www.samajalive.in
Thursday, December 11, 2025
16.1 C
Bhubaneswar

ହେମାମାଳିନୀଙ୍କ ସୌନ୍ଦର୍ଯ୍ୟ ଓ ଫିଟ୍‌ନେସର ରହସ୍ୟ

ମୁମ୍ବଇ : ବଲିଉଡ୍‌ର ଡ୍ରିମଗାର୍ଲ ହେମାମାଳିନୀ ନିକଟରେ ୭୦ବର୍ଷରେ ପାଦ ଦେଇଛନ୍ତି। ଏ ବୟସରେ ବି ତାଙ୍କ ସୌନ୍ଦର୍ଯ୍ୟ ଏବଂ ଫିଟ୍‌ନେସ ଅକ୍ଷୁଣ୍ଣ ରହିଛି। ଏହାର ପ୍ରମୁଖ କାରଣ ହେଉଛି- ଏକ ନିର୍ଦିଷ୍ଟ ଜୀବନଚର୍ଯ୍ୟାର ପାଳନ। ହେମା ନିଜ ସୌନ୍ଦର୍ଯ୍ୟ ରହସ୍ୟ ସମ୍ପର୍କରେ ଯାହା କହନ୍ତି-
ପ୍ରତିଦିନ ୧୦-୧୫ ମିନିଟ ପର୍ଯ୍ୟନ୍ତ ସେ ସାଇକଲ ଚାଳନା କରନ୍ତି। ୪୫ମିନିଟ ଯୋଗ ଓ ପ୍ରାଣାୟାମ ମଧ୍ୟ କରିଥାନ୍ତି। ଏହା ଓଜନ ସଠିକ୍‌ ରଖିବା ସହିତ ନିରୋଗ ରଖେ। ନୃତ୍ୟରେ ନିପୁଣା ହେମା ଏହାକୁ ମଧ୍ୟ ନିଜ ବ୍ୟାୟାମ ତାଲିକାରେ ରଖିଛନ୍ତି। ପ୍ରତିଦିନ କିଛି ସମୟ ସେ ନୃତ୍ୟ ମାଧ୍ୟମରେ ବ୍ୟାୟାମ କରନ୍ତି।
ନିରାମିଷ ଆହାରକୁ ନିଜ ସ୍ବାସ୍ଥ୍ୟର ଏକ ବଡ କାରଣ ବୋଲି ସ୍ବୀକାର କରନ୍ତି ହେମା। ସପ୍ତାହକୁ ଦୁଇଥର ଉପବାସ କରନ୍ତି। ଏହି ସମୟରେ ସେ କେବଳ ଫଳ, ଡ୍ରାଏଫ୍ରୁଟ୍‌ସ ଖାଆନ୍ତି ଏବଂ ଫଳରସ ପିଇଥାନ୍ତି। ଦ୍ବିପ୍ରହର ଖାଦ୍ୟରେ ଦୁଇଟି ରୁଟି, ଏକ ତାଟିଆ ଡାଲି, ଦୁଇପ୍ରକାର ପରିବା ତରକାରି ଏବଂ ଅଳ୍ପ ଭାତ ସହ ଟିକେ ରସମ୍‌ ଖାଆନ୍ତି ହେମା। ଦିନ ଭିତରେ ଦୁଇକପ୍‌ ଗ୍ରୀନ୍‌ ଟି ପିଅନ୍ତି। ରାତି ୮ଟା ପୂର୍ବରୁ ହେମାଙ୍କର ରାତ୍ରିଭୋଜନ ସରିଯାଏ। ଏହାଦ୍ବାରା ଖାଦ୍ୟ ହଜମ ହେବା ଲାଗି ସମ୍ପୂର୍ଣ୍ଣ ସମୟ ମିଳିପାରେ। କୌଣସି ପ୍ରକାର ଜଙ୍କଫୁଡ ଖାଇବା ବଦଳରେ ହାଲ୍‌କା ଭୋକ ଲାଗିବା ସମୟରେ ଫଳ ତଥା ପରିବା ଖାଇଥାନ୍ତି ହେମାମାଳିନୀ। ମୁହଁରେ ଭାରି ମେକଅପ୍‌ ବଦଳରେ ଆରୋମା ତେଲ ଲଗାଇଥାନ୍ତି ଏବଂ ନଡିଆ ତେଲରେ ଅଁଳା, ତୁଳସୀ ଓ ନିମ ତେଲ ମିଶାଇ କେଶ ମାଲିସ୍ କରନ୍ତି। ଦିନସାରା ସେ ପର୍ଯ୍ୟାପ୍ତ ପାଣି ପିଅନ୍ତି। ଫଳରେ ତ୍ବଚା ଉଜ୍ବଳ ଦେଖାଯାଏ। ଅଧିକ ପାଣି ପିଇବା ଦ୍ବାରା ଶରୀରରୁ ବିଷାକ୍ତ ତତ୍ତ୍ବ ବାହାରିବା ସହଜ ହୁଏ, ତ୍ବଚା ଆର୍ଦ୍ର ଓ ସୁନ୍ଦର ରହେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories