www.samajalive.in
Sunday, December 14, 2025
26.1 C
Bhubaneswar

ମୁହଁକୁ ସୁନ୍ଦର ଓ ଉଜ୍ଜଳ କରିବାର ଘରୋଇ ଉପାୟ

ମୁହଁର ସୁନ୍ଦରତା ପାଇଁ ଆମେ ବିଭିନ୍ନ କ୍ରିମ ବ୍ୟବହାର କରିଥାଉ। ବଜାରରୁ ଆଣୁଥିବା କ୍ରିମରେ ବହୁ କେମିକାଲ ମିଶିଥାଏ। ମାତ୍ର ଘରେ କିଛି ଦ୍ରବ୍ୟକୁ ବ୍ୟବହାର କରି ଆମେ ମୁହଁକୁ ସୁନ୍ଦର,ଏହାର ଦାଗକୁ ଦୂର କରିବା ସହ ଉଜ୍ଜଳ ମଧ୍ୟ କରିପାରିବା। ଜାଣନ୍ତୁ ସେହି ଘରୋଇ ଦ୍ରବ୍ୟ ବିଷୟରେ…………….
ଟମାଟୋ ଓ କ୍ଷୀର
ପ୍ରଥମେ ଟମାଟୋକୁ ପେଷି (ଗ୍ରାଇଣ୍ଡିଙ୍ଗ୍‍ )ଦିଅନ୍ତୁ। ଏହା ପରେ ଏହାକୁ ଏକ ସୂତା କପଡ଼ା ସାହାଯ୍ୟରେ ଛାଣିକି ଏକ ପାତ୍ରରେ ରଖନ୍ତୁ। ଏବେ ଯେତିକି ପରିମାଣରେ ଟମାଟୋରୁ ରସ ବାହାରିଛି ସେତିକି ପରିମାଣରେ ଏକ ପାତ୍ରରେ କଞ୍ଚା କ୍ଷୀର ନିଅନ୍ତୁ। ଏବେ ଆଉ ଏକ ପାତ୍ର ନେଇ ଟମାଟୋ ରସ ଓ କ୍ଷୀରକୁ ଭଲ ଭାବେ ଫେଣ୍ଟନ୍ତୁ। ଭଲ ଭାବେ ଫେଣ୍ଟି ଏହାକୁ ଏକ ମିଶ୍ରଣ ଭଳି ପ୍ରସ୍ତୁତ କରନ୍ତୁ।

- Advertisement -

ଏହାକୁ ରାତିରେ ଶୋଇବା ସମୟରେ ମୁହଁରେ ଲଗାନ୍ତୁ । ଲଗାଇବା ବେଳେ ଭଲ ଭାବେ ମୁହଁରେ ଘଷନ୍ତୁ। ସକାଳେ ଉଠିବା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହାକୁ ଥରେ ପ୍ରସ୍ତୁତ କରି ଫ୍ରିଜରେ ରଖି ୭ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ। ଏହାକୁ ଲଗାଇଲେ ମୁହଁରେ ଥିବା ଦାଗ ମଧ୍ୟ ଭଲ ହୋଇଥାଏ। ନିୟମିତ ୧ମାସ ବ୍ୟବହାର କଲେ ନିଜେ ଅନୁଭବ କରିପାରିବେ ଏହାର ଚତ୍ମକାରିତା।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories