www.samajalive.in
Monday, December 8, 2025
13.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ବରଦାନ ଏହି ଖାଦ୍ୟ

ଶୀତଦିନେ ଖାଦ୍ୟ ପାଇଁ ଅନେକ ଜିନିଷ ମିଳିଥାଏ। ଏହାର ସେବନ କରିବା ଶରୀର ପାଇଁ ବେଶ ଲାଭଦାୟକ। କନ୍ଦମୂଳ ଏପରି ହିଁ ଏକ ଖାଦ୍ୟ। କନ୍ଦମୂଳ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ। ଏଥିରେ ଫାଇବର, ପୋଟାସିୟମ, ଭିଟାମିନ ଓ ଅନ୍ୟ ଆବଶ୍ୟକ ପୋଷକ ତତ୍ତ୍ୱ ରହିଛି। ଯାହା ଶୀତଦିନର ସୁପରଫୁଡ ବୋଲି ମଧ୍ୟ କୁହାଯାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଖାଦ୍ୟରେ କନ୍ଦମୂଳ ସାମିଲ କରିବା ଦ୍ୱାରା ବିିଭିନ୍ନ ରୋଗରୁ ମଧ୍ୟ ଶରୀରକୁ ରକ୍ଷା କରିଥାଏ।
କନ୍ଦମୂଳ ମଧୁମେହ ରୋଗୀଙ୍କ ପାଇଁ ଖୁବ ହିତକାରକ ବୋଲି କୁହାଯାଏ। ୨୦୦୮ରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ କନ୍ଦମୂଳରେ ଥିବା ଉପାଦ।ନ ଟାଇପ-୨ ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରି ରଖିଥାଏ।
ଏହା ହୃଦୟକୁ ମଧ୍ୟ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ।
କନ୍ଦମୂଳରେ ଅଧିକ ମାତ୍ରାରେ ଫାଇବର ରହିଛି। ଯାହା କୋଷ୍ଠକାଠିନ୍ୟକୁ ଦୂର କରିବା ସହ ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏହା କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିବା ସହ କର୍କଟ ଭଳି ମାରାତ୍ମକ ରୋଗର ହେବାର ଆଶଙ୍କା କମ କରିଥାଏ।
କନ୍ଦମୂଳରେ ଭରପୂର ମାତ୍ରାରେ ଭିଟାମିନ ବି୬ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରକୁ ରୋଗରୁ ମୁକ୍ତି ମିଳିଥାଏ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।
କନ୍ଦମୂଳ ଭିଟାମିନ ଡ଼ିର ଏକ ଉତ୍ତମ ସ୍ରୋତ ଅଟେ। ଏହି ଭିଟାମିନ ଦାନ୍ତ , ହାଡ଼ ତ୍ୱଚା ଏବଂ ଶିରାପ୍ରଶିରା ପାଇଁ ଖୁବ ଆବଶ୍ୟକ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories