www.samajalive.in
Saturday, December 6, 2025
14.1 C
Bhubaneswar

ପାଣିରେ ମିଶାଇ ପିଅନ୍ତୁ ଏହି ଜିନିଷ..

ସାଧାରଣ ପାଣିରେ ଭରପୁର ମାତ୍ରାରେ ମିନେରାଲ୍ସ ଓ ପୋଷକ ତତ୍ତ୍ୱ ରହିଛି। ପ୍ରାକୃତିକ ରୂପରେ ଶରୀରର ଅନେକ ଅଭାବ ଦୂର କରିଥାଏ। ସେହିପରି ଦୂଷିତ ପାଣି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ତେବେ ଜାଣନ୍ତୁ ପାଣିରେ କେଉଁ ଜିନିଷ ମିଶାଇ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ବିଶେଷ କରି ଖରାଦିନେ ପାଣିରେ କେଉଁ ଜିନିଷ ମିଶାଇ ପିଇବା ଉଚିତ୍‌‌।
ଏକ ବୋତଲରେ ପାଣି ଭର୍ତ୍ତି କରି ରଖନ୍ତୁ। ଏଥିରେ କିଛି କାକୁଡି ଖଣ୍ଡ ଓ ପୁଦିନାପତ୍ର ପକାଇ ରଖନ୍ତୁ। ଦିନ ଯାକ ଏହାର ସେବନ କରନ୍ତୁ। ଏହା ଶରୀରର ଜଳୀୟ ଅଂଶର ଅଭାବ ଦୂର କରିଥାଏ। ହାଲିଆ ଅନୁଭବ ହୋଇନଥାଏ।
ଖରାଦିନେ ଲେମ୍ବୁ ପାଣିର ସେବନ ନିଶ୍ଚୟ କରନ୍ତୁ। ଏହାସହ ପାଣିରେ ଲୁଣ ବଦଳରେ ଲେମ୍ବୁ ମିଶାଇ ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଯେଉଁ ମାନଙ୍କୁ ଲୁଣ କମ ମାତ୍ରାରେ ସେବନ କରିବାକୁ ପରାଶର୍ମ ଦିଆଯାଏ ସେମାନେ ଲେମ୍ବୁ ରସ ମିଶ୍ରିତ ପାଣି ପିଇବା ଦ୍ୱାରା ଶରୀରରେ ଜଳୀୟ ଅଂଶ ସଠିକ ଭାବେ ରହିବା ସହ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।
ଏକ ଗ୍ଲାସରେ ଏକ ଚାମଚ ପାନମଧୁରୀ ମିଶାଇ ଏହି ପାଣିର ସେବନ କରନ୍ତୁ। ଏହା ଗ୍ୟାଷ୍ଟ୍ରିକ ସହ ପେଟ ଜନିତ ଅନେକ ସମସ୍ୟା ଦୂର କରିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories