ମୁମ୍ବଇ: ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପ୍ରଥମ ହଲିଉଡ଼ ଚଳଚ୍ଚିତ୍ର ‘ହାର୍ଟ ଅଫ୍ ଷ୍ଟୋନ୍’ର ଟ୍ରେଲର କିଛି ଦିନ ପୂର୍ବରୁ ରିଲିଜ୍ ହୋଇଥିଲା, ଯାହାକୁ ପ୍ରଶଂସକ ବେଶ୍ ପସନ୍ଦ କରିଥିଲେ। ଏବେ ନିର୍ମାତା ଏହି ଫିଲ୍ମର ପ୍ରଥମ ପୋଷ୍ଟର ଶେୟାର କରିଛନ୍ତି।
ନେଟଫ୍ଲିକ୍ସର ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ୍’ ଜରିଆରେ ହଲିଉଡ଼ରେ ପାଦ ଥାପୁଛନ୍ତି ଆଲିଆ। ଗେଲ୍ ଗାଡୋଟ୍ ଏବଂ ଜେମୀ ଡୋର୍ନନଙ୍କ ଫିଲ୍ମରେ ଆଲିଆ ଏକ ପ୍ରମୁଖ ଭୂମିକାରେ ନଜର ଆସିବେ। ଫିଲ୍ମରେ ଆଲିଆଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଛି। ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଆଲିଆଙ୍କୁ ଖଳନାୟିକା ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ସେ ଜଣେ ହ୍ୟାକର୍ ଚରିତ୍ରରେ ନଜର ଆସିବେ।
ଏହାପୂର୍ବରୁ ‘ହାର୍ଟ ଅଫ୍ ଷ୍ଟୋନ୍’ର ଟ୍ରେଲରରେ ଅଭିନେତ୍ରୀଙ୍କ ଝଲକ ଦେଖିବାକୁ ମିଳିଥିଲା, ଯେଉଁଥିରେ ଆଲିଆଙ୍କ ଚରିତ୍ର ପ୍ରଭାବଶାଳୀ ଥିଲା। ବର୍ତ୍ତମାନ ହଲିଉଡ଼ ତାରକାଙ୍କ ମଧ୍ୟରେ ଆଲିଆଙ୍କ ଉପସ୍ଥିତି ପ୍ରଶଂସକଙ୍କୁ ଉତ୍ସାହିତ କରିଛି। ଅଗଷ୍ଟ ୧୧ରେ ଇଂରାଜୀ, ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଷ୍ଟ୍ରିମ୍ ହେବ ‘ହାର୍ଟ ଅଫ୍ ଷ୍ଟୋନ୍’।



