www.samajalive.in
Monday, December 8, 2025
27.1 C
Bhubaneswar

ପାଠ ଶୂନ, ଗଣିତରେ ବିଚକ୍ଷଣ

ହଁ, ସେ ସ୍କୁଲ ମାଟି ମାଡିନାହାନ୍ତି କି ପାଠ ପଢିନାହାନ୍ତି। ତାଙ୍କ ଗଣିତ ଜ୍ଞାନର ଭିଡିଓ କିନ୍ତୁ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୨୦ବର୍ଷୀୟ ଏହି ଯୁବକ ଇରଫାନ ରାଜସ୍ଥାନର ଡୁଡୁରେ ରହନ୍ତି। ପିତାମାତା ଦିନ ମଜୁରିଆ। ତେଣୁ ପାଠ ପଢା ପାଇଁ ଅର୍ଥ ଅଭାବ ହୋଇଥିବା ସ୍ୱାଭାବିକ। ଏହା ବାଦ୍‍ ପିଲାଦିନେ ଇରଫାନଙ୍କ ମୁଣ୍ଡରେ ପାଣି ଜମିଯିବାରୁ ତାଙ୍କର ଅପରେସନ୍‍ ହୋଇଥିଲା। ଏହା ପରଠାରୁ ଗଣିତରେ ସେ ଖୁବ୍‍ ଦକ୍ଷ ହୋଇଯାଇଛନ୍ତି। ଯେତେ ଜଟିଳ ଗଣିତ ହୋଇଥିଲେ ବି ତା’ର ସମାଧାନ କରିପାରୁଛନ୍ତି ସେ। ଟେଡି ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଇରଫାନଙ୍କ ଏହି ଦକ୍ଷତାର ଭିଡିଓ ଶେୟାର କରିଛନ୍ତି। ଏଥିରେ କେତେବର୍ଷରେ କେତେଦିନ ରହିଛି ଏହା ଅକ୍ଳେଶରେ କହିଦେଉଛନ୍ତି ଇରଫାନ୍‍। ସ୍ଥାନୀୟ ଲୋକେ ତାଙ୍କୁ ଚଳନ୍ତା କାଲ୍‍କୁଲେଟର ବୋଲି କହନ୍ତି। ବଲିଉଡ୍‍ ଅଭିନେତା ସୋନୁ ସୁଦ୍‍ ଅନେକ ଅଭାବୀ ପରିବାରର ପିଲାଙ୍କ ଶିକ୍ଷା ପାଇଁ ସହଯୋଗ କରୁଥିବାରୁ ତାଙ୍କ ପାଖରେ ଇରଫାନଙ୍କ ଖବର ପହଞ୍ଚାଇବା ଲାଗି ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଭିଡିଓ ସହ ସୋନୁଙ୍କୁ ଟ୍ୟାଗ୍‍ କରୁଥିବା ଦେଖାଯାଇଛି। ଯଦି କୌଣସି ସହାୟତା ମିଳେ ଇରଫାନ୍‍ଙ୍କର ଏ ଦକ୍ଷତା ବିଶ୍ୱରେ ପରିଚିତ ହୋଇପାରିବ ବୋଲି ସେମାନେ ଆଶା କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories