www.samajalive.in
Sunday, December 7, 2025
14.1 C
Bhubaneswar

ଗୁରୁବାର ରାଶିଫଳ

ମେଷ: ରୋଜଗାର ଊଣା ହେବ ନାହିଁ। ଉତ୍ତମ ଭୋଜନରେ ଅପ୍ୟାୟିତ ହେବେ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍‌ ହୋଇପାରନ୍ତି। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ଘାତଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ।

ବୃଷ: ବିଭିନ୍ନ ଦିଗରୁ ସତ୍‌ପ୍ରେରଣା ମିଳିବ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ପୁଣ୍ୟ କାର୍ଯ୍ୟରେ ନିୟୋଜିତ ହେବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ମିଷ୍ଟ ଭାଷାରେ ଲୋକପ୍ରିୟ ହେବେ।

- Advertisement -

ମିଥୁନ: ବ୍ୟବସାୟ ଲାଭଜନକ ହେବ। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ମନ ପ୍ରସନ୍ନ ରହିବ। ବିଳାସ-ବ୍ୟସନ କରିପାରନ୍ତି। ବନ୍ଧୁ ଦର୍ଶନ ପାଇ ଉତ୍‌ଫୁଲ୍ଲିତ ହେବେ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ଚଞ୍ଚଳ ଚେଷ୍ଟିତ ହେବେ।

କର୍କଟ: ଆବଶ୍ୟକ ହେଉଥିବା ସହାୟତା ମିଳିପାରେ। କର୍ମ ଚଞ୍ଚଳ ରହିବେ। ମନରେ ପ୍ରସନ୍ନତା ଆସିବ। କର୍ମତତ୍ପରତା ପ୍ରକାଶ ପାଇବ। ଜନସାଧାରଣଙ୍କ ଆଶୀର୍ବାଦର ପାତ୍ର ହେବେ। ଯଶସ୍ବୀ ହୋଇପାରନ୍ତି। ପ୍ରୀତି ଭୋଜନ ମିଳିପାରେ।

ସିଂହ: ଯାତ୍ରାଦିରେ ସଫଳତା ମିଳିବ। ସତ୍‌ସଙ୍ଗୀ ହେବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ଉଦ୍ୟୋଗୀ ହେବେ। ତୀର୍ଥଯାତ୍ରା କିମ୍ବା ପର୍ଯ୍ୟଟନର ସୁଯୋଗ ମିଳିବ। ସୁସ୍ଥ ଓ ନିରାମୟ ରହିବେ। ଜନୈକା ମହିଳା ସାହାଯ୍ୟ କରିବେ।

କନ୍ୟା: ଆବଶ୍ୟକ କରୁଥିବା ମୂଲ୍ୟବାନ୍‌ ଦ୍ରବ୍ୟର ସନ୍ଧାନ ପାଇପାରନ୍ତି। ଶାରୀରିକ ପୀଡ଼ା ଅନୁଭବ କରିବେ। କାର୍ଯ୍ୟ ପରିଚାଳନା ପାଇଁ ଚିନ୍ତା ବୃଦ୍ଧି ହୋଇପାରେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଜଳଯାତ୍ରା ଓ ଉଚ୍ଚସ୍ଥାନ ଆରୋହଣ ମନା।

ତୁଳା: କର୍ମକ୍ଷେତ୍ରରେ ଧର୍ମପତ୍ନୀଙ୍କ ସହାୟତା ମିଳିବ। କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସରକାରୀ ଓ ବେସରକାରୀ ମାନ୍ୟତା ମିଳିବ। ସର୍ବଶୁଭ ହେବ।

ବିଛା: ଇଚ୍ଛା କରୁଥିବା ସାହାଯ୍ୟ ମିଳିବ। ଶତ୍ରୁ ଉପରେ ସତର୍କ ଦୃଷ୍ଟି ରଖିପାରନ୍ତି। ଆଶା ଫଳବତୀ ହେବ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହୋଇପାରନ୍ତି। ସୌଭାଗ୍ୟ ଉଦୟ ହେବାର ସୂଚନା ମିଳୁଛି। ବିତ୍ତବାନ୍‍ ହୋଇପାରନ୍ତି। ଶତ୍ରୁ ଦମନ କରିବେ।

ଧନୁ: ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଚାଟୁବାକ୍ୟ ପ୍ରୟୋଗ ଦ୍ୱାରା ଅଧସ୍ତନଙ୍କୁ ଖୁସି କରାଇ ପାରନ୍ତି। କାର୍ଯ୍ୟ ବିଳମ୍ବିତ ହୋଇପାରେ। ପୁତ୍ର ସୁଖରେ ସୁଖୀ ହେବେ। ଧର୍ମାସକ୍ତ ଓ ମତିମାନ୍‍ ହେବେ। ମିତ୍ର ହେତୁକ ସୁଖ ଭୋଗ କରିବେ।

ମକର: ନୂତନ କର୍ମ ସଂସ୍ଥାନରେ ଯୋଗ ଦେବାର ଆଶା ଅଛି। ସୁଗୁଣ ସମ୍ପନ୍ନ ହେବେ। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। ସତ୍ୟବାଦୀ ହେବେ। ଉତ୍ତମା ପତ୍ନୀଙ୍କ ସାହଚର୍ଯ୍ୟ ମିଳିବ। ସୁବର୍ଣ୍ଣ ସମ୍ପଦଯୁକ୍ତ ହେବେ। ପୁତ୍ର ସୁଖ ମିଳିବ।

କୁମ୍ଭ: ପୈତୃକ ସମ୍ପତ୍ତିି ବିବାଦର ସୁ-ସମାଧାନ ହେବ। ଦୃଢ଼ ମନୋବାଳ ନେଇ କାର୍ଯ୍ୟରେ ଆଗକୁ ବଢ଼ିବେ। ଭ୍ରମଣ ଯୋଗ ଅଛି। କର୍ତ୍ତବ୍ୟ ପରାୟଣ ହେବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଧାର୍ମିକ ପ୍ରବୃତ୍ତିର ହେବେ। ବନ୍ଧୁ ପ୍ରେମୀ ହୋଇପାରନ୍ତି।

ମୀନ: ମନରେ ଉଦ୍‍ବେଗ ଜାତ ହୋଇପାରେ। ନିର୍ଲୋଭୀ ହୋଇପାରନ୍ତି। କୌଣସି ପରିସ୍ଥିତିରେ ନୀତିରୁ ବିଚ୍ୟୁତି ହେବେ ନାହିଁ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଚଞ୍ଚଳମନା ହେବେ। କୀର୍ତ୍ତିମାନ୍‍ ଓ ସୌଭାଗ୍ୟଶାଳୀ ହେବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories