www.samajalive.in
Saturday, December 6, 2025
16.1 C
Bhubaneswar

ଦାକ୍ଷିଣାତ୍ୟ ରାଜ୍ୟର କରୋନା ସ୍ଥିତି ସଂପର୍କରେ ସମୀକ୍ଷା କରିବେ ସ୍ବାସ୍ଥ୍ୟ ମନ୍ତ୍ରୀ ମାଣ୍ଡଭ୍ୟ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ​ତେବେ ଦୈନିକ ସଂକ୍ରମଣ ଅଢେଇ ଲକ୍ଷରୁ ଅଧିକ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଶୁକ୍ରବାର ଦାକ୍ଷିଣାତ୍ୟ ରାଜ୍ୟର କରୋନା ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ସମୀକ୍ଷା କରିବେ। ସେ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, କେରଳ, ତେଲଙ୍ଗାନା, ଲାକ୍ଷାଦ୍ବୀପ, ତାମିଲନାଡୁ, ପୁଡୁଚେରୀ ଏବଂ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ କୋଭିଡ ସ୍ଥିତି ସଂପର୍କରେ  ସମୀକ୍ଷା କରିବେ। କୋଭିଡ ମୁକାବିଲା ନେଇ ପ୍ରସ୍ତୁତି, ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ,  ଟିକାକରଣ ଆଦି ବିଭିନ୍ନ ପ୍ରସଙ୍ଗରେ ଏହି ଆଭାସୀ ବୈଠକରେ ଆଲୋଚନା ହେବ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories