www.samajalive.in
Monday, December 8, 2025
24.1 C
Bhubaneswar

ପ୍ରତିଷେଧକ ୱେବ୍‍ ପୋର୍ଟାଲ୍‍ ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ

ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ଆଇସିଏମଆର’ର ପ୍ରତିଷେଧକ ୱେବ୍‍ ପୋର୍ଟାଲ୍‍ ଓ କୋବିଡ୍‍ ନାଇଣ୍ଟିନ୍‍ ପାଇଁ ନ୍ୟାସନାଲ୍‍ କ୍ଲିନିକାଲ୍‍ ରେଜିଷ୍ଟ୍ରିକୁ ଶୁଭାରମ୍ଭ କରିଛନ୍ତି। ଏହି ୱେବପୋର୍ଟାଲ୍‍ କୋଭିଡ-୧୯ ପ୍ରତିଷେଧକର ବିକାଶ ସମ୍ବନ୍ଧରେ ଦେଶ ଓ ବିଦେଶକୁ ତଥ୍ୟ ଯୋଗାଇବ। ଏହା ବ୍ୟତୀତ ନ୍ୟାସନାଲ୍‍ କୋବିଡ୍‍ ନାଇଣ୍ଟିନ୍‍ କ୍ଲିନିକାଲ୍‍ ରେଜିଷ୍ଟ୍ରି ନମୁନା ପରୀକ୍ଷା, ରୋଗୀମାନଙ୍କର ଚିକିତ୍ସା ଓ କରୋନା ସମ୍ବନ୍ଧୀୟ ଅନ୍ୟାନ୍ୟ ବିଷୟରେ ତଥ୍ୟ ସଂଗ୍ରହ କରି ରଖିବ। ଏହି ଅବସରରେ ହର୍ଷବର୍ଦ୍ଧନ କହିଛନ୍ତି, କରୋନା ପ୍ରତିଷେଧକ ବିଷୟରେ ଜାଣିବାକୁ ଲୋକମାନେ ବ୍ୟଗ୍ରତାର ସହ ଅପେକ୍ଷା କରି ରହିଛନ୍ତି। ସେ କହିଛନ୍ତି ପ୍ରତିଷେଧକର ବିକାଶ ସମ୍ବନ୍ଧରେ ସମସ୍ତ ତଥ୍ୟ ଅତ୍ୟନ୍ତ ସରଳ ଓ ସ୍ୱଚ୍ଛ ଉପାୟରେ ଯୋଗାଇ ଦିଆଯିବ।

ଆମର ଦୈନନ୍ଦିନ ଜୀବନରେ ଉପଯୁକ୍ତ ପୁଷ୍ଟି ଓ ଶାରୀରିକ ପରିଶ୍ରମର ଆବଶ୍ୟକତା ବିଷୟରେ ମନ୍ତ୍ରୀ କହିଛନ୍ତି, ଅସନ୍ତୁଳନ ଖାଦ୍ୟ ଯୋଗୁଁ ଜନସାଧାରଣ ବିଶେଷକରି ଯୁବକ ଯୁବତୀମାନଙ୍କର ସ୍ୱାସ୍ଥ୍ୟ ପ୍ରତି ବିପଦ ଦେଖାଦେଉଛି। ଇଟ୍‍ ରାଇଟ୍‍ ମୁଭମେଣ୍ଟ, ଫିଟ୍‍ ଇଣ୍ଡିଆ ମୁଭମେଣ୍ଟ ଓ ପୋଷଣ ଅଭିଯାନ ଭଳି ସରକାର ନେଇଥିବା ସ୍ୱାସ୍ଥ୍ୟକ୍ଷେତ୍ରର ବିଭିନ୍ନ ଯୋଜନା ବିଷୟରେ ହର୍ଷବର୍ଦ୍ଧନ କହିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories