କେବଳ ଏକ ମାସ ପର୍ଯ୍ୟନ୍ତ ସେବନ କରନ୍ତୁ ଏହି ୩ଟି ଜିନିଷ ; ହୋଇଯିବେ ସ୍ବାସ୍ଥ୍ୟବାନ ଜୀବନଚର୍ଯ୍ୟାନିଉଜ ଆଲର୍ଟସ୍ଵାସ୍ଥ୍ୟ By Samaja Digital Last updated Jul 7, 2018 0 Share ଆଜିର ଦୁନିଆରେ ବହୁତ ଏମିତି ଲୋକ ଅଛନ୍ତି, ଯେଉଁମାନେ ଭୁଲ ଖାଦ୍ୟପେୟ କାରଣରୁ ଏବଂ ଖରାପ ଅଭ୍ୟାସ ଯୋଗୁଁ ଶରୀର ପତଳା ଏବଂ ଦୁର୍ବଳତାର ଶିକାର ହେଇଥାନ୍ତି। ସେମାନେ ନିଜ ଶରୀରର ଓଜନ ବଢାଇବା ପାଇଁ ବହୁତ ପ୍ରକାରର ଉପାୟ ଆପଣାଇଥାନ୍ତି, କିନ୍ତୁ ସେମାନଙ୍କୁ କିଛି ଖାସ ଲାଭ ମିଳିନଥାଏ । ବହୁତ ଲୋକ ନିଜ ଶରୀରର ଓଜନ ବଢାଇବା ପାଇଁ ପ୍ରୋଟିନ ପାଉଡର ଏବଂ ବହୁ ପ୍ରକାରର ଔଷଧ ସେବନ କରନ୍ତି । ଯେଉଁଥିରେ ସେମାନଙ୍କୁ ବହୁତ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ପୁଣି ସେ ସବୁର ସେବନ ଦ୍ୱାରା ଅନେକ ପ୍ରତିକ୍ରିୟାର ସମ୍ଭାବନା ଅଛି । ଶରୀରକୁ ଶକ୍ତିଶାଳୀ କରିବା ପାଇଁ ଯେତିକି ବ୍ୟୟାମର ଆଵଶ୍ୟକତା ପଡେ ସେତିକି ପୌଷ୍ଟିକ ଖାଦ୍ୟର ଆବଶ୍ୟକତା ପଡେ । ଯଦି ଆପଣଙ୍କୁ ଆପଣଙ୍କ ଶରୀରକୁ ସୁନ୍ଦର,ଶକ୍ତିଶାଳୀ ଓ ସ୍ବାସ୍ଥ୍ୟବାନ କରିବାର ଅଛି ତେବେ ପ୍ରତିଦିନ ବ୍ୟୟାମ କରନ୍ତୁ ଏବଂ ଏହି ୩ଟି ଜିନିଷର ସେବନ କରନ୍ତୁ । କଦଳୀ ଓ କ୍ଷୀର କଦଳୀ ଓ କ୍ଷୀରରେ ଭରପୂର ମାତ୍ରାରେ ଭିଟାମିନ, କ୍ୟାଲସିୟମ, ଆଇରନ, ଜିଙ୍କ, ଫାଇବର, ପ୍ରୋଟିନ ସହିତ ବହୁ ଅନ୍ୟ ତତ୍ୱ ମହଜୁଦ ଥାଏ । ପ୍ରତିଦିନ ସକାଳୁ ବ୍ରେକଫାଷ୍ଟ ପରେ ୨ଟି କଦଳୀ ଖାଇ ୧୦ ମିନିଟ ପରେ ଏକ ଗ୍ଲାସ କ୍ଷୀର ପିଅନ୍ତୁ । Related Posts ବରଗଡ଼଼ ଧନୁଯାତ୍ରା ସମଗ୍ର ଓଡ଼ିଶାର ସ୍ୱାଭିମାନ… Jan 12, 2025 ବରଗଡ଼଼ ଓ ସମ୍ବଲପୁରରେ ବି ଅଭିଯୋଗ ଶୁଣିବେ… Jan 12, 2025 ଚଣା ବା ସୋଲା ବତୁରା ବା ଭେଦା ଯାଇଥିବା ଚଣା ବା ସୋଲା ଶରୀରକୁ ଶକ୍ତିଶାଳୀ ବନାଇବାରେ ସବୁଠାରୁ ଉତ୍ତମ ଓ ଶସ୍ତା ଜିନଷ ଅଟେ । କାରଣ ଚଣା ରେ ଭରପୂର ମାତ୍ରାରେ ପ୍ରୋଟିନ, ଭିଟାମିନ, କ୍ୟାଲସିୟମ ଏବଂ ଅନ୍ୟ ତତ୍ୱ ମହଜୁଦ ରହିଥାଏ । ଯାହା କ୍ଷୀର ଏବଂ ବାଦାମଠୁ ବି ଅଧିକ ହୋଇଥାଏ । ଏଥିପାଇଁ ଆପଣଙ୍କୁ ପ୍ରତିଦିନ ବତୁରା ଯାଇଥିବା ଚଣାର ସେବନ ନିହାତି କରିବା ଆବଶ୍ୟକ । ମୁଗ ବୋଧହୁଏ ଆପଣଙ୍କୁ ଜଣାନଥିବ କି ମୁଗରେ ସେ ସବୁ ତତ୍ୱ ମହଜୁଦ ଥାଏ ଯାହା ଶରୀରକୁ ଶକ୍ତିଶାଳୀ ଓ ବଳଶାଳୀ କରିବା ପାଇଁ ଜରୁରୀ ହୋଇଥାଏ । ଏଥିପାଇଁ ଆପଣଙ୍କୁ ପ୍ରତିଦିନ ବତୁରା ଚଣା ସହ ବତୁରାମୁଗର ମଧ୍ୟ ସେବନ କରିବା ଆବଶ୍ୟକ । 0 Share FacebookTwitterWhatsApp