ମେ’ମାସରେ ତାତି ଛୁଇଁଲା ୫୦ ଡିଗ୍ରୀ

ନୂଆଦିଲ୍ଲୀ: ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସେହିପରି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ମଧ୍ୟ ପାରଦ ଅଧିକ ରହୁଥିବା ଜଣାପଡ଼ିଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦେଶରେ ମେ’ମାସରେ ତାତି ୫୦ ଡିଗ୍ରୀ ଛୁଇଁଛି। ରାଜସ୍ଥାନର ଫାଲୋଦିରେ ସର୍ବାଧିକ ତାପମାତ୍ରା ୫୦ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ବାରମେରରେ ୪୮.୮ ଡିଗ୍ରୀ, ଜୈସଲମେରରେ ୪୮ ଡିଗ୍ରୀ, ବିକାନେରରେ ୪୭.୨ ଡିଗ୍ରୀ ଏବଂ ଚୁରୁରେ ୪୭ ଡିଗ୍ରୀ ରେକର୍ଡ କରାଯାଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.