www.samajalive.in
Saturday, December 13, 2025
21.1 C
Bhubaneswar

ମେ ୧୦କୁ ଘୁଞ୍ଚିଲା କୋଟିଆ ଶୁଣାଣି

କଟକ: କୋଟିଆରେ ପଞ୍ଚାୟତ ନିର୍ବାଚନକୁ ନେଇ ହାଇକୋର୍ଟରେ ପୃଥକ ଭାବେ ଦାୟର ମାମଲାରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏବେ ଶୁଣାଣି ପାଇଁ ମନା କରିଦେଇଛନ୍ତି। ଯେହେତୁ ଏପରି ମାମଲା ସୁପ୍ରିମ କୋର୍ଟରେ ବିଚାରଧିନ ରହିଛି, ତେଣୁ ସୁପ୍ରିମ କୋର୍ଟ ଶୁଣାଣିକୁ ଅପେକ୍ଷା କରିବା ପାଇଁ ପଡିବ ବୋଲି କୋର୍ଟ ଦର୍ଶାଇଛନ୍ତି। ମାମଲାର ପରବର୍ତୀ ଶୁଣାଣି ମେ ମାସ ୧୦ରେ ହେବା ପାଇଁ ଧାର୍ଯ୍ୟ ହୋଇଛି। ଭାରତୀୟ ବିକାଶ ପରିଷଦ ଏ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛି। ଏଥିରେ ଦର୍ଶାଯାଇଛି ଯେ ରାଜ୍ୟର ତିନିଗୋଟି ଜିଲ୍ଲା ଗଞ୍ଜାମ, କୋରାପୁଟ ଓ ଗଜପତିର ମୋଟ ୫୮ ଗୋଟି ଗ୍ରାମରେ ଆନ୍ଧ୍ର ସରକାର ହସ୍ତକ୍ଷେପ କରିବାକୁ ଉଦ୍ୟମ କରୁଛନ୍ତି। ଆନ୍ଧ୍ର ସରକାର ତରଫରୁ ଓଡ଼ିଶା ସୀମା ଭିତରେ ଥିବା ଅଞ୍ଚଳରେ ଗ୍ରାମ ପଞ୍ଚାୟତ ନିର୍ବାଚନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେଇଯାଇଛି।

ରାଜ୍ୟ ପ୍ରଶାସନର ଅବହେଳା ହେତୁ ଏପରି ସ୍ଥିତି ସୃଷ୍ଟି ହୋଇଛି। ତେବେ ତୁରନ୍ତ ସୀମାନ୍ତ ଗ୍ରାମଗୁଡିକରେ ଯେପରି ନିର୍ବାଚନ ପରିଚାଳନା କରାଯାଇପାରିବ ନାହିଁ ସେଥିପାଇଁ ନିର୍ଦ୍ଦେଶ ଦିଆ ଯାଉ ବୋଲି ପ୍ରାର୍ଥନା କରାଯାଇଛି। ଆବେଦନକାରୀ ଦର୍ଶାଇଛନ୍ତି ଯେ ଉକ୍ତ ଅଞ୍ଚଳର ସର୍ବାଙ୍ଗୀନ ବିକାଶ କରାଯାଉ, ସମସ୍ତ ସରକାରୀ ସାହାଯ୍ୟ ପ୍ରଦାନ କରାଯାଉ। ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ସଚିବ, ରାଜସ୍ୱ ବିଭାଗ ସଚିବ, ଗଞ୍ଜାମ, ଗଜପତି ଓ କୋରାପୁଟ ଜିଲପାଳଙ୍କୁ ପକ୍ଷଭକ୍ତ କରି ମାମାଲା ରୁଜୁ କରାଯାଇଛି। ସେହିପରି ଆଇନଜୀବୀ ଦେବଦତ୍ତ କବି ଶତପଥୀଙ୍କ ପକ୍ଷରୁ ଦାୟର ଏହି ଆବେଦନରେ ଦର୍ଶାଯାଇଛି ଯେ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶର ଦାଦାଗିରି ତଥା ଫେବ୍ରୁଆରି ୧୩ ଓ ୧୭ରେ ସୀମାନ୍ତବର୍ତ୍ତୀ କୋଟିଆ ଗ୍ରାମ ସମୂହ ଓ ଅନ୍ୟ କେତେକ ଅଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆୟୋଜନ ଉଦ୍ୟମକୁ ଦୃଢ ଭାବେ ବିରୋଧ କରାଯିବା ଉଚିତ। ଆନ୍ଧ୍ରପ୍ରଦେଶ ସରକାରଙ୍କ କର୍ମଚାରୀ ବେଶରେ ଅନଧିକୃତ ଭାବେ ବଳପୂର୍ବକ ଓଡ଼ିଶାରେ ଅନୁପ୍ରବେଶ କରି କୋରାପୁଟର କୋଟିଆ ଓ ଅନ୍ୟ ସ୍ଥାନରେ ନିର୍ବାଚନ ପରିଚାଳନା କରିବାକୁ ଯାଉଥିବା ବ୍ୟକ୍ତିଙ୍କୁ ଏଥିରୁ ବିରତ କରାଇ ସେମାନଙ୍କୁ ଓଡ଼ିଶା ମାଟିରୁ ବହିଷ୍କାର କରାଯାଉ। ଏହି ସବୁ ଅଞ୍ଚଳ ଓଡ଼ିଶାର ହୋଇଥିବା ବେଳେ ଏହାକୁ ନିୟନ୍ତ୍ରଣରେ ରଖିବାକୁ ଚିରସ୍ଥାୟୀ ଯୋଜନା ପ୍ରସ୍ତୁତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories