www.samajalive.in
Saturday, December 6, 2025
16.1 C
Bhubaneswar

ରାତିରେ ଏସବୁ ଖାଉଛନ୍ତି କି ?

ସକାଳର ପ୍ରଥମ ଖାଦ୍ୟ ଓ ରାତିର ଖାଦ୍ୟ ପ୍ରତି କିଛି ସ୍ୱତନ୍ତ୍ର ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ରାତ୍ରିି ଭୋଜନ ଦିନର ଶେଷ ଖାଦ୍ୟ। ଏହା ଖୁବ ଗୁରୁତ୍ୱପୂର୍ଣ୍ଣ ମଧ୍ୟ। ଏହାକୁ ନେଇ ଭିନ୍ନ ନିୟମ ମଧ୍ୟ ରହିଛି। କିଛି ଲୋକେ ରାତି ଖାଦ୍ୟରେ ସମୟ ଓ କିଛି ଖାଦ୍ୟର ପ୍ରକାର ଉପରେ ଗୁରୁତ୍ୱ ଦେଇଥାଆନ୍ତି। ତେବେ ଜାଣନ୍ତୁ…
ରାତି ଭୋଜନରେ ମୁଖ୍ୟତଃ ଖାଦ୍ୟ ପ୍ରସ୍ତୁତି ସମୟରେ ଭୁସଙ୍ଗପତ୍ର, ଡାଲି, ହଳଦୀ ଓ ଅଦାର ନିଶ୍ଚୟ ବ୍ୟବହାର କରନ୍ତୁ। ଏହି ସମସ୍ତ ଜିନିଷ ବ୍ୟବହାର ହେଉଥିଲେ ରାତି ଖାଦ୍ୟ ଖାଇବା ପରେ ପେଟ ହାଲକା ଅନୁଭବ ହେବା ସହ ସହଜରେ ହଜମ ହୋଇଥାଏ। ମାତ୍ର ରାତ୍ରିରେ ଭାରି ମାତ୍ରା ଓ ଅଧିକ ମସଲା ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ। ଏହା ହଜମ କ୍ରିୟା ଉପରେ କୁପ୍ରଭାବ ପକାଇଥାଏ।
ରାତି ଖାଦ୍ୟରେ ଅଧିକ ତେଲ ବ୍ୟବହାର ଜିନିଷ, ଛଣାଛଣି ଖାଦ୍ୟ, ବିଭିନ୍ନ ପ୍ରକାର ମିଠା, ଚକୋଲେଟ୍‍, ଅଧିକ ମାତ୍ରାରେ ଆମିଷ,ଅଧିକ ମସଲା ଖାଦ୍ୟ, ଆଇସକ୍ରିମ, ଥଣ୍ଡା ଖାଦ୍ୟ, ଫ୍ରିଜରେ ରଖାଯାଇଥିବା ଖାଦ୍ୟ ,ଦହି ଆଦି ଖାଆନ୍ତୁ ନାହିଁ। ଏସବୁ ଖାଦ୍ୟ ଖାଇବା ଦ୍ୱାରା ପାଚନ ଜନିତ ସମସ୍ୟା ସୃଷ୍ଟି ହେବା ସହ ଥଣ୍ଡା, କାଶ ଆଦି ସମସ୍ୟା ହେବା ସହ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ହୋଇଥାଏ। ଏହାସହ ଓଜନ ବୃଦ୍ଧି, ବଦହଜମି, ଗ୍ୟାଷ୍ଟ୍ରିକ , ଛାତି ଓ ଗଳାରେ ଜଳାପୋଡା ସହ ହଜମ କ୍ରିୟାରେ କୁପ୍ରଭାବ ପଡିଥାଏ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories