www.samajalive.in
Friday, December 5, 2025
27.1 C
Bhubaneswar

ଖାଲି ପେଟରେ ଏହାର ସେବନ ହୋଇଥାଏ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ

ସବୁବେଳେ ଆମେ ଶୁଣିଥାଉ ଯେ, ସକାଳୁ ଉଠି କିଛି କାର୍ଯ୍ୟ କରିବା ଦ୍ବାରା ଶରୀର ସୁସ୍ଥ ରହିଥାଏ। ଏହା ଶରୀରକୁ ଶକ୍ତି ମଧ୍ୟ ଯୋଗାଇଥାଏ। ସକାଳୁ ଉଠି ଖାଲି ପେଟରେ ପାଣି ପିଇବା ଦ୍ବାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ। ଏହା ଓଜନ ମଧ୍ୟ ନିୟନ୍ତ୍ରଣ କରିଥାଏ। କିନ୍ତୁ ସକାଳୁ ଖାଲି ପେଟରେ ଏପରି କିଛି କାର୍ଯ୍ୟ କରନ୍ତୁ ନାହିଁ ଯାହା ଶରୀରକୁ କ୍ଷତି ପହଞ୍ଚାଇଥାଏ। ଆସନ୍ତୁ ଜାଣିବା ସେହି ସମ୍ପର୍କରେ ..

ବ୍ୟାୟାମ :

- Advertisement -

ସକାଳୁ ଉଠି ବ୍ୟାୟାମ କରିବା ଦ୍ବାରା ଓଜନ ହ୍ରାସ ହୋଇଥାଏ। ଏହା ଶରୀର ପାଇଁ ଲାଭଦାୟକ ମଧ୍ୟ ଅଟେ। କିନ୍ତୁ ସମ୍ପୁର୍ଣ୍ଣ ଖାଲି ପେଟରେ ବ୍ୟାୟାମ କରିବା ଅନୁଚିତ। ତେଣୁ ହାଲୁକା ଖାଦ୍ୟ ଖାଇ ବ୍ୟାୟାମ କରନ୍ତୁ। ଆପଣ ବ୍ୟାୟାମ କରିବା ଦ୍ବାରା ଶରୀରରେ ଥିବା ଗ୍ଲାଇକୋଜନ ବ୍ୟବହାର ହୋଇଥାଏ। ସେହି ଗ୍ଲାଇକୋଜନ ଖାଦ୍ୟରୁ ମିଳିଥାଏ। ସଠିକ ଭାବେ ଖାଦ୍ୟ ନ ଖାଇବା ଦ୍ବାରା ଶରୀରରେ ଗ୍ଲାଇକୋଜନର ଅଭାବ ଦେଖା ଦେଇଥାଏ। ଏହାର ଅଭାବରେ ଶରୀରରେ ଫ୍ୟାଟ ବୃଦ୍ଧି ପାଇଥାଏ।

ଦୂର ସ୍ଥାନକୁ ଯାତ୍ରା :

ଯଦି ଆପଣ ଭୋଜନ ନ କରି କୌଣସି ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି ତେବେ ଶରୀରକୁ ଅନେକ କ୍ଷତି ହୋଇଥାଏ। ଗ୍ୟାସ ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।

ମସଲା ଯୁକ୍ତ ଖାଦ୍ୟର ସେବନ :

ସକାଳୁ ଖାଲି ପେଟରେ ମସଲା ଯୁକ୍ତ ଖାଦ୍ୟ ଖାଇବା ଅନୁଚିତ। ଖାଲି ପେଟରେ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଏସିଡ ହୋଇଯାଏ। ଏହାଦ୍ବାରା ବାନ୍ତି ମଧ୍ୟ ହୋଇଥାଏ।

ଚା :

ଅନେକ ଲୋକଙ୍କର ଅଭ୍ୟାସ ଅଛି ଯେ, ସକାଳୁ ଉଠି ଚା ପିଇବା। କିନ୍ତୁ ସକାଳୁ ଉଠି ଚା ପିଇବା ଦ୍ବାରା ଗ୍ୟାଷ୍ଟିକ ଏସିଡର ଉତ୍ପାଦନ କମ ହୋଇଥାଏ। ଯାହା ଫଳରେ ପେଟରେ ଥିବା ଏସିଡ କମ ହୋଇଯାଏ।

 

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories