www.samajalive.in
Saturday, December 6, 2025
16.1 C
Bhubaneswar

ଏଠି ମୃତ୍ୟୁ ପରେ ପିଲାମାନେ ପାଲଟିଯା’ନ୍ତି ଗଛ? ରହସ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ

ଡେସ୍କ: ଦୁନିଆର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୀତିନୀତି ଏବଂ ପରମ୍ପରା ରହିଛି। ଆଜି ବି ଅନେକ ଜନଜାତି ଅଛନ୍ତି, ଯେଉଁମାନେ ହଜାର ହଜାର ବର୍ଷର ପୁରୁଣା ପରମ୍ପରାକୁ ମାନି ଚଳୁଛନ୍ତି। ତେବେ ଏପରି ଅନେକ ପରମ୍ପରା ଅଛି, ଯାହା ବିଷୟରେ ଜାଣି ଯେ କେହି ଆଶ୍ଚର୍ଯ୍ୟ ହେବେ। ଆଜି ଆମେ ଆପଣଙ୍କୁ ଏପରି ଏକ ଜାତି ଏବଂ ତାଙ୍କ ଅଦ୍ଭୁତ ପରମ୍ପରା ବିଷୟରେ କହିବାକୁ ଯାଉଛୁ। ଏହି ଜନଜାତି ଇଣ୍ଡୋନେସିଆରେ ବସବାସ କରନ୍ତି। ଏହି ପରମ୍ପରା ଇଣ୍ଡୋନେସିଆର ତାନା ଟୋରୋଜାରେ ଦେଖିବାକୁ ମିଳେ। ଏଠାରେ ଲୋକମାନେ ନିଜ ପିଲାମାନଙ୍କର ଅନ୍ତିମ ସଂସ୍କାର ଅଦ୍ଭୁତ ଢଙ୍ଗରେ କରନ୍ତି।

ଏଠାରେ ପିଲାମାନଙ୍କ ମୃତ୍ୟୁ ପରେ ଲୋକେ ତାଙ୍କ ମୃତଦେହକୁ ଗଛ ଗଣ୍ଡିରେ କବର ଦିଅନ୍ତି। ଏଠାରେ ମୃତଦେହକୁ ଗଛ ଭିତରେ କବର ଦେବାର ପରମ୍ପରା ରହିଛି। ଏଠାକାର ବାସିନ୍ଦା ସାଧାରଣତଃ ବୃଦ୍ଧମାନଙ୍କର ଅନ୍ତିମ ସଂସ୍କାର କରନ୍ତି, କିନ୍ତୁ ପିଲାମାନଙ୍କ ମୃତ୍ୟୁ କ୍ଷେତ୍ରରେ ଏହି ପରମ୍ପରା ପାଳନ କରାଯାଏ। ଏମାନେ ପିଲାମାନଙ୍କ ମୃତ୍ୟୁରେ ଶୋକ କରନ୍ତି ସତ, କିନ୍ତୁ ନିଜ ପିଲାମାନଙ୍କୁ ପ୍ରକୃତି ସହ ଯୋଡ଼ିଥା’ନ୍ତି। ଲୋକମାନେ ନିଜ ପିଲାକୁ ପ୍ରକୃତି ସହ ଯୋଡ଼ି ଗର୍ବ ଅନୁଭବ କରନ୍ତି। ଇଣ୍ଡୋନେସିଆର ଏହି ଅଞ୍ଚଳରେ ଲୋକମାନେ ପିଲାଙ୍କ ଶବକୁ ଏହି ଉପାୟ କବର ଦେଇଥା’ନ୍ତି।

- Advertisement -

ଏଠାକାର ଲୋକମାନେ ନିଜ ପିଲାମାନଙ୍କୁ କବର ଦେବା ପାଇଁ ଗଛ ଗଣ୍ଡିକୁ ଖୋଳ କରିଦିଅନ୍ତି। ଏହାପରେ ଶିଶୁର ମୃତଦେହକୁ କପଡ଼ାରେ ଗୁଡ଼ାଇ ଗୋଟିଏ ଗଛ ଗଣ୍ଡିରେ ରଖି ଦିଆଯାଏ। ଏହାଦ୍ବାରା ମୃତଦେହ ଧୀରେ ଧୀରେ ପ୍ରାକୃତିକ ଭାବେ ଗଛର ଏକ ଅଂଶ ହୋଇଯାଏ। ଲୋକମାନେ କୁହନ୍ତି ଯେ, ଏହି ଦୁନିଆରୁ ବିଦାୟ ନେବାପରେ ସେ ସର୍ବଦା ଏକ ଗଛ ରୂପେ ରହିଥାଏ। ସେମାନଙ୍କ ବିଶ୍ବାସ ଯେ, ଭଗବାନ ତାଙ୍କଠାରୁ ତାଙ୍କ ପିଲାକୁ ଛଡ଼ାଇ ନେଲେ ମଧ୍ୟ ଏହି ପରମ୍ପରା କାରଣରୁ ତାଙ୍କ ସନ୍ତାନ ତାଙ୍କଠାରୁ ଦୂରେଇ ଯାଆନ୍ତି ନାହିଁ। ପିଲା ସର୍ବଦା ତାଙ୍କ ପିତାମାତାଙ୍କ ସହିତ ରୁହନ୍ତି।

 

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories