଗାମୀ ସମୟରେ ଜିପ୍ ଡୋର ଫିଚର୍‌ ମଧ୍ୟ ଯୋଡ଼ା ଯାଇପାରେ।

ରୋଚକ କଥା, ଗୋଟିଏ ବଟନ୍ ଦବାଇଲେ ଆଗ ୱିଣ୍ଡଶିଲ୍ଡ ସେକ୍ସନ ଭର୍ଟିକାଲ ଭାବେ ଉପରକୁ ଉଠିଯାଏ, ଯଦ୍ବାରା ଏହା ଏକ ସ୍କୁଟରରେ ପରିଣତ ହୋଇଯାଏ। କ୍ୟାବିନ୍‌ ସମ୍ପୂର୍ଣ୍ଣ ରୂପାନ୍ତରିତ ହୋଇଯାଏ ଏବଂ ସ୍କୁଟର ସାମ୍ନାକୁ ଆସିଯାଏ, ଯାହାର ଏଲଇଡି ହେଡ୍‌ଲାଇଟ୍‌, ଟର୍ଣ୍ଣ ଇଣ୍ଡିକେଟର ଓ ସ୍ବିଚ୍‌ ଗିୟର ରହିଛି। କାର୍ଗୋରେ ଘଣ୍ଟା ପ୍ରତି ବେଗ ୫୦ କିମି ଥିବାବେଳେ ଇଲେକ୍ଟ୍ରିକ୍‌ ସ୍କୁଟର ପାଇଁ ଘଣ୍ଟା ପ୍ରତି ବେଗ ୬୦ କିମି ରହିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories