www.samajalive.in
Monday, December 8, 2025
24.1 C
Bhubaneswar

ହେଡ୍‌ଫୋନ୍ ପିନ୍ଧି ଓଜନ କମାନ୍ତୁ

ଓଜନକୁ କମ୍ ରଖି ସୁସ୍ଥ ଜୀବନ ଅତିବାହିତ କରିବା ପାଇଁ ଅଧିକାଂଶ ଲୋକେ ନିୟମିତ କସରତ କରୁଛନ୍ତି। ଓଜନ ବଢ଼ିଲେ ହିଁ ଶରୀରକୁ ବିଭିନ୍ନ ରୋଗ ଆକ୍ରମଣ କରେ। ଏବେ କିନ୍ତୁ ଆପଣଙ୍କୁ ଆଉ ଜିମ୍ ଯାଇ ଝାଳ ବୁହାଇବାର ଆବଶ୍ୟକତା ନାହିଁ କିମ୍ବା ଯୋଗ, ପ୍ରାଣାୟମ ନ କଲେ ମଧ୍ୟ ଓଜନ କମ୍ ହୋଇପାରିବ। କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ଗବେଷକ ସମୂହ ତିଆରି କରିଥିବା ଉଚ୍ଚକ୍ଷମତାସମ୍ପନ୍ନ ହେଡ୍‌ଫୋନ୍‌୍‌କୁ ଜଣେ ବ୍ୟକ୍ତି ନିୟମିତ ଭାବେ ୩ ମାସ ପିନ୍ଧିଲେ ୭-୧୦ କିଲୋ ଓଜନ କମ୍ ହୋଇପାରିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ପରୀକ୍ଷା ସଫଳ ହେବା ପରେ ଗବେଷକ ଦଳ ଏହି ତଥ୍ୟ ପ୍ରକାଶ କରିଛନ୍ତି। ମିଳିଥିବା ତଥ୍ୟ ଅନୁସାରେ, ଦୁଇଟି ହେଡ୍‌ଫୋନ୍‌‌ରେ ଲାଗିଥିବା ସ୍ପିକର୍‌ରେ ଇଲେକ୍‌ଟ୍ରୋଡ୍ ଖଞ୍ଜାଯାଇଛି। ଏଇ ଇଲେକ୍‌ଟ୍ରୋଡ୍‌ କାନର ପଛ ଭାଗରେ ଥିବା ଭେଷ୍ଟିଭୁଲାର କୋଷିକାରେ ବିଦ୍ୟୁତ୍ ସିଗନାଲ୍ ସଂଚାର କରିବ। ଭେଷ୍ଟିଭୁଲାର କୋଷିକା ମସ୍ତିଷ୍କର ହାଇପୋଥେଲାମସ୍‌ ଭାଗ ସହ ସଂଯୋଗ ଥିବାବେଳେ ଏହା ମନୁଷ୍ୟର ଭୋକକୁ ନିୟନ୍ତ୍ରଣ କରେ। ହେଡ୍‌ଫୋନ୍୍​‌େ​‌ର ଗୀତ ଶୁଣିଲେ ଏହି କୋଷିକା ସକ୍ରିୟ ହୋଇ ଅନ୍ୟ ଏକ ହରମୋନ୍ ସ୍ରାବ କରିଥାଏ, ଯାହାର ନାମ ‘ଲେପ୍ଟିନ୍’। ଏଇ ହରମୋନ୍ କାରଣରୁ ଆମେ କମ୍ ପରିମାଣରେ ଖାଇଥାଉ। ‘ଜର୍ଣ୍ଣାଲ୍ ଆମେରିକାନ୍ ସାଇକୋଲୋଜିଷ୍ଟ’ ପତ୍ରିକାରେ ଏ ସମ୍ପର୍କିତ ତଥ୍ୟ ପ୍ରକାଶିତ ହୋଇଥିଲା। ବିଶେଷଜ୍ଞ ଦଳ ସ୍ପଷ୍ଟ କରିଛନ୍ତି, ଏହି ହେଡ୍‌ଫୋନ୍‌ ବ୍ୟବହାର କଲେ ଶରୀରକୁ କୌଣସି କ୍ଷତି ପହଞ୍ଚି ନ ଥାଏ। ବିଶେଷ ଧରଣର ଏଇ ହେଡ୍‌ଫୋନ୍‌ ଶୁଣିଲେ କାନ ପଛରେ ହାଲ୍‌କା ଅନୁଭବ ହେଉଥିବାର ପ୍ରକାଶ। ୨୦୦ ବ୍ୟକ୍ତିଙ୍କୁ ସାମିଲ କରାଯାଇ ୩ ମାସ ପର୍ଯ୍ୟନ୍ତ ହେଡ୍‌ଫୋନ୍‌‌ ପରୀକ୍ଷା ହୋଇଥିଲା। ସେମାନଙ୍କ ଓଜନ ଅପେକ୍ଷାକୃତ କମ୍ ହୋଇଥିବାର ଅନୁଧ୍ୟାନରୁ ଜଣାପଡ଼ିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ହେଡ୍‌ଫୋନ୍‌ର ବିକ୍ରି ଆରମ୍ଭ ହୋଇପାରେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories