ହିରୋ ଆଣିଲା ସ୍ପ୍ଲେଣ୍ଡର ପ୍ଲସ୍ ଏକ୍ସଟେକ୍ ୨.୦, ମାଇଲେଜ୍ ୭୩

ନୂଆଦିଲ୍ଲୀ : ଦେଶର ଦୁଇଚକିଆ ଯାନ ନିର୍ମାତା କମ୍ପାନୀ ହିରୋ ମୋଟୋକର୍ପ ସ୍ପ୍ଲେଣ୍ଡରର ନୂଆ ଜେନେରେସନ ନେଇଆସିଛି । କମ୍ପାନୀ ସ୍ପ୍ଲେଣ୍ଡର ପ୍ଲସ୍ ଏକ୍ସଟେକ୍ ୨.୦କୁ ଭାରତୀୟ ବଜାରରେ ଲଞ୍ଚ୍ କରିଦେଇଛି । କମ୍ପାନୀ ବିଶ୍ବର ସବୁଠାରୁ ଅଧିକ ବିକ୍ରି ହେଉଥିବା ମୋଟରସାଇକେଲରେ ଅନେକ ପ୍ରିମିୟମ୍ ଫିଚର୍ସ ଆଣିଥିବା କହିଛି ।  ବାଇକର ଡିଜାଇନରେ କିଛି ପରିବର୍ତ୍ତନ କରାଯାଇନି କିନ୍ତୁ ସାମ୍ନାରେ ଏଲଇଡି ହେଡଲାଇଟ୍ସ ଦିଆଯାଇଛି । ଏହା ବ୍ୟତୀତ ବାଇକରେ ୟୁନିକ୍ ଏଚ୍ ଆକାରର ଟେଲ୍ ଲ୍ୟାମ୍ପ ଦିଆଯାଇଛି । ଏହା ବାଇକକୁ ଭଲ ଲୁକ୍ ପ୍ରଦାନ କରୁଛି । ଏଥିରେ ୭୩ କିଲୋମିଟର ପ୍ରତି ଲିଟର ମାଇଲେଜ ମିଳିବା ନେଇ କମ୍ପାନୀ ସୂଚନା ଦେଇଛି ।

ଏହି ବାଇକରେ ଡିଜିଟାଲ ସ୍ପିଡୋମିଟର ଦିଆଯାଇଛି  ଯାହା ଇକୋ ଇଣ୍ଡିକେଟର ସହିତ ଆସୁଛି । ଏହା ଅଧିକ ମାଇଲେଜ୍ ପ୍ରଦାନ ପାଇଁ ସହାୟକ ହେବ । ଏହା ରିୟଲ ଟାଇମ୍ ମାଇଲେଜ୍ ଇଣ୍ଡିକେଟରକୁ ସପୋର୍ଟ କରିଥାଏ । ଏହା ବ୍ୟତୀତ ବାଇକରେ କଲ୍ ଏବଂ ଏସଏମଏସରେ ବ୍ଲୁଟୁଥ୍ କନେକ୍ଟିଭିଟି ଦିଆଯାଇଛି ।  ପୂର୍ବ ଅପେକ୍ଷା ବାଇକରେ ଲମ୍ବା ସିଟ୍ ଦିଆଯାଇଛି । ଏଥିରେ ବଡ ଗ୍ଲବ୍ ବକ୍ସ ମଧ୍ୟ ଦିଆଯାଇଛି । ଏହାର ଏକ୍ସ ଶୋରୁମ୍ ଦାମ୍ ୮୨,୯୧୧ ଟଙ୍କା ରଖିଛି କମ୍ପାନୀ ।

‘କଳ୍କି ୨୮୯୮ ଏଡି’: ଚର୍ଚ୍ଚାରେ ପ୍ରଭାସଙ୍କ ୩ ଚକିଆ ସୁପର କାର୍‌ ‘ବୁଜ୍ଜି’, ଭିଡିଓ ଭାଇରାଲ୍‌

Comments are closed.