www.samajalive.in
Saturday, December 6, 2025
16.1 C
Bhubaneswar

ଏନ୍‌ଡି ଟିଭି ମୁଖ୍ୟ ପ୍ରଣୟ ରୟ ଓ ପତ୍ନୀଙ୍କ ବିରୋଧରେ ସିବିଆଇ ମାମଲା

ନୂଆଦିଲ୍ଲୀ : ବରିଷ୍ଠ ସାମ୍ବାଦିକ ତଥା ଏନ୍‌ ଡିଭି ମୁଖ୍ୟ ପ୍ରଣୟ ରୟ ଓ ତାଙ୍କ ପତ୍ନୀ ରାଧିକାଙ୍କ ବିରୋଧରେ ସିବିଆଇ ବୁଧବାର ମାମଲା ରୁଜୁ କରିଛି। ସେମାନେ ବୈଦେଶିକ ପୁଞ୍ଜି ବିନିଯୋଗ (ଏଫ୍‌ଡିଆଇ) ଆଇନର ଉଲଙ୍ଘନ କରିଥିବା ଅଭିଯୋଗକ୍ରମେ ଏହି ମାମଲା ରୁଜୁ ହୋଇଛି। ଏହି ମାମଲାରେ ଏନ୍‌ଡି ଟିଭିରେ ପୁଞ୍ଜି ନିବେଶ କରିଥିବା ଆଉ କିଛି ବ୍ୟକ୍ତି ଓ ଆୟକର ବିଭାଗର କିଛି ଅଧିକାରୀଙ୍କ ନାମ ରହିଛି।

ଅଭିଯୋଗ ଅନୁସାରେ ଏହି ଇଲେକ୍‌ଟ୍ରୋନିକ ଖବର ପ୍ରସାରଣ ସଂସ୍ଥା ଭିନ୍ନ ନାମରେ ୧୫୦ ନିୟୁତ ଡଲାରର ବୈଦେଶିକ ପାଣ୍ଠି ସଂଗ୍ରହ କରିଛି। ଆମେରିକାର ଜେନେରାଲ ଇଲେକ୍‌ଟ୍ରିକ୍‌ ମାଲିକାନାରେ ଥିବା ଏନ୍‌ବିସିୟୁ ସଂସ୍ଥା ମାଧ୍ୟମରେ ଏହି ଅର୍ଥ ସଂଗ୍ରହ ହୋଇଛି। ଏନ୍‌ଡି ଟିଭି ଟିକସ ଫାଙ୍କିବା ଓ ବିଦେଶୀ ପୁଞ୍ଜି ବିନିଯୋଗ ପାଇଁ ବ୍ରିଟେନ୍‌, ହଳାଣ୍ଡ, ଦୁବାଇ, ମାଲେସିଆ ଓ ମରିସସ୍‌ ଭଳି ବିଭିନ୍ନ ଦେଶ​‌େ​‌ର ୩୨ଟି ବେନାମୀ ସଂଗଠନ ଚଳାଇଛି। ଏନ୍‌ଡି ଟିଭିର ପୂର୍ବତନ ସିଇଓ ବିକ୍ରମାଦିତ୍ୟ ଚନ୍ଦ୍ରାଙ୍କ ଶାମ୍‌ ଟ୍ରାଞ୍ଜାକ୍‌ସନ୍ସ ମାଧ୍ୟମରେ ଏହା ବିପୁଳ ବିଦେଶୀ ପାଣ୍ଠି ଭାରତକୁ ଆଣିଛି। ଏହି ପରିପ୍ରେକ୍ଷୀରେ ବିକ୍ରମାଦିତ୍ୟଙ୍କ ବିରୋଧରେ ଠକେଇ, ଦୁର୍ନୀତି ଆଦି ଅଭିଯୋଗକ୍ରମେ ଆପରାଧିକ ମାମଲା ରୁଜୁ କରାଯାଇଛି। ଏଥିସହିତ ବୁଧବାର ସିବିଆଇ ବିକ୍ରମଙ୍କ ଘରେ ମଧ୍ୟ ଚଢ଼ଉ କରିଛି। ଅପରପକ୍ଷରେ ଏନ୍‌ଡି ଟିଭି ପକ୍ଷରୁ କୁହାଯାଇଛି ଯେ ସିବିଆଇ ମାମଲା ଉଦ୍ଧେଶ୍ୟ ପ୍ରଣୋଦିତ। ବାରମ୍ବାର ତଦନ୍ତ ସତ୍ତ୍ବେ ସିବିଆଇ ଅଭିଯୋଗ ଉପରେ କୌଣସି ତଥ୍ୟପ୍ରମାଣ ଉପସ୍ଥାପନ କରିବାରେ ସମର୍ଥ ହୋଇ ନାହିଁ। ଅନେକ ଥର ତଦନ୍ତକୁ ବନ୍ଦ ମଧ୍ୟ କରାଯାଇଛି। ଏହା ଗଣମାଧ୍ୟମର କଣ୍ଠରୋଧ କରିବା ଉଦ୍ୟମ ବୋଲି ଏନ୍‌ଡି ଟିଭି ପକ୍ଷରୁ କୁହାଯାଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories