ନୂଆଦିଲ୍ଲୀ : ଆମେରିକାର ଅନ୍ୟତମ ଲୋକପ୍ରିୟ ଅଟୋମୋବାଇଲ କମ୍ପାନୀ ହାର୍ଲେ ଡାଭିଡସନ ଭାରତରେ ଥିବା ମଧ୍ୟମ ବର୍ଗର ଗ୍ରାହକଙ୍କ ପାଇଁ ଅପେକ୍ଷାକୃତ ଶସ୍ତା ମଡେଲ ତିଆରି କରିବା ବୋଲି ସୂଚନା ଦେଇଛି। କମ୍ପାନୀ ୨୫୦-୫୦୦ ସିସି ମଧ୍ୟରେ ମଟରସାଇକେଲ ନିର୍ମାଣ କରିବ। ଏହାର ମାଇଲେଜ ବି ବର୍ତମାନ ମଡେଲମାନଙ୍କ ଠାରୁ ଭଲ ରହିବା ବୋଲି କମ୍ପାନୀ ସୁତ୍ରରୁ ପ୍ରକାଶ କରାଯାଇଛି। ୨୦୨୨ ସୁଦ୍ଧା ଏହି ମଟର ସାଇକେଲ ଭାରତୀୟ ବଜାରରେ ଉପଲବ୍ଧ ହେବ।
ହାର୍ଲେ ଡେଭିଡସନ କମ୍ପାନୀର ବାଇକ ଅଧିକ ଦାମ ରହିଥିବାରୁ ସାଧାରଣତଃ ମଧ୍ୟମ ବର୍ଗର ଲୋକମାନେ ଏହାକୁ କିଣିପାରିନଥାନ୍ତି। କମ୍ପାନୀ ଅପେକ୍ଷାକୃତ ଶସ୍ତା ମଟରସାଇକେଲ ବଜାର ପ୍ରବେଶ କରିବାପରେ ଲୋକମାନେ ଏହାକୁ କିଣିବା ସହଜ ହୋଇଯିବ। ଏହାବ୍ୟତୀତ ଅନ୍ୟ ଏସିଆ ଦେଶମାନଙ୍କରେ ମଧ୍ୟ କମ୍ପାନୀ ନିଜର ନୂତନ ମଡେଲ ବଜାର ପ୍ରବେଶ କରାଇବା ପାଇଁ ପ୍ରସ୍ତୁତି ଚଳାଇଛି। ହାର୍ଲେ ଡାଭିଡସନ୍ ଚୀନ୍ ଅଧିକ ବାଇକ ବିକ୍ରୟ ହୋଇଥିବା କମ୍ପାନୀ କହିଛି।
ଆସୁଛି ହାର୍ଲେ ଡେଭିଡସନର ନୂଆ ମଡେଲ
Popular Categories



