www.samajalive.in
Saturday, December 6, 2025
26.1 C
Bhubaneswar

୧୫୦ ମେଡିକାଲ ଛାତ୍ରଙ୍କୁ ରାଗିଂ: ଲଣ୍ଡା ହୋଇ ବୁଲିବା ସହ ସାଲ୍ୟୁଟ ମାରିବାକୁ ବାଧ୍ୟ କଲେ

ସୈଫାଇ : ତ୍ତରପ୍ରଦେଶର ସୈଫାଇଠାରେ ୧୫୦ ଜଣ ମେଡିକାଲ ଛାତ୍ରଙ୍କୁ ଅକଥନୀୟ ରାଗିଂ କରାଯାଇଛି। ଲଣ୍ଡା ହୋଇ ବୁଲିବା ସହିତ ବରିଷ୍ଠ ଛାତ୍ରମାନଙ୍କ ସମ୍ମୁଖରେ ନଇଁ ସଲ୍ୟୁଟ ମାରିବାକୁ ୟୁନିଭର୍ସିଟି ଅଫ ମେଡିକାଲ ସାଇନ୍ସର ସମ୍ପୃକ୍ତ ଛାତ୍ରମାନଙ୍କୁ ଉପରିସ୍ଥ ଛାତ୍ରମାନେ ବାଧ୍ୟ କରିଛନ୍ତି। ଏ ସମ୍ବନ୍ଧୀୟ ଏକ ଭିଡିଓ ଭାଏରାଲ ହେବା ପରେ ବିଶ୍ବବିଦ୍ୟାଳୟ ଘଟଣାଟିକୁ ବିଚାରକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଏନଡିଟିଭିର ରିପୋର୍ଟ ଅନୁସାରେ ବିଶ୍ବବିଦ୍ୟାଳୟର କୂଳପତି ଡକ୍ଟର ରାଜକୁମାର କହିଛନ୍ତି ଶିକ୍ଷାନୁଷ୍ଠାନ ପକ୍ଷରୁ ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରାଯାଇ ଘଟଣାର ଯାଞ୍ଚ କରାଯିବ ଏବଂ ଦୋଷୀ ଛାତ୍ରଙ୍କୁ ନିଲମ୍ବିତ କରାଯିବ। ଭାଏରାଲ ହୋଇଥିବା ଭିଡିଓଟିରେ ସମ୍ପୃକ୍ତ ମେଡିକାଲ ଛାତ୍ରମାନେ ଧଳା କୁର୍ତ୍ତା ଓ ପାଇଜାମା ପିନ୍ଧି ଥିବା ଦେଖିବାକୁ ମିଳୁଛି। ସମସ୍ତେ ଲଣ୍ଡା ହୋଇ ଧାଡିବାନ୍ଧି ଚାଲୁଛନ୍ତି। ଅନ୍ୟଏକ ଭିଡିଓରେ ସମ୍ପୃକ୍ତ ଛାତ୍ରମାନେ ନଇଁପଡି କିଛି ଉପରିସ୍ଥ ଛାତ୍ରଙ୍କୁ ସାଲ୍ୟୁଟ କରୁଥିବା ଦେଖିବାକୁ ମିଳୁଛି। ତୃତୀୟ ଭିଡିଓରେ ଜଣେ ସୁରକ୍ଷାକର୍ମୀ ସମ୍ପୃକ୍ତ ଛାତ୍ରମାନଙ୍କ ନିକଟରେ ଛିଡା ହୋଇଛନ୍ତି। କିନ୍ତୁ ରାଗିଂ କରୁଥିବା ଛାତ୍ରମାନଙ୍କ ବିରୋଧରେ ସେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁଳପତି କହିଛନ୍ତି। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ଓ ଅଖିଳେଶ ସିଂହ ଯାଦବଙ୍କ ନିଜ ଗ୍ରାମ ସୈଫାଇସ୍ଥିତ ମେଡିକାଲ କଲେଜରେ ଏଭଳି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories