ପଣସକୁ ଉଭୟ ତରକାରୀ ଓ ଫଳ ଭାବେ ଖିଆଯାଏ। କଞ୍ଚା ଥିବା ଅବସ୍ଥାରେ ପଣସକୁ ତରକାରୀ ଭାବେ ପ୍ରସ୍ତୁତ କରାଯାଏ। ପାଚିବା ପରେ ତାହାକୁ ଫଳ ଭାବେ ଖିଆଯାଏ। ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ ଏ, ସି, ପୋଟାସିୟମ, କ୍ୟାଲସିୟମ ରହିଛି।
ମସଲା ବ୍ୟବହାର କରି ହୋଇଥିବା ଏହାର ବ୍ୟଞ୍ଜନକୁ ଖାଇବାକୁ ସଭିଁଙ୍କୁ ବେଶ ପସନ୍ଦ। ମାତ୍ର ଆପଣ ହୁଏତ ଜାଣି ନଥିବେ ପଣସ ଖାଇବା ପରେ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ।
ପଣସ ତରକାରୀ ଖାଇବା ପରେ ଅମୃତଭଣ୍ଡା ଖାଇବା ଉଚିତ ନୁହେଁ। ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ହାନିକାରକ ଅଟେ।
ଅମୃତଭଣ୍ଡା ଓ ପଣସକୁ ଏକାଠି ଖାଇବା ଦ୍ୱାରା ଶରୀରର ବିଭିନ୍ନ ସ୍ଥାନରେ ଦାଗ ସୃଷ୍ଟି ହୋଇଥାଏ।
ପଣସ ତରକାରୀ ଖାଇବା ପରେ ଭେଣ୍ଡି ମଧ୍ୟ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ପେଟ ଯନ୍ତ୍ରଣା, କୋଷ୍ଠକାଠିନ୍ୟ, ବଦହଜମି ସମସ୍ୟା ସୃଷ୍ଟି ହୋଇଥାଏ।
ପଣସ ଓ କ୍ଷୀର ଏକାଠି ଖାଇବା ଦ୍ୱାରା ମୁହଁରେ ବିଭିନ୍ନ ପ୍ରକାରର ଧଳା ଦାଗ ସୃଷ୍ଟି ହୋଇଥାଏ।
ଜାଣନ୍ତୁ ପଣସ ଖାଇବା ପରେ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ
Popular Categories



